ETV Bharat / bharat

NIRF Rankings 2023: ଶୀର୍ଷରେ IIT ମାଡ୍ରାସ, ଦ୍ବିତୀୟରେ IISC ବେଙ୍ଗାଲୁରୁ

ଶିକ୍ଷା ମନ୍ତ୍ରଣାଳୟ ପ୍ରକାଶ କଲା NIRF ରାଙ୍କିଂ ତାଲିକା 2023 । ସାମଗ୍ରିକ ତାଲିକାରେ ଶୀର୍ଷରେ IIT ମାଡ୍ରାସ, ଦ୍ବିତୀୟରେ IISC ବେଙ୍ଗାଲୁରୁ । ଚିକିତ୍ସା ବିଜ୍ଞାନରେ ଦିଲ୍ଲୀ ଏମ୍ସ ଓ ପ୍ରବନ୍ଧନରେ ଆଇଆଇଏମ ଅହମ୍ମଦାବାଦ ଶୀର୍ଷରେ । ଅଧିକ ପଢନ୍ତୁ

NIRF Rankings 2023: ଶୀର୍ଷରେ IIT ମାଡ୍ରାସ, ଦ୍ବିତୀୟରେ IISC ବେଙ୍ଗାଲୁରୁ
NIRF Rankings 2023: ଶୀର୍ଷରେ IIT ମାଡ୍ରାସ, ଦ୍ବିତୀୟରେ IISC ବେଙ୍ଗାଲୁରୁ
author img

By

Published : Jun 5, 2023, 4:06 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ସଂସ୍ଥାଗତ ରାଙ୍କିଂ ଫ୍ରେମଓ୍ବାର୍କ (NIRF)ର ରାଙ୍କିଂ ତାଲିକା 2023 । ଏଥିରେ ଆଇଆଇଟି ମାଡ୍ରାସ ସାମଗ୍ରିକ ଉଚ୍ଚ ଶିକ୍ଷାନୁଷ୍ଠାନ ବର୍ଗରେ ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନର ରହିଛି ପ୍ରତିଷ୍ଠିତ ଆଇଆଇଏସ ବେଙ୍ଗାଲୁରୁ । ଚଳିତବର୍ଷ NIRFର 8ମ ସଂସ୍କରଣକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି । ଏହି ତାଲିକା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଉନ୍ମୋଚନ କରିଛନ୍ତି । ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ଫ୍ରଫେସର ଭି.କାମାକୋଟି ସଂସ୍ଥାନର ପ୍ରଦର୍ଶନ ନେଇ ଖୁସିବ୍ୟକ୍ତ କରିଛନ୍ତି ।

ସାମଗ୍ରିକ ବର୍ଗରେ ପ୍ରଦର୍ଶନ ତାଲିକା

ଦେଶରେ ସାମଗ୍ରିକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବର୍ଗରେ ତୃତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ, ଚତୁର୍ଥରେ ଆଇଆଇଟି ବମ୍ବେ, 5ମରେ ଆଇଆଇଟି କାନପୁର, 6ଷ୍ଠରେ ଏଏମ୍ସ ଦିଲ୍ଲୀ, 7ମ ଆଇଆଇଟି ଖଡଗପୁର, 8ମ ଆଇଆଇଟି ରୁର୍କି, 9ମରେ ଆଇଆଇଟି ଗୌହାଟୀ ଓ 10ମରେ ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ ରହିଛି । ସେହିପରି ବିଶ୍ବବିଦ୍ୟାଳୟ ବର୍ଗରେ ଆଇଆଇଏସ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ରହିଛନ୍ତି ।

ସେହିପରି କଲେଜ ବର୍ଗରେ ଦିଲ୍ଲୀର ମିରଣ୍ଡା ହାଉସ କଲେଜ ପ୍ରଥମ ସ୍ଥାନରେ ଥିବା ବେଳେ ନୂଆଦିଲ୍ଲୀର ହିନ୍ଦୁ କଲେଜ ଦ୍ବିତୀୟ ଓ ପ୍ରେସିଡେନ୍ସି କଲେଜ ତୃତୀୟ ସ୍ଥାନରେ ରହିଛି । ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଟି ଦିଲ୍ଲୀ ଓ ବମ୍ବେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇଞ୍ଜିନିୟରିଂ ବର୍ଗରେ ଚତୁର୍ଥ ସ୍ଥାନରେ ଆଇଆଇଟି କାନପୁର, 5ମରେ ରୁରକୀ, 6ଷ୍ଠରେ ଖଡଗପୁର, 7ମରେ ଗୌହାଟୀ, 8ମରେ ହାଇଦ୍ରାବାଦ, 9ମରେ ଆଇଆଇଟି ତିରୁଚିରାପଲ୍ଲୀ ଓ 10ମ ସ୍ଥାନରେ କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ରହିଛି ।

ସେହିପରି ପ୍ରବନ୍ଧନ ବର୍ଗରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ଅହମ୍ମଦାବାଦ ପ୍ରଥମ ସ୍ଥାନରେ ରହିଛି । ଆଇଆଇଏମ ବେଙ୍ଗାଲୁରୁ ଦ୍ବିତୀୟ ଓ କେରଳ ସ୍ଥିତ ଆଇଆଇଏମ କୋଝିକୋଡ ତୃତୀୟ ସ୍ଥାନରେ ରହିଛି । ଚିକିତ୍ସା ବିଜ୍ଞାନ ବର୍ଗରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ପ୍ରଥମ ସ୍ଥାନରେ ରହିଛି । ସେହିପରି ଚଣ୍ଡିଗଡର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଓ ରିସର୍ଚ୍ଚ ଦ୍ବିତୀୟ ଓ ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ତୃତୀୟ ସ୍ଥାନରେ ରହିଛନ୍ତି । ରାଙ୍କିଂରେ ଆଇନ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି ବେଙ୍ଗାଲୁରୁର ନ୍ୟାସନାଲ ଲ’ ସ୍କୁଲ ଓ ଇଣ୍ଡିଆ ୟୁନିଭର୍ସିଟି । ସେହିପରି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଦିଲ୍ଲୀ ଓ ହାଇଦ୍ରାବାଦର ନାଲସାର ଆଇନ ବିଶ୍ବବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.