ପାଟନା: ବିହାର ବିଧାନସଭା ଫ୍ଲୋରଟେଷ୍ଟରେ ବହୁମତ ପ୍ରମାଣ କରିବାରେ ସଫଳ ହୋଇଛି ନୀତିଶ କୁମାର ନେତୃତ୍ବାଧୀନ ମହାମେଣ୍ଟ ସରକାର (Nitish Kumar wins trust vote in Bihar Assembly) । ଭୋଟିଂ ବେଳେ ବିରୋଧୀ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଛନ୍ତି । ଏହାପୂର୍ବରୁ ଆସ୍ଥା ଭୋଟ୍ ଉପରେ ବିତର୍କ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନୀତିଶ କହିଛନ୍ତି, ‘‘2020 ବିଧାନସଭା ନିର୍ବାଚନରେ ଜେଡିୟୁ ହଟାଇବା ପାଇଁ ବିଜେପି ଷଡଯନ୍ତ୍ର କରିଥିଲା । ପୂର୍ବରୁ ଜେଡିୟୁ ସହିତ ଚାରିଟି ଦଳ ଥିଲା କିନ୍ତୁ ଆଜି ଆଠଟି ଦଳ ଆମ ସହିତ ଅଛନ୍ତି ।’’
-
Nitish Kumar-led grand alliance government wins trust vote in Bihar Legislative Assembly pic.twitter.com/1VvesqAPvE
— ANI (@ANI) August 24, 2022 " class="align-text-top noRightClick twitterSection" data="
">Nitish Kumar-led grand alliance government wins trust vote in Bihar Legislative Assembly pic.twitter.com/1VvesqAPvE
— ANI (@ANI) August 24, 2022Nitish Kumar-led grand alliance government wins trust vote in Bihar Legislative Assembly pic.twitter.com/1VvesqAPvE
— ANI (@ANI) August 24, 2022
ସେହିପରି ନୀତିଶ ବାଚସ୍ପତି ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ସେତେବେଳେ ସରକାର ଗଠନ ପରେ ନନ୍ଦକିଶୋର ଯାଦବଙ୍କୁ ବିଧାନସଭା ବାଚସ୍ପତି କରିବାକୁ ବିଜେପି କହିଥିଲା, କିନ୍ତୁ ପରେ ବିଜୟ ସିହ୍ନାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି,‘‘ 2020 ରେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ନଥିଲି କିନ୍ତୁ ବିଜେପିର ଚାପରେ ଏହା କରିବାକୁ ପଡ଼ିଲା । ମୁଁ କିଛି ହେବାକୁ ଇଚ୍ଛା କରେ ନାହିଁ । ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଜେଡିୟୁକୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର କରିଥିଲା । ବିଜେପି ସମସ୍ତ ପୁରୁଣା ଓ ପରୁଖା ନେତାଙ୍କୁ କୋଣଠେସା କରିଛି ।’’
-
We (RJD and JDU) have taken the pledge to work together for the development of Bihar. Leaders from across the country called me and congratulated me on this decision and I urged all of them to fight together in the 2024 elections: Bihar CM Nitish Kumar in Legislative Assembly pic.twitter.com/gUUmXuujMm
— ANI (@ANI) August 24, 2022 " class="align-text-top noRightClick twitterSection" data="
">We (RJD and JDU) have taken the pledge to work together for the development of Bihar. Leaders from across the country called me and congratulated me on this decision and I urged all of them to fight together in the 2024 elections: Bihar CM Nitish Kumar in Legislative Assembly pic.twitter.com/gUUmXuujMm
— ANI (@ANI) August 24, 2022We (RJD and JDU) have taken the pledge to work together for the development of Bihar. Leaders from across the country called me and congratulated me on this decision and I urged all of them to fight together in the 2024 elections: Bihar CM Nitish Kumar in Legislative Assembly pic.twitter.com/gUUmXuujMm
— ANI (@ANI) August 24, 2022
ବିଜେପିକୁ ଟାର୍ଗେଟ କରି ନୀତିଶ ସ୍ବାଧୀନତା ଆନ୍ଦୋଳନ କଥା ମଧ୍ୟ ଉଠାଇଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମରେ ବିଜେପି କେଉଁଠାରେ ଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଜେପି କେବଳ ଅସ୍ଥିରତା ସୃଷ୍ଟି କରିବା ଜାଣିଛି ବୋଲି ମଧ୍ୟ ନୀତିଶ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ