ETV Bharat / bharat

Bihar Politics: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର - ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 9, 2022, 3:57 PM IST

Updated : Aug 9, 2022, 4:36 PM IST

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ( Chief Minister Nitish Kumar ) । ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହ୍ବାନ (Phagu Chauhan Governor of Bihar) ଙ୍କୁ ଦେଲେ ଇସ୍ତଫା ପତ୍ର । ଏହାସହ ମନ୍ତ୍ରୀ ମଣ୍ଡଳ ଭଙ୍ଗ ପାଇଁ କଲେ ସୁପାରିଶ ।

ଗତ 24 ଘଣ୍ଟା ଘରି ଯାହା ଆକଳନ କରାଯାଉଥିଲା ଶେଷରେ ତାହା ହୋଇଛି । ତମାମ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେପି ମେଣ୍ଟ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଜେଡି(ୟୁ) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ନିଜ ବାସଭବନରେ ଦଳୀୟ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବେ ବୋଲି ସମସ୍ତ ନେତା ଗୋଟିଏ ସ୍ବରରେ କହିଥିଲେ । ଏହାପରେ ନୀତିଶ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ନେଇଥିଲେ ।

ଶେଷରେ ରାଜ୍ୟପାଳ ଫଗୁ ଚୌହ୍ବାନଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଥିଲେ । ରାଜଭବନରୁ ସମୟ ମିଳିବା ପରେ, ଅପରାହ୍ନ 4 ଟାରେ ରାଜଭବନ ଆସି ଇସ୍ତଫା ଦେଇଛନ୍ତି । ଏହାପରେ ନୀତିଶ କୁମାର ମହାମେଣ୍ଟ ସରକାର ଗଠନ ନେଇ ଦାବି କରିବେ । ଏନେଇ ନୀତିଶଙ୍କୁ ଆରଜେଡି, ହାମ, କଂଗ୍ରେସ ଓ ସିପିଆଇର ସମର୍ଥନପତ୍ର ନେଇ ରାଜ୍ୟପାଳଙ୍କୁ ପ୍ରଦାନ କରି ନୂଆ ସରକାର ଗଠନ ପାଇଁ ଦାବି କରିବେ ।

‘‘ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Chief Minister Nitish Kumar ) ଗଣମାଧ୍ୟମକୁ କହିଛନ୍ତି, ଆଜି ହିଁ ଜେଡି(ୟୁ)ର ଲୋକସଭା, ରାଜ୍ୟସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏନଡିଏରୁ ଅଲଗା ହେବା ପାଇଁ ସାଂସଦ ବିଧାୟକ ମାନେ ଦାବି କରିଥିଲେ । ସେହି ଦାବି ଅନୁସାରେ ମୁଁ ଏହି ନିଷ୍ପତି ନେଇଛି ବୋଲି କହିଛନ୍ତି ନୀତିଶ । ବିଜେପି ପ୍ରତି କ’ଣ ସମସ୍ୟା ଥିଲା ପ୍ରଶ୍ନର ଉତ୍ତରରେ ନୀତିଶ କହିଛନ୍ତି ବହୁତ କିଛି ହୋଇଛି । ଦଳୀୟ ନେତା ସମୟକ୍ରମେ ତାହା କହିବେ ବୋଲି ନୀତିଶ କହିଛନ୍ତି’’

Last Updated : Aug 9, 2022, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.