ETV Bharat / bharat

Ujjain Rape Case: ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ରିପୋର୍ଟରୁ ସୂଚନା

author img

By ETV Bharat Odisha Team

Published : Sep 27, 2023, 10:16 PM IST

ମଧ୍ୟ ପ୍ରଦେଶ ଉଜ୍ଜୈନରେ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲେ ନାବାଳିକା । ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ରିପୋର୍ଟରୁ ସୂଚନା । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲେ ନାବାଳିକା, ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ରିପୋର୍ଟରୁ ସୂଚନା

ଭୋପାଳ: ଧର୍ମନଗରୀରେ ନିନ୍ଦନୀୟ ଘଟଣା । ୧୨ ବର୍ଷର ନାବାଳିକା ସହ ହୋଇଛି ପାଶବିକତା । ଉଜ୍ଜୈନର ମହାକାଳ ଥାନା କ୍ଷେତ୍ର ଅଧୀନ ବଡନଗର ରୋଡରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ଡ୍ରେସରେ ରକ୍ତ ଲାଗିଥିବା ବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିଲା ପୀଡିତା । ପ୍ରାଥମିକ ଅବସ୍ଥାରୁ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ପୋଲିସ ସ୍ଥାନୀୟ ପୋଲିସ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ, ସେ ଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ପୀଡିତା ଏବେ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • उज्जैन मामले की जांच के लिए SIT का गठन कर दिया गया है। एक संदिग्ध को हिरासत में लिया गया है।

    जांच के आधार पर कड़ी कार्रवाई की जाएगी। pic.twitter.com/y2Sf3yxYoh

    — Dr Narottam Mishra (@drnarottammisra) September 27, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଗତକାଲି (ସୋମବାର) ଜଣେ ନାବାଳିକା ରାସ୍ତାରୁ ମିଳିଥିଲେ । ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗମ୍ଭୀର ଥିବାରୁ ପୀଡିତାଙ୍କୁ ରକ୍ତ ଦେବାର ଆବଶ୍ୟକତା ମଧ୍ୟ ପଡିଥିଲା । ପୋଲିସ କର୍ମୀ ହସ୍ପିଟାଲରେ ପୀଡିତାଙ୍କୁ ରକ୍ତ ଦେଇଥିଲେ । ନାବାଳିକାଜଣକ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତର କହିଛନ୍ତି । ହେଲେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ପୋଲିସ ତାଙ୍କ ବୟାନ ରେକର୍ଡ କରିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ:- ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ବଙ୍ଗଳା ନବୀକରଣ ଘୋଟାଲା ମାମଲାରେ CBI ତଦନ୍ତ ଆରମ୍ଭ

ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନାବାଳିକାଜଣକ ଏଠାକୁ କେମିତି ଆସିଲେ, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୀଡିତାଜଣକ ସ୍ଥାନୀୟ ଅଞ୍ଚଳ ନୁହନ୍ତି ବରଂ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଛି । ସମ୍ପୃକ୍ତ ପୀଡିତାଙ୍କ ପରିଚୟ ସଂଗ୍ରହ କରାଯାଉଛି । ସେ ଏଠାରେ କଣ କରୁଥିଲେ, କେଉଁଠି ରହୁଥିଲେ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି ମଧ୍ୟ ପ୍ରଦେଶ ସରକାର । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ଗୃହ ବିଭାଗ ନିର୍ଦ୍ଦେଶ ଦେଇସାରିଛି । ନିକଟରେ ଏକାଧିକ ଘଟଣା ପାଇଁ ମଧ୍ୟ ପ୍ରଦେଶ ଶାସନ ବ୍ୟବସ୍ଥା ଚର୍ଚ୍ଚାରେ ରହିଛି । ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଜଣେ ତଥାକଥିତ ବିଜେପି ନେତା ପରିସ୍ରା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.