ETV Bharat / bharat

ଜଳସଂରକ୍ଷଣ-ପରିବେଶ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ - ପରିବେଶ ସୁରକ୍ଷା

ଜଳ ସଂରକ୍ଷଣକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଜଳକୁ ସଞ୍ଚୟ କରିବାକୁ ପଡିବ ଏବଂ ଏଥି ସହିତ ଉପଲବ୍ଧ ଜଳ ସମ୍ପଦର ପ୍ରଦୂଷଣକୁ ମଧ୍ୟ ବନ୍ଦ କରିବାକୁ ହେବ । ଅଧିକ ପଢନ୍ତୁ...

ଜଳସଂରକ୍ଷଣ ପରିବେଶ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

author img

By

Published : Jul 25, 2021, 7:53 AM IST

ନୂଆଦିଲ୍ଲୀ: ଜଳ ହିଁ ଜୀବନ । ଜଳ ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି । ତେଣୁ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଜଳକୁ ସଞ୍ଚୟ କରିବାକୁ ପଡିବ ଏବଂ ଏଥି ସହିତ ଉପଲବ୍ଧ ଜଳ ସମ୍ପଦର ପ୍ରଦୂଷଣକୁ ମଧ୍ୟ ବନ୍ଦ କରିବାକୁ ହେବ।

ଗତକାଲି ଭାରତୀୟ ପ୍ଲମ୍ବିଂ ଆସୋସିଏସନର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରି ଗଡକରୀ କହିଛନ୍ତି ଯେ ପରିବେଶ ଏବଂ ପରିବେଶର ସୁରକ୍ଷା ଆମର ମୁଖ୍ୟ ଦାୟିତ୍ବ ଅଟେ । ଲୋକଙ୍କ ମଧ୍ୟରେ ଜଳର ସଠିକ୍ ଏବଂ ଯତ୍ନର ସହ ବ୍ୟବହାର ବିଷୟରେ ସଚେତନତା ଅତ୍ୟନ୍ତ ଜରୁରୀ ।

ଜଳବନ୍ଦୀ ସମସ୍ୟା ବିଷୟରେ ଗଡକରୀ କହିଛନ୍ତି ଯେ, ବର୍ଷା ପୂର୍ବରୁ ଡ୍ରେନେଜ୍ ନିର୍ମାଣ ଏବଂ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ବର୍ଷା ପୂର୍ବରୁ କରାଯିବା ଉଚିତ । ଯାହା ସୂଚନା ମିଳିଛି ଏହି ସବୁକାର୍ଯ୍ୟ ଜାରୀ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଜ୍ଞାନକୁ ଧନରେ ପରିଣତ କରିବା ଏବଂ ବର୍ଜ୍ୟବସ୍ତୁକୁ ଧନରେ ପରିଣତ କରିବା ପାଇଁ ଏଣ୍ଟରପେନିଅର, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଦକ୍ଷତା ଏବଂ ସଫଳ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.