ETV Bharat / bharat

କୋଭିସିଲ୍ଡ ଟିକା ନୀତିରେ ପରିବର୍ତ୍ତନ ନାହିଁ, 12 ସପ୍ତାହ ବ୍ୟବଧାନରେ ଦ୍ବିତୀୟ ଡୋଜ - କୋଭିସିଲ୍ଡ ଟିକା ନୀତି

ଭ୍ୟାକ୍ସିନର ଦୁଇ ଡୋଜ ନୀତି ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସାପ୍ତାହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋଭିସିଲ୍ଡର ନିର୍ଦ୍ଧାରିତ ଡୋଜରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ଅଧିକ ପଢନ୍ତୁ...

କୋଭିସିଲ୍ଡ ଟିକା ନୀତିରେ ପରିବର୍ତ୍ତନ ନାହିଁ, 12 ସମପ୍ତାହ ବ୍ୟବଧାନରେ ଦ୍ବିତୀୟ ଡୋଜ

author img

By

Published : Jun 1, 2021, 7:41 PM IST

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନର ଦୁଇ ଡୋଜ ନୀତି ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସାପ୍ତାହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋଭିସିଲ୍ଡର ନିର୍ଦ୍ଧାରିତ ଡୋଜରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପ୍ରଥମ ଡୋଜ ଲାଗିବାର 12 ସପ୍ତାହ ପରେ ଦ୍ବିତୀୟ ଡୋଜ ଦିଆଯିବ । କୋଭାକ୍ସିନ ଉପରେ ମଧ୍ୟ ନିର୍ଦ୍ଧିଷ୍ଟ ନିୟମ ଲାଗୁ ହେବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିସିଲ୍ଡର ଗୋଟିଏ ଡୋଜ ଉପରେ କୌଣସି ପ୍ରକାର ଦ୍ବନ୍ଦ ନାହିଁ । ଭାରତରେ କୋଭିସିଲ୍ଡର ଦୁଟି ଡୋଜ ରହିଛି । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ନାହିଁ । ସେହିପରି କୋଭାକ୍ସିନର ମଧ୍ୟ ଦୁଇଟି ଡୋଜ ରହିଛି । ସେହିପରି ଭ୍ୟାକ୍ସିନର ମିକ୍ସିଙ୍ଗ ଉପରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଯଦି କୌଣସି ପରିବର୍ତ୍ତନ କରାଯିବ ତାହେଲେ ଗଣମାଧ୍ୟମକୁ ଏହାର ସୂଚନା ଦିଆଯିବ ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପାଲ କହିଛନ୍ତି, ରାଜ୍ୟ ସରକାର କୋରୋନାର ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଆସିଥିବା କରୋନା ପଜିଟିଭର ସମସ୍ତ ମାମଲାରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ ।

ପଲ କହିଛନ୍ତି ଯେ ଯଦି ଭାଇରସ ଭ୍ୟାରିଏଣ୍ଟ କରେ ତେବେ ପିଲାମାନଙ୍କ ଉପରେ ବିପଦ ବଢିପାରେ। ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଲକ୍ଷଣ ବିଷୟରେ ସେ କହିଛନ୍ତି ଯେ କୋଭିଡ ପଜିଟିଭ ପିଲାମାନଙ୍କଠାରେ ଜ୍ବର, କାଶ, ଥଣ୍ଡା, ନିମୋନିଆ ଭଳି ଲକ୍ଷଣ ଦେଖାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.