ପାଟନା: ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ନିଯୁକ୍ତି ଦେଇଛି ଅନଲାଇନ ସପିଂ ପ୍ଲାଟଫର୍ମ ଆମାଜନ(Amazon) । ଆମାଜନ ପକ୍ଷରୁ ଏହି ନିଯୁକ୍ତି ପାଇଛନ୍ତି ପାଟନା NITର ମେଧାବୀ ଛାତ୍ର ଅଭିଷେକ କୁମାର । ତାଙ୍କୁ ବାର୍ଷିକ ୧.୦୮ କୋଟି ପ୍ୟାକେଜ ମିଳିବ ବୋଲି ଜଣାପଡ଼ିଛି । ଅଭିଷେକଙ୍କୁ ଏହି ସଫଳତା ମିଳିବା ପରେ ତାଙ୍କ ପରିବାର ବେଶ ଖୁସିଥିବା ଦେଖିବାକୁ ମିଳିଛି ।
- — NIT Patna (@NITPatna1) April 23, 2022 " class="align-text-top noRightClick twitterSection" data="
— NIT Patna (@NITPatna1) April 23, 2022
">— NIT Patna (@NITPatna1) April 23, 2022
ଏନଆଇଟି ପାଟନାରେ କରିଥିଲେ ଅଧ୍ୟୟନ
ଜାମୁଖରିଆ ଗାଁର ବାସିନ୍ଦା ଅଭିଷେକ ଏନଆଇଟି ପାଟନା ଠାରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ଅଭିଷେକ ଅଧ୍ୟୟନ ସମୟରେ ଏହି ଚାକିରି ପାଇଥିବା ଜଣାପଡ଼ିଛି । NIT ପାଟନା 2022 ମସିହାରେ କ୍ରମାଗତ ଭାବରେ ପ୍ଲେସମେଣ୍ଟଗୁଡିକର ରେକର୍ଡ ଭାଙ୍ଗିଛି । ଫେସବୁକ ପରେ ଗୁଗୁଲ୍, ବର୍ତ୍ତମାନ ଆମାଜନ୍ ବର୍ଲିନ୍ CSE ଶାଖା ଛାତ୍ର ଅଭିଷେକ କୁମାରଙ୍କୁ 1.08 କୋଟି ପ୍ୟାକେଜ୍ ଦେଇଛି । ପ୍ରଥମ ଥର ପାଇଁ ଆମାଜନର ଅନ୍ତର୍ଜାତୀୟ ସ୍ତରରେ ଜଣେ ଛାତ୍ରଙ୍କୁ NITରୁ ନିଯୁକ୍ତି ଦେଇଛି ।
![ପରିବାର ସହ ମେଧାବୀ ଅଭିଷେକ](https://etvbharatimages.akamaized.net/etvbharat/prod-images/15111402_184_15111402_1650897997486.png)
ସେପ୍ଟେମ୍ବରରେ ଦାୟିତ୍ବ ଗ୍ରହଣ
ଆମାଜନ ପାଇଁ ଗତ ବର୍ଷ ଡିସେମ୍ବର ୧୪ ତାରିଖରେ କୋଡିଂ ଟେଷ୍ଟ ଦେଇଥିଲେ ଅଭିଷେକ । ଏପ୍ରିଲ ୧୩ ତାରିଖରେ ତିନି ରାଉଣ୍ଡରେ ଇଣ୍ଟରଭିୟୁ ଦେଇଥିଲେ । ଗତ ଏପ୍ରିଲ ୨୧ ତାରିଖରେ, ସେ ଆମାଜନ ପକ୍ଷରୁ ଚୟନ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ଅଭିଷେକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଅଭିଷେକ ଜର୍ମାନୀର ବର୍ଲିନ ଯାଇ ଚାକିରିରେ ଯୋଗଦେବେ ।
କିଏ ଅଭିଷେକ ?
ଜାମୁଇ ଜିଲ୍ଲା ନିବାସୀ ଅଭିଷେକ ପିଲାଦିନରୁ ପଢିବା ଏବଂ ଲେଖିବା ପାଇଁ ବହୁତ ଆଗ୍ରହୀ ଥିଲେ । ଏହି କାରଣରୁ ସେ ପିଲାଦିନେ ଲାପଟପ୍, ମୋବାଇଲ ଭଳି ଗ୍ୟାଜେଟ୍ କିଣିବାକୁ ଜିଦ୍ ଧରୁଥିଲେ । ଇଞ୍ଜିନିୟରିଂ କରିବା ପୂର୍ବରୁ ମଧ୍ୟ କୋଡିଂ ବିଷୟରେ ଜାଣିବାକୁ ତାଙ୍କର ଇଚ୍ଛା ଥିଲା । ଯେତେବେଳେ ସେ ଇଞ୍ଜିନିୟରିଂରେ କୋଡିଂ ଅଧ୍ୟୟନ କଲେ, ସେ ବହୁତ କୋଡିଂ ପାଠକୁ ଉପଭୋଗ କରିବାକୁ ଲାଗିଲେ । ସେ ଏବେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଦ୍ବିତୀୟ ବର୍ଷରେ ଅଛନ୍ତି ଏବଂ ସେବେଠାରୁ କୋଡିଂ ଆରମ୍ଭ କରିଥିଲେ । ଭଲ ପ୍ରୋଜେକ୍ଟରେ ସେ କୋଡିଂ କାମ ମଧ୍ୟ କରିଛନ୍ତି ।
ବିଦ୍ୟାର୍ଥୀଙ୍କୁ ଅଭିଷେକଙ୍କ ବାର୍ତ୍ତା
ଏହି ସଫଳତା ପାଇବା ପରେ ଅଭିଷେକ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିଛି ପରାମର୍ଶ ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀଙ୍କର ଇଞ୍ଜିନିୟରିଂ କରିବା ସ୍ବପ୍ନ ରହିଛି ସେମାନେ କଠିନ ପରିଶ୍ରମ କରିବା ଉଚିତ୍ । ଏହାସହିତ ଭଗବାନଙ୍କୁ ବିଶ୍ବାସ କରିବା, ପରିଶ୍ରମ କରି ସଫଳତା ହାସଲ କରିବା ପାଇଁ ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ