ETV Bharat / bharat

No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା

author img

By

Published : Aug 10, 2023, 7:56 PM IST

ଲୋକସଭାରେ କାଟ ଖାଇଲା ଅନାସ୍ଥା । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମୌଖୀକ ଭୋଟିଂ ଆହ୍ବାନ କଲେ ବାଚସ୍ପତି ବିର୍ଲା । 2018 ରେ ମୋଦି ସରକାର ବିରୋଧରେ ଆସିଥିଲା ପ୍ରଥମ ଅନାସ୍ଥା । ଅଧିକ ପଢନ୍ତୁ

No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା
No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତବ ଆଜି ଲୋକସଭାରେ କାଟ ଖାଇଛି । ଦୀର୍ଘ 3 ଦିନର ଚର୍ଚ୍ଚା ପରେ ଆଜି ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ବକ୍ତବ୍ୟ ପରେ ମୌଖୀକ ଭୋଟିଂ ମାଧ୍ୟମରେ ଏହି ପ୍ରସ୍ତାବ କାଟ ଖାଇଛି । 3 ଦିନ ଧରି ଜାରି ରହିଥିବା ଏହି ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସର ଉତ୍ତର-ପୂର୍ବ ସଂସାଦ ଗୌରବ ଗୋଗୋଇ ଗୃହରେ ଆଗତ କରିଥିଲେ । ଏକାଧିକ ବିରୋଧୀଙ୍କ ସମେତ ସରକାରଙ୍କ ପକ୍ଷରୁ ଏକାଧିକ ମନ୍ତ୍ରୀ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତକାଲି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ସହ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୀର୍ଘ 2 ଘଣ୍ଟାର ବ୍ୟକ୍ତବ ରଖିଥିଲେ ।

ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତବ୍ୟ ରଖିବା ସହ ବିରୋଧୀ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶେଷ ହେବା ପରେ ଏହି ପ୍ରସ୍ତାବ ଉପରେ ମୌଖୀକ ଭୋଟ ଆହ୍ବାନ କରିଥିଲେ ବାଚସ୍ପତି ଓମ୍‌ ବିର୍ଲା । ସଦସ୍ୟମାନେମାନେ ହଁ କିମ୍ବା ନାଁରେ ସେମାନଙ୍କ ମତ ରଖିଥିଲେ । ସଂଖ୍ୟା ବହୁମତ ଆଧାରରେ ଏହି ପ୍ରସ୍ତାବ ଲୋକସଭାରେ କାଟ ଖାଇଛି । ଏହା ଥିଲା ମୋଦି ସରକାରଙ୍କ ବିରୋଧରେ ଦ୍ବିତୀୟ ଅନାସ୍ଥା ପ୍ରସ୍ତାବ । ଏହା ପୂର୍ବରୁ ମୋଦି ନେତୃତ୍ବାଧୀନ ଏନ୍‌ଡିଏ ସରକାର ବିରୋଧରେ 2018ରେ ପ୍ରଥମ ଅନାସ୍ଥା ଆଣିଥିଲେ ବିରୋଧୀ ।

ଏହା ମଧ୍ୟ ପଢନ୍ତୁ:-No Confidence Motion: ‘2024 ରେ ସବୁ ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିବ BJP’

ଅନାସ୍ଥା ପ୍ରସ୍ତାବ ଆଲୋଚନାର ତୃତୀୟ ତଥା ଅନ୍ତିମ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଧ୍ୟା ପ୍ରାୟ 5ଟାରେ ବକ୍ତବ୍ୟ ଆରମ୍ଭ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ନିଜ ସରକାରର ଉପଲବ୍ଧି ବଖାଣିବା ସହ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ ମୋଦି । ମୁଖ୍ଯ ବିରୋଧୀ ଦଳ କଂଗ୍ରେସକୁ ବଂଶବାଦ ନୀତି ନେଇ ଘେରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରସ୍ତାବ ଆଗତ ନକରିବା ନେଇ ମଧ୍ୟ ସମାଲୋଚନା କରିଥିଲେ । ଇଣ୍ଡିଆ ମେଣ୍ଟ ଉପରେ ମଧ୍ୟ ବର୍ଷିବା ସହ କହିଛନ୍ତି, 2024ରେ ବିଜେପି ଓ ଏନ୍‌ଡିଏ ସମସ୍ତ ପୂର୍ବ-ରେକର୍ଡ ଭାଙ୍ଗି କ୍ଷମତା ବଜାୟ ରଖିବ ବୋଲି କହିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ, "ବିରୋଧୀମାନେ 2018ରେ 2019 ସାଧାରଣ ନିର୍ବାଚନ ଠିକ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ପୁଣି 2028ରେ ଆଣନ୍ତୁ । ଗଠନ ହୋଇଥିବା ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ ଅହଂକାରର ମେଣ୍ଟ । NDAରେ ସେମାନେ ଦୁଇଟି ‘I’ ବ୍ୟବହାର କରି ଏହାକୁ INDIA ନାମରେ ନାମିତ କରିଛନ୍ତି । ଇଣ୍ଡିଆରେ ଦୁଇଟି I(ଆଇ) ଅକ୍ଷର ବ୍ୟବହାର ହୋଇଛି । ଏହାର ଅର୍ଥ ହେଉଛି ଅହଂକାର । ଗୋଟିଏ ଆଇ 26 ପାର୍ଟିର ଅହଂକାର ଓ ଅନ୍ୟଟି ଗୋଟିଏ ପରିବାର ଅହଂକାରକୁ ଦର୍ଶାଉଛି । ସେମାନେ ଇଣ୍ଡିଆ ମଝିରେ ମଧ୍ୟ ଡଟ ବ୍ୟବହାର କରିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.