ETV Bharat / bharat

#JeeneDo: ସମାଜର ବିଚାରଧାରା ବଦଳିଲେ ସୁରକ୍ଷିତ ରହିବେ ମହିଳା-ନିର୍ଭୟାଙ୍କ ମା' - ଆଶା ଦେବୀଙ୍କ ପ୍ରତିକ୍ରିୟା

ଗୋଆ ସମୁଦ୍ରକୂଳରେ ୨ ଜଣ ଗୋଆ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ରାତିସାରା ଶିଶୁଟିଏ ସମୁଦ୍ରକୂଳରେ ରହିଲେ ଏହାକୁ ପିତାମାତା ବିଚାର କରିବା ଆବଶ୍ୟକ ବୋଲି କହିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏହି ମନ୍ତବ୍ୟକୁ ଦେଇ ଇଟିଭି ଭାରତ ଗଣଦୁଷ୍କର୍ମ ପୀଡିତା ନିର୍ଭୟା ମାଆ ଆଶା ଦେବୀଙ୍କ ସହିତ ଆଲୋଚନା କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ନିଜ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ଆଶା ଦେବୀ । ଦେଖନ୍ତୁ ଇଟିଭି ଭାରତର ଏହି EXCLUSIVE INTERVIEW....

#JeeneDo: ସମାଜର ବିଚାରଧାରା ବଦଳିଲେ ସୁରକ୍ଷିତ ରହିବେ ମହିଳା-ନିର୍ଭୟାଙ୍କ ମା'

author img

By

Published : Aug 3, 2021, 4:45 PM IST

ନୂଆଦିଲ୍ଲୀ: ରାତ୍ରି ସମୟରେ ୧୪ ବର୍ଷର ନାବାଳିକା ସମୂଦ୍ରକୂଳରେ ବୁଲିବାକୁ ନେଇ ପିତାମାତା ବିଚାର କରିବା ଆବଶ୍ୟକ । ଏଭଳି ସ୍ଥିତିରେ କେବଳ ସରକାର ଓ ପୋଲିସ ଉପରେ ସମସ୍ତ ଦାୟିତ୍ବ ଲଦିବା ଠିକ ନୁହେଁ । ଗୋଆରେ ୨ ନାବାଳିକାଙ୍କ ଦୁଷ୍କର୍ମ ପରେ ଏଭଳି ମନ୍ତବ୍ୟ ଦେଇଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଯାହାକୁ ନେଇ ଘନେଇଥିଲା ବିବାଦ । ଏହି ଘଟଣା ଉପରେ ଇଟିଭି ଭାରତର ପ୍ରତିନିଧି ବସନ୍ତ ବିହାର ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମାଆ ଆଶା ଦେବୀଙ୍କ ସହତି କରିଛନ୍ତି ଆଲୋଚନା । ସମାଜର ବିଚାରଧାରା ବଦଳିଲେ ଦେଶରେ ମହିଳାମାନେ ସୁରକ୍ଷିତ ରହିପାରିବେ ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ ।

#JeeneDo: ସମାଜର ବିଚାରଧାରା ବଦଳିଲେ ସୁରକ୍ଷିତ ରହିବେ ମହିଳା-ନିର୍ଭୟାଙ୍କ ମା'

ମୁଖ୍ୟମନ୍ତ୍ରୀଙ୍କ ବୟାନ ଦୋଷକୁ ଅଣଦେଖା କରୁଛି କହିଲେ ଆଶା ଦେବୀ:-

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ । ରାଜ୍ୟର ମୁଖିଆ ପଦବୀରେ ରହି ମଧ୍ୟ ଏଭଳି ବୟାନ ଦେବା ଠିକ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ବୟାନ ଦୋଷୀମାନଙ୍କୁ ଆହୁରି ସୁଯୋଗ ଦେଉଛି ବୋଲି କହିଛନ୍ତି ଆଶା ଦେବୀ । ଏଭଳି ବୟାନ ଦେବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ବ୍ୟବସ୍ଥା ଓ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବା ଆବଶ୍ୟକ । ଏଭଳି ଘଟଣା ଦେଶରେ ନୂଆ ନୁହେଁ । ଏଭଳି ଘଟଣା ଘଟିବା ପରେ ସବୁ ଦୋଷ ପିତାମାତାଙ୍କ ଉପରେ ଆସେ ବୋଲି ସେ କହିଛନ୍ତି ।

ପିତାମାତାଙ୍କୁ ଦୋଷ ଦେଇ ମୁଖ୍ୟମନ୍ତ୍ରୀ ଖସିଯିବାକୁ ଚାହୁଁଛନ୍ତି: -

ଗୋଆ ଦେଶର ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏଠାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଏଥିଲାଗି ଏଠାରେ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । ପିତାମାତାଙ୍କୁ ଦୋଷ ଦେଇ ନିଜର ଦୋଷକୁ ଲୁଚାଇବା ସଠିକ ନୁହେଁ । କାରଣ କୌଣସି ବାପା-ମାଆ ନିଜ ସନ୍ତାନଙ୍କୁ ଖରାପ କାମ କରିବାକୁ ପ୍ରୋତ୍ସାହନ ଦିଅନ୍ତି ନାହିଁ । ଏଭଳି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ପୋଲିସ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅଧିକ ଯତ୍ନବାନ ହେବେ ବୋଲି କହିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ଆଶା ଦେବୀ ।

ନିର୍ଭୟା ଘଟଣା ପରେ ମଧ୍ୟ ବଦଳିନି ଦେଶର ବ୍ୟବସ୍ଥା:-

ନିର୍ଭୟା ଘଟଣା ପରେ ମଧ୍ୟ ଦେଶରେ କୌଣସି ପରିବର୍ତ୍ତନ ହୋଇନି । ଏହି ଘଟଣା ପରେ ଗଢାଯାଇଥିବା ଆଇନ ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । ଏଭଳି ଘଟଣା ଘଟିବା ମାତ୍ରେ ରାଜନେତାମାନେ ପିତାମାତାଙ୍କ ଉପରେ ଦୋଷ ଲଦି ଦେଇଥାନ୍ତି । ଆପଣ ଦେଖିଥିବେ ନିର୍ଭୟା ଘଟଣାରେ ନିର୍ଭୟାକୁ ଦୋଷୀ କୁହାଯାଇଥିଲା । ନିର୍ଭୟା ଘଟଣାରେ ଫାଶୀ ମାଗିବା ପରେ ମଧ୍ୟ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା । ଯଦି ଦେଶର ଆଇନ ସଠିକ ସମୟରେ କାର୍ଯ୍ୟ କରୁଥାନ୍ତା, ତେବେ ପୀଡିତାର ପରିବାରକୁ କିଛି କହିବାକୁ ପଡନ୍ତା ନାହିଁ ବୋଲି ସେ କହିଛନ୍ତି ।

ମହିଳାଙ୍କ ପୋଷାକକୁ ଦୋଷ ଦେବା ଅତ୍ୟନ୍ତ ଦୁଃଖଦାୟକ:-

ଗୋଆରେ ଅଧିକ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଆବଶ୍ୟକ । ଯଦି ବ୍ୟବସ୍ଥା ଠିକ ହୋଇଥାନ୍ତା, ତେବେ ଏଭଳି ଘଟଣା ଘଟନ୍ତାନି ବୋଲି ସେ କହିଛନ୍ତି । ରାଜନେତାମାନେ ଛୋଟ ଯୁବତୀଙ୍କ ପୋଷାକ ଉପରେ ମନ୍ତବ୍ୟ ଦେଉଛନ୍ତି । ତେବେ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ନିର୍ଭୟା ଘଟଣା ପରେ ଅନେକ ଘଟଣା ଘଟିଛି । ତଥାପି ଆମ ଦେଶର ଲୋକଙ୍କ ବିଚାରଧାରା କି ମନ୍ତବ୍ୟ ବଦଳିନି । କିନ୍ତୁ ଲୋକମାନଙ୍କ ସହିତ ସମାଜର ବିଚାରଧାରା ବଦଳିବା ଆବଶ୍ୟକ । ଶିଶୁଙ୍କ ପ୍ରତି ଆମର ନଜର ଉତ୍ତମ ହେବା ଆବଶ୍ୟକ । ଏହାପରେ ଶିଶୁମାନେ ଦେଶରେ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.