ETV Bharat / bharat

ଜାଡରେ ଥରୁଛି Jammu & Kashmir; ଶୂନ ଡିଗ୍ରୀ ତଳେ ତାପମାତ୍ରା

author img

By

Published : Nov 20, 2021, 12:44 PM IST

ଆଜି ଜମ୍ମୁ କାଶ୍ମୀର(Jammu & Kashmir) ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳକୁ ଖସିଛି । ଫଳରେ ଲଦାଖର ଡ୍ରାସ ଟାଉନରେ ତାପମାତ୍ରା ମାଇନସ ୧୨.୨ ଡିଗ୍ରୀ ରେକର୍ଡ ହୋଇ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି । ଅଧିକ ପଢନ୍ତୁ

ଥଣ୍ଡାରେ ଥରୁଛି ଭୂସ୍ବର୍ଗ: ଜାମ୍ମୁ-କାଶ୍ମୀରରେ ଶୂନ ଡିଗ୍ରୀ ତଳେ ତାପମାତ୍ରା

ଶ୍ରୀନଗର: ଜାଡରେ ଥରୁଛି ଜମ୍ମୁ କାଶ୍ମୀର । ଆଜି ଜମ୍ମୁ କାଶ୍ମୀର ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳକୁ ଖସିଛି । ଫଳରେ ଲଦାଖର ଡ୍ରାସ ଟାଉନରେ ତାପମାତ୍ରା ମାଇନସ ୧୨.୨ ଡିଗ୍ରୀ ରେକର୍ଡ ହୋଇ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି । ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ରାତିର ଆକାଶ ସ୍ୱଚ୍ଛ ଥିବାରୁ ଉପତ୍ୟକାରେ ସର୍ବନିମ୍ନ ତାପମାତ୍ରା ଆଜି ଫ୍ରିଜ୍ ପଏଣ୍ଟରୁ ଖସି ଆସିଛି।

ଶ୍ରୀନଗରରେ ମାଇନସ ୧.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହଲଗମରେ ମାଇନସ ୪.୩ ଡିଗ୍ରୀ ଏବଂ ଗୁଲମାର୍ଗରେ ତାପମାତ୍ରା ମାଇନସ ୧.୦ ଡିଗ୍ରୀ , କାଜିଗୁଣ୍ଡରେ ମାଇନସ ୧.୮ ଓ କୁପଓ୍ବାରରେ ମାଇନସ ୨.୭ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଡ୍ରାସ ଟାଉନରେ ରାତି ସମୟରେ ସର୍ବନିମ୍ନ ତାପମାତ୍ରା ମାଇନସ ୧୨.୦ ଡିଗ୍ରୀ, ଲେହରେ ୧୦.୩ ଓ କାର୍ଗିଲରେ ୪.୯ ଡିଗ୍ରୀ, ଜାମ୍ମୁ ସହରରେ ୧୦.୪ ଡିଗ୍ରୀ, କରତାରରେ ୯.୨ ଡିଗ୍ରୀ, ବଟାଟୋରେ ୪.୨, ବନିହାଲରେ ମାଇନସ ୦.୪, ଭଦରୱାରେ ୧.୭ ଡିଗ୍ରୀ ରାତି ତାପମାତ୍ରା ରହିଥିଲା ।

ଉଭୟ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.