ପାଟନା: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଓହରି ଯାଇ ମହାମେଣ୍ଟ ସହଯୋଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ସରକାର ଗଠନ କରିଥିବା ନୀତିଶ କୁମାର ୨୪ ତାରିଖରେ ବିହାର ବିଧାନସଭାରେ ଫ୍ଲୋରଟେଷ୍ଟର ସାମ୍ନା କରିବେ । ଗତକାଲି ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଓ ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ତାଙ୍କ ପାଖରେ ୭ଦଳକୁ ମିଶାଇ ଗଠିତ ହୋଇଥିବା ମହାମେଣ୍ଟର ୧୬୪ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ନୀତିଶ ।
-
Nitish Kumar led government's floor test to prove majority in the Bihar Legislative Assembly will happen on August 24. pic.twitter.com/1p33kDvBTc
— ANI (@ANI) August 11, 2022 " class="align-text-top noRightClick twitterSection" data="
">Nitish Kumar led government's floor test to prove majority in the Bihar Legislative Assembly will happen on August 24. pic.twitter.com/1p33kDvBTc
— ANI (@ANI) August 11, 2022Nitish Kumar led government's floor test to prove majority in the Bihar Legislative Assembly will happen on August 24. pic.twitter.com/1p33kDvBTc
— ANI (@ANI) August 11, 2022
୨୪ ତାରିଖରେ ସେ ବିହାର ବିଧାନସଭାରେ ଫ୍ଲୋରଟେଷ୍ଟରେ ବହୁମତର ପ୍ରମାଣ ଦେବେ । ତେବେ ବର୍ତ୍ତମାନ ପରିସ୍ଥିତିରେ ସଂଖ୍ୟା ଦୃଷ୍ଟିରୁ କୌଣସି ସମସ୍ୟା ନହେବା ପରି ଦୃଶ୍ୟମାନ ହେଉଥିବା ବେଳେ ସାମ୍ପ୍ରତିକ ସ୍ଥିିତିରେ ଭିନ୍ନ ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇଛି । ନୀତିଶଙ୍କ ସମର୍ଥନରେ ମୋଟ କେତେ ବିଧାୟକ ରହିଛନ୍ତି, ତାହା ୨୪ରେ ସ୍ପଷ୍ଟ ହେବ ।
-
Bihar cabinet expansion likely to happen on August 16: Sources
— ANI (@ANI) August 11, 2022 " class="align-text-top noRightClick twitterSection" data="
">Bihar cabinet expansion likely to happen on August 16: Sources
— ANI (@ANI) August 11, 2022Bihar cabinet expansion likely to happen on August 16: Sources
— ANI (@ANI) August 11, 2022
ଅନ୍ୟ ଏକ ସୂଚନା ଅନୁସାରେ, କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ପାଠ କରିଥିବା ବେଳେ ଚଳିତ ମାସ ୧୬ ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଶପଥ ପାଠ କରିବେ । ମହାମେଣ୍ଟର ସର୍ବାଧିକ ବିଧାୟକ ଥିବା ଦଳ ହେଉଛି RJD । ତେବେ କେଉଁ ଦଳକୁ କେତେ ମନ୍ତ୍ରୀପଦ ମିଳୁଛି ତାଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ