ETV Bharat / bharat

2024 ପାଇଁ ନୀତିଶଙ୍କ ବଡ ଘୋଷଣା: କେନ୍ଦ୍ରରେ ଅଣ ବିଜେପି ସରକାର ହେଲେ ସବୁ ପଛୁଆ ରାଜ୍ୟକୁ ମିଳିବ ସ୍ବତନ୍ତ୍ର ପାହ୍ୟା

author img

By

Published : Sep 15, 2022, 9:38 PM IST

ନୀତିଶ କୁମାର କଲେ ବଡ ଘୋଷଣା । କହିଲେ 2024 ରେ ଅଣ ବିଜେପି ସରକାର ହେଲେ ସମସ୍ତ ପଛୁଆ ରାଜ୍ୟଙ୍କୁ ପ୍ରଦାନ କରାଯିବ ସ୍ବତନ୍ତ୍ର ରାଜ୍ୟ ପାହ୍ୟା (Nitish kumar on special category status) । ଅଧିକ ପଢନ୍ତୁ

2024 ପାଇଁ ନୀତିଶଙ୍କ ବଡ ଘୋଷଣା: କେନ୍ଦ୍ରରେ ସରକାର ହେଲେ ସବୁ ପଛୁଆ ରାଜ୍ୟକୁ ମିଳିବ ସ୍ବତନ୍ତ୍ର ପାହ୍ୟା

ପାଟନା: 2024 ସାଧାରଣ ନିର୍ବାଚନ ପାଇଁ ମିଳିତ ମଞ୍ଚ ଗଠନ କରି ବିରୋଧୀଙ୍କୁ ଏକାଠି କରିବାର ଅଭିଯାନ ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି । 2024 ରେ କେନ୍ଦ୍ରରେ ବିରୋଧୀଙ୍କ (ଅଣ-ବିଜେପି ଦଳ) ସରକାର କ୍ଷମତାକୁ ଆସିଲେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯିବ (Nitish kumar on special category status)। ତାଙ୍କ ଶାସନରେ ଥିବା ବିହାର ନିଜେ ମଧ୍ୟ କେନ୍ଦ୍ର ନିକଟରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିବା ଜାରି ରଖିଛି ।

ଆଜି (ଗୁରୁବାର) ପାଟନାରେ ସାମ୍ବାଦିକଙ୍କ ଏହି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ନୀତିଶ କହିଛନ୍ତି,‘‘ ଆସନ୍ତା ସାଧାରଣ ନିର୍ବାଚନରେ ( 2024 general election) ରେ ଯଦି ଆମ ମେଣ୍ଟ (ଅଣ-ବିଜେପି ଦଳ) କେନ୍ଦ୍ରରେ ସରକାର କରିବାରେ ସକ୍ଷମ ହୁଏ, ତେବେ ବିଭିନ୍ନ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯିବ । ଏପରି ନକରିବା ପଛରେ କିଛି କାରଣ ମଧ୍ୟ ନାହିଁ । ଆମେ ଲଗାତାର କେନ୍ଦ୍ର ନିକଟରେ ବିହାର ପାଇଁ ଏହି ଦାବି କରି ଆସିଛୁ । କେନ୍ଦ୍ର କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରିନାହିଁ । ଆଜି ଯଦି ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳି ଥାନ୍ତା, ତେବେ ଆହୁରି ବିକାଶ ସମ୍ଭବ ହୋଇ ପାରିଥାନ୍ତା ।’’

ଆହୁରି ମଧ୍ୟ ନୀତିଶ କହିଛନ୍ତି, ‘‘ବିହାର ପାଇଁ ସେ କେବେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାଗିବା ଦାବି ବନ୍ଦ କରିନାହାଁନ୍ତି । (Nitish kumar on special category status)। ଏବେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି କରିବା ଜାରି ରଖିଛୁ । 2024 ମସିହାରେ ଦେଶରେ ସରକାର ଗଠନ କରିବାର ସୁଯୋଗ ମିଳେ, ତେବେ ବିହାର ସମେତ ଅନ୍ୟ ପଛୁଆ ରାଜ୍ୟମାନେ ସ୍ୱତନ୍ତ୍ର ମାନ୍ୟତା ପାଇବେ ଏଥିରେ କୌଣସି ସମସ୍ୟା ମଧ୍ୟ ନାହିଁ । ବରୋଧୀମାନେ ଏକଜୁଟ ହେବା ପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ଯଦି ଏପରି ହେଲା, ବିହାର ସମେତ ଅନ୍ୟ କିଛି ପଛୁଆ ରାଜ୍ୟ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇବାରେ କୌଣସି ସମସ୍ୟା ରହିବ ନାହିଁ ।’’

ପୂର୍ବରୁ ମଧ୍ୟ ଅନ୍ୟତମ ବିଜେପି ବିରୋଧୀ ତଥା ନୀତିଶଙ୍କ ସହ ସମାନ ଟ୍ରାକରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିରୋଧୀ ମେଣ୍ଟର ସରକାରକୁ ନେଇ ବଡ ଘୋଷଣା କରି ସାରିଛନ୍ତି । କେନ୍ଦ୍ରରେ ତାଙ୍କ ମେଣ୍ଟର ସରକାର ଗଠନ ହେଲେ, ସାରା ଦେଶରେ କୃଷକଙ୍କ ପାଇଁ ବିଜୁଳି ଛାଡ କରିବା ନେଇ ସେ ଘୋଷଣା କରିଥିଲେ । ଗୋଟିଏ ପଟେ ବିରୋଧୀ ଏକତା ନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ମଧ୍ୟ ବରୋଧୀ କ୍ୟାମ୍ପରୁ ଆସିବା ଆରମ୍ଭ କଲାଣି ।

ନିକଟରେ ବିଜେପି ହାତ ଛାଡି ବିହାରର କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିଲେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର । 2024 ସାଧାରଣ ନିର୍ବାଚନରେ ନୀତିଶ କୁମାର ମିଳିତ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହାରି ମଧ୍ୟରେ ନୀତିଶଙ୍କର ଏପରି ବୟାନ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.