ETV Bharat / bharat

ନୀଳଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ, ଜଣେ ରେଳ କର୍ମଚାରୀ ମୃତ

ରାଜସ୍ଥାନରେ ନୀଳ ଗାଈକୁ ଧକ୍କା ଦେଲେ ବନ୍ଦେ ଭାରତ ଏକ୍ସପ୍ରେସ । ନିକଟବର୍ତ୍ତୀ ରେଳ ଧାରଣାରେ କାର୍ଯ୍ୟରତ ଜଣେ ରେଳ କର୍ମଚାରୀ ମୃତ । ଅଧିକ ପଢନ୍ତୁ

ନୀଳଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ, ଜଣେ ରେଳ କର୍ମଚାରୀ ମୃତ
ନୀଳଗାଈକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ, ଜଣେ ରେଳ କର୍ମଚାରୀ ମୃତ
author img

By

Published : Apr 19, 2023, 8:01 PM IST

ଜୟପୁର: ରାଜସ୍ଥାନ ଓଲଓ୍ବାର ଦାଉସା ଷ୍ଟେସନ ନିକଟରେ ନୀଳଗାଈକୁ ଧକ୍କା ଦେଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଏଥିରେ ଗାଈ ସମେତ ରେଳ ଧାରଣା ବିଦ୍ୟୁତିକରଣ କାର୍ଯ୍ୟରେ ନିୟୋଜିତ ଜଣେ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗାଈଟି ଦୃତଗାମୀ ଟ୍ରେନ ଧକ୍କାରେ ଛଟିକିପଡି ପାର୍ଶ୍ବବର୍ତ୍ତୀ ଧାରଣାରେ କାର୍ଯ୍ୟରତ ଥିବା ରେଳ କର୍ମଚାରୀଙ୍କ ଉପରେ ମାଡ ହୋଇଥିଲା । ଫଳରେ ସେହିଠାରେ ହିଁ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ରେଳ କର୍ମଚାରୀ ଶିବଦୟାଲ ଶର୍ମା ଓ ସେ ରେଳବାଇରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଦୃତଗାମୀ ଟ୍ରେନଟି ପ୍ରଥମେ ଧାରଣା ପାର ହେଉଥିବା ନୀଳଗାଈକୁ ଧକ୍କା ଦେଇଥିଲା । ଏହି ସମୟରେ ପାର୍ଶ୍ବବର୍ତ୍ତୀ ରେଳଧାରଣାରେ ରେଳ କର୍ମଚାରୀ ଶିବଦୟାଲ ଶର୍ମା ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ । ଟ୍ରେନ୍‌ ଧକ୍କାରେ ଗାଈଟି ଛିଟିକି ଆସି ତାଙ୍କ ଦେହରେ ମାଡ ହୋଇଥିଲା । ସେ ମଧ୍ୟ କିଛି ଦୂର ଛିଟିକି ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନେବା ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ଘଟଣାସ୍ଥଳରେ ଶିବଦୟାଲଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଗାଈଟି ମଧ୍ୟ ପ୍ରାଣ ହରାଇଛି ।

ତେବେ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ଟ୍ରେନଟି ମଧ୍ୟ କିଛି ସମୟ ଅଟକି ରହିଥିଲା । ଖବର ମିଳିବା ପରେ ସ୍ଥାନୀୟ ଲୋକେ ଭିଡ ଜମାଇବା ସହ ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି । କିଛି ସମୟ ଅଟକି ରହିବା ପରେ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା । ରାଜସ୍ଥାନରୁ ଆଜମେରରୁ ଦିଲ୍ଲୀ ଚଳାଚଳ କରୁଥିବା ଏହି ବନ୍ଦେ ଭାରତ ଏକ୍ସେପ୍ରେସକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Karnataka polls: କଂଗ୍ରେସର 40 ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସୋନିଆ, ରାହୁଲ, ଖଡଗେ ଓ ଶେଟ୍ଟର

ତେବେ ପ୍ରମୁଖ ସହରଗୁଡିକୁ ସଂଯୋଗ କରୁଥିବା ଏହି ସ୍ବଦେଶୀ ସେମିସ୍ପିଡ୍‌ ଟ୍ରେନ୍‌ ଏକାଧିକ ଦୁର୍ଘଟଣାର ସାମ୍ନା କରି ସାରିଲାଣି । ଏହାର ନିୟମିତ ବେଗ ପ୍ରାୟ ଶହେ କିମିରୁ ଅଧିକ ରହୁଛି । ଦୃତଗତି କାରଣରୁ ବିଭିନ୍ନ ସମୟରେ ରେଳଧାରଣା ପାର ହେଉଥିବା ଜଙ୍ଗଲୀ ଜୀବଜନ୍ତୁଙ୍କୁ ଏହି ଟ୍ରେନଟି ଧକ୍କା ଦେବାର ନଜୀର ରହିଛି । ପ୍ରତ୍ୟେକ ଦୁର୍ଘଟଣାରେ ପ୍ଲାଷ୍ଟିକ ନିର୍ମିତ ଏହାର ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.