ପାଟନା: ବିହାରରେ ଜାତିଭିତ୍ତିକ ଜନଗଣନା ହେବା ନେଇ ପଥ ପରିଷ୍କାର ହୋଇଛି । ଆଜି ସର୍ବଦଳୀୟ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ଧରି ଏନେଇ ପ୍ରକ୍ରିୟା ଜାରି ରଖିଥିଲେ ନୀତିଶ ସରକାର । ବିରୋଧୀ ଏହି ଦାବି ଉଠାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ନୀତିଶ ମଧ୍ୟ ଏହି ନିଷ୍ପତ୍ତି ସପକ୍ଷରେ ଥିବା ନଜର ଆସିଥିଲା । ତେବେ ଆଜି ସର୍ବଦଳୀୟ ବୈଠକରେ ପ୍ରସଙ୍ଗ ନେଇ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବା ନେଇ ସ୍ପଷ୍ଟ ଘୋଷଣା କରିଛନ୍ତି ।
ଆଜି ସର୍ବଦଳୀୟ ବୈଠକ ପରେ ନୀତିଶ କହିଛନ୍ତି, ବିଜେପି ସମେତ ସମସ୍ତ ରାଜନୈତିକ ଦଳ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ସହମତି ପ୍ରକାଶ କରିଛନ୍ତି । ରାଜ୍ୟରେ ସାଧାରଣ ଜନଗଣନା ପରିବର୍ତ୍ତେ ଜାତିଭିତ୍ତିକ ଜନଗଣନା ପ୍ରକ୍ରିୟା ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରକ୍ରିୟା ସ୍ବରୁପ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ପାରିତ ହେବା ନେଇ ନୀତିଶ କୁମାର କହିଛନ୍ତି ।
ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ କରିବାକୁ ଯାଇ ନୀତିଶ କହିଛନ୍ତି, ଏହାର ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗକୁ ସଠିକ୍ ଭାବରେ ଉନ୍ନତିଶୀଳ କରାଇବା । ତେବେ ସେ ଏନେଇ କେବେ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ନୀତିଶ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇ ନଥିବା ବେଳେ ତାଙ୍କ ନିକଟରେ ବସିଥିବା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, ଏହି ପ୍ରକ୍ରିୟା ପାର୍ବଣ ଋତ ପରେ ଆରମ୍ଭ ହେବା ନେଇ ଆଂଶିକ ସଙ୍କେତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ