ETV Bharat / bharat

ନୀତିଶଙ୍କ ପୂର୍ବାନୁମାନ, ୨୦୨୪ରେ ୫୦ ଆସନ ଅତିକ୍ରମ କରିପାରିବନି BJP

ପାଟନାରେ ବିହାର ଜେଡିୟୁର କାର୍ଯ୍ୟକାରିଣୀ ବୈଠକ JDU State Executive meeting। ସାମିଲ ହେଲେ ଦଳ ମୁଖ୍ୟ ନୀତିଶ କୁମାର CM Nitish Kumar। କହିଲେ ସାମ୍ପ୍ରଦାୟିକତା ଭାଙ୍ଗିବା ପାଇଁ ବିଜେପିର ପ୍ରୟାସ । ୨୦୨୪ରେ ୫୦ ଆସନ ମଧ୍ୟ ଅତିକ୍ରମ କରିପାରିବ ନାହିଁ ବିଜେପି । ଅଧିକ ପଢନ୍ତୁ

୨୦୨୪ ରେ ୫୦ ଆସନ ଅତିକ୍ରମ କରିପାରିବ ନାହିଁ ବିଜେପି: ନୀତିଶ

author img

By

Published : Sep 4, 2022, 4:31 PM IST

ପାଟନା: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୫୦ ଆସନ ଅତିକ୍ରମ କରିପାରିବ ନାହିଁ(BJP Will Not Cross 50 Seat In 2024) । ଯଦି ସମସ୍ତ ବିରୋଧୀ ଦଳ ଏକଠି ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢନ୍ତି, ତେବେ ଏପରି ହୋଇପାରିବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଆଜି ପାଟନାରେ ଆୟୋଜିତ ଦଳର ପ୍ରଦେଶ କାର୍ଯ୍ୟକାରିଣୀରେ (JDU State Executive meeting) କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ନୀତିଶ ଏପରି ଆକଳନ କରିବା ସହ ବିଜେପିକୁ ସାମ୍ପ୍ରଦାୟିକ ଦର୍ଶାଇ ବର୍ଷିଛନ୍ତି ।

୨୦୨୪ ରେ ୫୦ ଆସନ ଅତିକ୍ରମ କରିପାରିବ ନାହିଁ ବିଜେପି: ନୀତିଶ
୨୦୨୪ ରେ ୫୦ ଆସନ ଅତିକ୍ରମ କରିପାରିବ ନାହିଁ ବିଜେପି: ନୀତିଶ

ନୀତିଶ କହିଛନ୍ତି, ‘‘ବିଜେପି ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିରତା ନଷ୍ଟ କରିବା ପାଇଁ ପ୍ରାୟାସ କରିବ । ବିଜେପି କାର୍ଯ୍ୟକର୍ତ୍ତାମାନେ ଏପରି କରି ଅସ୍ଥିରତା ସୃଷ୍ଟି କରି ସାମାଜିକ ସୈହାର୍ଦ୍ଧ୍ୟ ନଷ୍ଟ କରିବା ପାଇଁ ଲାଗି ପଡିବେ । ଏପରି ସ୍ଥଳେ ଆମକୁ ସ୍ବତନ୍ତ୍ର ପ୍ରସ୍ତତି କରିବାକୁ ହେବ । ଆମକୁ ପଞ୍ଚାୟତସ୍ତରୀୟ ପର୍ଯ୍ୟନ୍ତ ମଧ୍ୟ ମୁକାବିଲା ରଣନୀତି କରିବାକୁ ପଡିବଷ ।’’ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତକୁ ମଧ୍ୟ ନୀତିଶ ସମାଲୋଚନା କରିଛନ୍ତି । ଶାହ, ରାଜ୍ୟରେ ମାହୋଲ ବିଗାଡିବା ପାଇଁ ବିହାର ଗସ୍ତ କରୁଥିବା ନୀତିଶ କହିଛନ୍ତି ।

୨୦୨୪ ରେ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ:

ଆଜିର ଦଳୀୟ ବୈଠକରେ ମଧ୍ୟ ନୀତିଶ (CM Nitish Kumar) ରାଜ୍ୟରେ ବିଜେପିରୁ ଅଲଗା ହେବା ଏବଂ ମହାମେଣ୍ଚ ସହଯୋଗରେ ସରକାର ଗଠନ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘‘2 ଦିନ ପରେ ଆମେ ଦିଲ୍ଲୀ ଯାଇ ବିରୋଧୀ ଦଳର ଏକତ୍ରୀକରଣ ଉପରେ ପ୍ରାୟାସ ଆରମ୍ଭ କରିବୁ ।’’ ମଣିପୁରରେ ୫ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାରେ ମଧ୍ୟ ନୀତିଶ ବିଜେପିକୁ ପରୋକ୍ଷ ଟାର୍ଗେଟ କରିଛନ୍ତି । ବିଜେପି ନିଜେ ନୀତି ନୈତିକତାର କଥା କହୁଥିବା ବେଳେ ସେମାନେ କଣ କରୁଛନ୍ତି ବୋଲି ନୀତିଶ ପ୍ରଶ୍ନ କରିଥିଲେ । ୨୦୨୪ ରେ ସମସ୍ତ ବିରେୋଧୀଙ୍କୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣି ପାରିଲେ ସଫଳତା ମିଳିବ ଓ ସେ ଏଥିପାଇଁ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ ମତ ରଖିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚାକୁ ଅସ୍ୱୀକାର:

ଦଳର ସାଂସଦ ସନ୍ତୋଷ କୁଶୱା ଏବଂ ଅନ୍ୟ କିଛି ବିଧାୟକ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପଯୁକ୍ତ ପ୍ରାର୍ଥୀ ଭାବେ ଚିତ୍ରଣ କରିଥିଲେ । ନୀତିଶ କିନ୍ତୁ ଏହାକୁ ଖଣ୍ଡନ କରିବା ସହ ପଦ ପଦବୀ କୌଣସି ବଡ ପ୍ରସଙ୍ଗ ନୁହେଁ ବୋଲି କହିଥିଲେ । ବର୍ତ୍ତମାନ ସମୟରେ ଏହାର କିଛି ଗୁରୁତ୍ବନାହିଁ । କିନ୍ତୁ ବିରୋଧୀ ଦଳ ଏକାଠି ହୋଇ ନିର୍ବାଚନ ଲଢିଲେ ଏବଂ ସମସ୍ତ ଦଳ ନିଜ ନିଜ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିପାରିଲେ ହିଁ ଭଲ ଆସନ ଆସିବା ସମ୍ଭବପର ହୋଇପାରିବା ନେଇ ନୀତିଶ କହିଥିଲେ ।

2020 ବିହାର ବିଧାନସଭା ନିର୍ବାଚନରେ ବିଜେପି କରିଥିଲା ଷଡଯନ୍ତ୍ର:-

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, "2020 ବିଧାନସଭା ନିର୍ବାଚନରେ ​​ବିଜେପି ଷଡଯନ୍ତ୍ର ହେତୁ ତାଙ୍କ ଦଳ ଜେଡିୟୁର ଆସନ ହ୍ରାସ ପାଇଥିଲା । ସେତେବେଳେ ସରକାର ଗଠନ ହୋଇଥିଲେ ସୁଦ୍ଧା ମୁଁ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲି, କିନ୍ତୁ ବିଜେପିର ଅନୁରୋଧରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜି ହୋଇଥିଲି । ଆରମ୍ଭରୁ ବିହାରର ବିକାଶ ମୋର ପ୍ରାଥମିକତା ରହିଆସିଛି । 2005 ମସିହାରେ ବିହାରବାସୀଙ୍କ ସେବା କରିବାର ସୁଯୋଗ ପାଇବା ପରଠାରୁ ଶିକ୍ଷା, ସ୍ୱାସ୍ଥ୍ୟ, ସଡକ, ବିଦ୍ୟୁତ୍ ଏବଂ ଜଳ ପରି ପ୍ରତ୍ୟେକ କ୍ଷେତ୍ରରେ ସୁଧାର ଆସିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ, ସଂଖ୍ୟାଲଘୁଙ୍କ କଲ୍ୟାଣ ସମେତ ସମସ୍ତଙ୍କ ପାଇଁ ମୋ ସରକାର କାର୍ଯ୍ୟ କରିଛି ।’’

ପଞ୍ଚାୟତ ନିର୍ବାଚନରେ ​​50 ପ୍ରତିଶତ ସଂରକ୍ଷଣ:

ନୀତିଶ କହିଛନ୍ତି ଯେ, "ପ୍ରଥମେ ବିହାରରେ ଲାଗୁ ହୋଇଥିବା ସାଇକେଲ ଏବଂ ପୋଷାକ ଯୋଜନାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି । ଆମେ ପଞ୍ଚାୟତରାଜ ଅନୁଷ୍ଠାନ, ମ୍ୟୁନିସିପାଲିଟି ସଂସ୍ଥା ଏବଂ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିରେ ମହିଳାମାନଙ୍କୁ 50 ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛୁ । ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ଚାକିରିରେ ମଧ୍ୟ ମହିଳାମାନଙ୍କୁ 35 ପ୍ରତିଶତ ସଂରକ୍ଷଣ ଦିଆଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.