ETV Bharat / bharat

6 ହଜାର କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସଡକ ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ

author img

By

Published : Jun 25, 2021, 9:45 AM IST

ହିମାଚଳ ପ୍ରଦେଶରେ 6155 କୋଟି ମୂଲ୍ୟ ବ୍ୟୟରେ ନିର୍ମିତ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ନୀତିନ ଗଡକରୀ । ଅଧିକ ପଢନ୍ତୁ...

6 ହଜାର କେଟିରୁ ଉର୍ଦ୍ଧ୍ବ ମୂଲ୍ୟର ସଡକ ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ସଡକ ମନ୍ତ୍ରୀ

ସିମଲା: ହିମାଚଳ ପ୍ରଦେଶରେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଭିଡିଓ ନଫରେସିଂ ମାଧ୍ୟମରେ 6155 କୋଟି ମୂଲ୍ୟ ବ୍ୟୟରେ ନିର୍ମିତ ପ୍ରକଳ୍ପ 222କିଲୋମିଟର ଲମ୍ବା ସଡକ କରିଡରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ ଏହି ସଡକ ପ୍ରକଳ୍ପ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ସମୃଦ୍ଧତା ନିଶ୍ଚିତ କରିବ। ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦିଲ୍ଲୀରୁ କୁଲୁ ପର୍ଯ୍ୟନ୍ତ ସଡ଼କ ଯାତ୍ରା ସାତ ଘଣ୍ଟାକୁ ହ୍ରାସ ପାଇବ । ଗଡକରୀ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଖୁବ୍ ଶୀଘ୍ର ଆଉ 11 ଟି ଟନେଲ ନିର୍ମାଣ ହେବ। ମନ୍ତ୍ରୀ କହିଛନ୍ତି ଯେ ମନାଲି-ଲେହ ଟନେଲ ନିର୍ମାଣକୁ ସରକାର ପ୍ରାଥମିକତା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସାରା ଦେଶରେ ପ୍ରାୟ 15 ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ଯୋଜନା କରାଯାଇଛି। 2021-22 ବର୍ଷରେ ହିମାଚଳ ପ୍ରଦେଶରେ 491 କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ସହ ଜଡିତ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରିବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.