ETV Bharat / bharat

ନିଖିଲଙ୍କ ଖୁଲାସା, ବିବାହ ପଞ୍ଜିକରଣ ପାଇଁ ମନା କରିଥିଲେ ନୁସରତ

ନିଖିଲ ଜୈନ ବୈବାହିକ ଜୀବନ ସହ ତାଙ୍କ ଉପରେ ପତ୍ନୀ ନୁସରତଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ଜାରି କରିଛନ୍ତି ବୟାନ । ପାଖାପାଖି ଗୋଟିଏ ପୃଷ୍ଠାର ବୟାନରେ ନିଜ କଥା ଖୋଲି କହିଛନ୍ତି ନିଖିଲ । ଅଧିକ ପଢନ୍ତୁ...

ନିଖିଲଙ୍କ ଖୁଲାସା, ବିବାହ ରେଜିଷ୍ଟର କରିବାକୁ ମନା କରିଥିଲେ ନୁସରତ

author img

By

Published : Jun 10, 2021, 9:40 PM IST

କୋଲକାତା: ସ୍ବାମୀ ନିଖିଲ ଜୈନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇ, ନିଜ ରାସ୍ତା ଅଲଗା କରିନେଇଥିବା ଖୁଲାସା କରିଥିଲେ ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହଁ । ବିବାହ ତୁର୍କୀରେ ହୋଇଥିଲା, ଯାହା କି ଭାରତୀୟ ଆଇନ ଅନୁଯାୟୀ ଅମାନ୍ୟ ।

ଏବେ ନିଖିଲ ଜୈନ ବୈବାହିକ ଜୀବନ ସହ ତାଙ୍କ ଉପରେ ପତ୍ନୀ ନୁସରତଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ଜାରି କରିଛନ୍ତି ବୟାନ । ପାଖାପାଖି ଗୋଟିଏ ପୃଷ୍ଠାର ବୟାନରେ ନିଜ କଥା ଖୋଲି କହିଛନ୍ତି ନିଖିଲ ।

ନିଖିଲ ଲେଖିଛନ୍ତି, ପ୍ରେମ ନଥିଲା । ତଥାପି ମୁଁ ନୁସରତଙ୍କ ବିବାହ ପାଇଁ ପ୍ରୋପୋଜ କରିଥିଲି । ସେ ଖୁସିରେ ଏହାକୁ ମାନିଥିଲେ । ଆମେ ବିବାହ ପାଇଁ ତୁର୍କୀ ଯାଇଥିଲୁ । 2019ରେ ଆମେ ବିବାହ କରିଥିଲୁ ଓ କୋଲକାତାରେ ରେସେପସନ ହୋଇଥିଲା ।

ନିଖିଲ କହିଛନ୍ତି, ସ୍ବାମୀ-ସ୍ତ୍ରୀଙ୍କ ଭଳି ରହିଥିଲୁ । ଆଉ ସମାଜକୁ ମଧ୍ୟ ଆମେ ଏହି ସମ୍ପର୍କରେ ନିଜ ପରିଚୟ ଦେଇଥିଲୁ । ମୁଁ ମୋ ନିଜର ସମ୍ପୂର୍ଣ୍ଣ ସମୟ ସ୍ବାମୀ ଭଳି ଇନଭେଷ୍ଟ କରିଛି । ବନ୍ଧୁ, ପରିବାର ଓ ସମ୍ପର୍କୀୟ ସମସ୍ତେ ଜାଣିନ୍ତି ଯେ ମୁଁ ନସରତଙ୍କ ପାଇଁ କଣ ସବୁ ନକରିଛି ।

ମୁଁ ସବୁବେଳେ ବିନା କୌଣସି ଲୋଭରେ ସମର୍ଥନ କରିଛୁ । ହେଲେ ବିବାହର କିଛି ଦିନ ପରେ ନୁସରତଙ୍କ ବ୍ୟବହାର ମୋର ଆଉ ବୈବାହିକ ଜୀବନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଦେଇଥିଲା ବୋଲି କହିଛନ୍ତି ନିଖିଲ । 2020 ଅଗଷ୍ଟରେ ଗୋଟିଏ ଫିଲ୍ମ ସୁଟିଂ ସମୟରେ ତାଙ୍କ ବ୍ୟବହାର ବଦଳିଥିଲା । ଏହାର କାରଣ କେବଳ ସେ ହିଁ ଜାଣିଥିବେ ।

ନିଖିଲ କହିଛନ୍ତି, ନୁସରତଙ୍କ ବ୍ୟବହାରରେ ଏତେ ପରିବର୍ତ୍ତନ ଆସିଯାଇଥିଲା ଯେ ଗୋଟିଏ ସମୟରେ ମୁଁ ମଧ୍ୟ ଭାବିବାକୁ ବାଧ୍ୟ ହୋଇଗଲି । ଆମେ ଯେବେ ସାଙ୍ଗରେ ଥିଲୁ, ସେବେ ମୁଁ ଅନେକ ଥର ବିବାହ ରେଜିଷ୍ଟର କରିବାକୁ କହିଥିଲି । ହେଲେ କ୍ରମାଗତ ଅନୁରୋଧକୁ ନୁସରତ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି ନିଖିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.