ETV Bharat / bharat

Nipah virus In Kerala: ସପ୍ତାହେ ସ୍କୁଲ୍‌ କଲେଜ ଛୁଟି, ଅନଲାଇନରେ ପାଠପଢା

author img

By ETV Bharat Odisha Team

Published : Sep 16, 2023, 10:18 AM IST

ନିପା ଭାଇରସ ସଂକ୍ରମଣ ରୋକିବାକୁ କଡା ପଦକ୍ଷେପ । ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ୍‌ କଲେଜ ଛୁଟି । ଅଧିକ ପଢନ୍ତୁ

educational institutes to remain shut in Kozhikode

ଥିରୁଅନନ୍ତପୁରମ: କେରଳରେ ନିପା ଭାଇରସ ଆତଙ୍କ । ସଂକ୍ରମଣ ଆତଙ୍କ ଖେଳାଇବା ପୂର୍ବରୁ ସତର୍କତା ଜାରି ହୋଇଛି । ସଂକ୍ରମଣ ରୋକିବାରୁ କୋଝିକୋଡ଼େ ଜିଲ୍ଲାର କିଛି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଜିଠୁ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢାକୁ ବାରଣ କରାଯାଇଛି । ଗୋଟିଏ ସପ୍ତାହ ପାଇଁ କୋଝିକୋଡ଼େରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ସ୍କୁଲ, କଲେଜ ଓ କୋଚି ସେଣ୍ଟର ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କ୍ଲାସ ରୁମ ପରିବର୍ତ୍ତେ ଅନଲାଇନରେ ମୋଡରେ ଶିକ୍ଷାଦାନ କରାଯିବ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ହଜାରରୁ ଅଧିକ ଲୋକ ଆସିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି ଯେ, କୋଝିକୋଡ଼େ ଜିଲ୍ଲାରେ ନିପା ଭାଇରସ ଆକ୍ରାନ୍ତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା 1 ହଜାର 80କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଆଉ 130 ଜଣଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ତାଲିକାରେ 327 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ।

ଅନ୍ୟ ଜିଲ୍ଲାର ମୋଟ 29 ଜଣ ଲୋକ ନିପା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେଥିମଧ୍ୟରୁ 22 ଜଣ ମାଲାପୁରାମର, ୱାୟାନାଡର ଜଣେ ଏବଂ କନ୍ନୁର ଏବଂ ଥ୍ରୀସୁରର ତିନିଜଣ ରହିଛନ୍ତି । ନାପା ଭାଇରସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା କେରଳରେ 6 ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଜଣେ 39 ବର୍ଷୀୟ ବ୍ୟକ୍ତି ନିପା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା କିପରି ଅଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Nipah virus In Kerala: ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ, ସମୀକ୍ଷା କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନିପା ସଂକ୍ରମଣରେ ବ୍ରେକ ଲଗାଇବାକୁ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱର ସମୀକ୍ଷା କରିଥିଲେ । ପୁଣେ ସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ- ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ସମୀକ୍ଷା ବୈଠକ ବସିଥିଲା । ବୈଠକରେ ନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ସଂକ୍ରମଣକୁ ରୋକିବାକୁ ସମୀକ୍ଷା ବୈଠକରେ ସବୁ ପ୍ରକାର ଆଲୋଚନା କରାଯିବା ସହ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ନିପା ଭାଇରସ ସଂକ୍ରମଣ କିପରି ଅଧିକ ବୃଦ୍ଧି ନହେବ ତାଉପରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ଭାରତୀ ପ୍ରବୀଣ ପାୱର । ଗତ 12 ତାରିଖରେ କେରଳ କୋଝିକୋଡରେ ନାପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.