ETV Bharat / bharat

MCD polls: 4ରେ ମତଦାନ, 3ଦିନ ପୂର୍ବରୁ ଦିଲ୍ଲୀରେ ମଦ ବିକ୍ରି ବନ୍ଦ - ନିର୍ବାଚନ ପୂର୍ବରୁ ମଦ ବିକ୍ରି ବନ୍ଦ

ଦିଲ୍ଲୀରେ ତିନି ଦିନ ପାଇଁ ମଦ ବ୍ୟାନ । ଡିସେମ୍ବର 4ରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (MCD) ନିର୍ବାଚନ । 3ଦିନ ପୂର୍ବରୁ ସମଗ୍ର ସହରରେ ମଦ ବିକ୍ରି ଉପରେ ଲାଗିଲା କଟକଣା । ନିଷେଧାଦେଶ ଜାରି କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

MCD polls: ମତଦାନର 3 ଦିନ ପୂର୍ବରୁ ଦିଲ୍ଲୀରେ ମଦ ବିକ୍ରି ବନ୍ଦ

author img

By

Published : Dec 1, 2022, 4:01 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ତିନି ଦିନ ପାଇଁ ମଦ ବ୍ୟାନ । ଡିସେମ୍ବର 4ରେ ହେବାକୁ ଯାଉଛି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (MCD) ନିର୍ବାଚନ ପାଇଁ ମତଦାନ । ଏହାର 3ଦିନ ପୂର୍ବରୁ ସହରରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି (alcohol sale ban in delhi for MCD polls)। ଆସନ୍ତାକାଲି (ଶୁକ୍ରବାର) ସଧ୍ୟାରୁ ସହରର ସମସ୍ତ ମଦ ଦୋକାନ ଓ ବାର ବନ୍ଦ ରଖିବାକୁ ନିର୍ଦ୍ଦେଶରେ କହିଛି ଅବକାରୀ ବିଭାଗ । ମତଦାନ ଶେଷ ହେବା ଯାଏ ଏହି ନିୟମ ବଳବତ୍ତର ରହିବ ।

ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଡିସେମ୍ବର 2 ରୁ ଡିସେମ୍ବର 4 ତାରିଖ ଅପରାହ୍ନ 5.30 ପର୍ଯ୍ୟନ୍ତ ଡ୍ରାଏ-ଡେ ଘୋଷଣା କରିଛନ୍ତି । ଏହି ଅବଧି ମଧ୍ୟରେ ସମସ୍ତ ମଦ ଦୋକାନ, ବାର ଓ ଆଉଟଲେଟ ବନ୍ଦ ରହିବ (alcohol sale ban in delhi for MCD polls)। ସେହିପରି ଡିସେମ୍ବର 7ତାରିଖରେ ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଉକ୍ତ ଦିନକୁ ମଧ୍ୟ ଡ୍ରାଏ-ଡେ ଘୋଷଣା କରାଯାଇଛି ।

ମଦର ଅନଧିକୃତ ସଂରକ୍ଷଣ କିମ୍ବା ପରିବହନକୁ ରୋକିବା ପାଇଁ ଏକ୍ସାଇଜ୍ ବିଭାଗ ଏବଂ ଦିଲ୍ଲୀ ପୋଲିସ ସହରରେ ପାଟ୍ରୋଲିଂ କରିବେ । ଏକାଧିକ ଟିମ ସହରରେ ପଇଁତରା ମାରିବେ । କୌଣସି ଠାରେ ଏପରି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଦିଲ୍ଲୀ ମହାନଗର ନିଗମ ପାଇଁ 4 ଡିସେମ୍ବରରେ ମତାଦାନ ହେବାକୁ ଯାଉଛି । ସେହିପରି 7ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.