ETV Bharat / bharat

India Alliance: ଆସନ ଭାଗବଣ୍ଟାରେ ସମସ୍ୟା ନାହିଁ, ଗାନ୍ଧୀ ଜୟନ୍ତୀରୁ ସ୍ପେଶାଲ କ୍ୟାମ୍ପେନ: ନୀତିଶ କୁମାର - ଇଣ୍ଡିଆ ମେଣ୍ଟ ଆସନ ବୁଝାମଣା

ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ମେଣ୍ଟର ସମସ୍ତ କାର୍ଯ୍ୟ । ଆସନ ଭାଗବଣ୍ଟାରେ ସମସ୍ୟା ନାହିଁ । ଗାନ୍ଧୀ ଜୟନ୍ତୀରେ ମେଣ୍ଟ ସାରା ଦେଶରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା କହିଲେ ନୀତିଶ କୁମାର । ଅଧିକ ପଢନ୍ତୁ

ଆସନ ଭାଗବଣ୍ଟାରେ ସମସ୍ୟା ନାହିଁ, ଗାନ୍ଧୀ ଜୟନ୍ତୀରେ ବିଶାଳ କାର୍ଯ୍ୟକ୍ରମ: ନୀତିଶ କୁମାର

author img

By ETV Bharat Odisha Team

Published : Sep 2, 2023, 10:30 PM IST

ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା ପାଇଁ ସମସ୍ୟା ନାହିଁ: ନୀତିଶ କୁମାର

ପାଟନା: ‘ଇଣ୍ଡିଆ’ ମେଣ୍ଟରେ ଆସନ ବୁଝାମଣା ନେଇ କୌଣସି ସମସ୍ୟା ନାହିଁ । ସମସ୍ତ ଆଲୋଚନା ସଠିକ ପ୍ରକ୍ରିୟାରେ ଜାରି ରହିଛି । ମୁମ୍ବାଇରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଭିନ୍ନ କାର୍ଯ୍ୟପନ୍ଥା ପାଇଁ ସମନ୍ବୟ କମିଟି ଗଠନ କରାଯାଇଛି । ଏହି ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର 2 ତାରିଖ (ଗାନ୍ଧୀ ଜୟନ୍ତୀ)ରୁ ମେଣ୍ଟ ସାରା ଦେଶରେ ଏକ ବିଶାଳ କାର୍ଯ୍ୟକ୍ରମ କରିବାକୁ ଯାଉଥିବା କହିଛନ୍ତି ବିହାର ମୁଖ୍ଯମନ୍ତ୍ରୀ ତଥା ମେଣ୍ଟରେ ସକ୍ରିୟ ଭୂମିକାରେ ଥିବା ନୀତିଶ କୁମାର ।

ଗତକାଲି ମୁମ୍ବାଇରେ ବିରୋଧୀ ସମ୍ମିଳନୀରେ ଅଂଶଗ୍ରହଣ କରି ଫେରିଥିବା ନୀତିଶ ଗଣମାଧ୍ୟମରେ ମେଣ୍ଟ ସମ୍ପର୍କିତ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମେଣ୍ଟରରେ ସବୁ କିଛି ଠିକ ଭାବେ ଜାରି ରହିଛି । ମୁମ୍ବାଇରେ 2ଦିନ ଧରି ଚାଲିଥିବା ଏହି ବୈଠକରେ 14 ଜଣ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଜେଡିୟୁ ଏବଂ ଆରଜେଡି ନେତାମାନଙ୍କୁ ସ୍ଥାନ ଦିଆଯାଇଛି । ମେଣ୍ଟର ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ମୋଟ ପାଞ୍ଚଟି କମିଟି ମଧ୍ୟ ଗଠନ କରାଯାଇଛି । ଆସନ ବୁଝାମଣା ନେଇ ସେପରି କିଛି ସମସ୍ୟା ଆଦୌ ହେବ ନାହିଁ । ଅନ୍ୟ ସମସ୍ତ ନିଷ୍ପତ୍ତି ଏହି ମାସ ଶେଷ ସୁଦ୍ଧା ଚୂଡାନ୍ତ କରାଯିବ । ଆସନ୍ତା ମାସ (ଅକ୍ଟୋବର) 2 ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ମେଣ୍ଟ ସମଗ୍ର ଦେଶରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :-Parliament Special Session: ଆଗୁଆ ନିର୍ବାଚନର ପୂର୍ବାଭାଷ କହିଲେ ନୀତିଶ

ସେହିପରି ଆଗୁଆ ନିର୍ବାଚନ ଚର୍ଚ୍ଚା ଓ ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ନୀତିଶ କହିଛନ୍ତି, ବିଜେପି ବିରୋଧୀ ମେଣ୍ଟ ଗଠନ ହେବାକୁ ଦେଖି ଭୟଭୀତ ହୋଇପଡିଛି । ସେମାନେ ଆଗୁଆ ନିର୍ବାଚନ କରିବା ନେଇ ଯୋଜନାରେ ଥିବା ସେ ପୂର୍ବରୁ ମଧ୍ୟ କହି ସାରିଛନ୍ତି । ତେଣୁ ସେମାନେ (ବିଜେପି) ଏହି ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ବିଚାର ପ୍ରକ୍ରିୟା ମଧ୍ୟରେ ଥିବା ଏକକ ନିର୍ବାଚନ ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ନୀତିଶ ସ୍ପଷ୍ଟ କରିନଥିବା ବେଳେ ଗୃହରେ ଏକକ ନିର୍ବାଚନ ପ୍ରସଙ୍ଗ ଉଠିଲେ ପକ୍ଷ ରଖାଯିବା ନେଇ କହିଛନ୍ତି । ପୂର୍ବରୁ ଏକାଧିକ ଥର ନୀତିଶ ସିଧାସଳଖ ଆଗୁଆ ନିର୍ବାଚନ ହେବା ନେଇ କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.