ଗାନ୍ଧୀନଗର: ଗୁଜୁରାଟରେ ପୁଣି ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା 17 ତାରିଖ ଅର୍ଥାତ୍ ବୁଧବାର ଠାରୁ ରାଜ୍ୟର ଚାରୋଟି ମହାନଗର ଅହମ୍ମଦାବାଦ, ଭଦୋଦରା, ସୁରତ ଏବଂ ରାଜକୋଟରେ ରାତି 10ଟାରୁ ସକାଳ 6ଟା ଯାଏଁ ଏହି କର୍ଫ୍ୟୁ ଲାଗୁ କରାଯିବ । କର୍ଫ୍ୟୁ ଆସନ୍ତା 31 ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟରେ କୋରୋନା ପ୍ରାର୍ଦୁଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପ୍ରମୁଖ ସହର ଗୁଡିକୁ ମଙ୍ଗଳବାର(ଆଜି) ରାତି 12 ଟାରୁ ସକାଳ 6ଟା ପର୍ଯ୍ୟନ୍ତ ପ୍ରି-ନାଇଟ କର୍ଫ୍ୟୁ ବଜାୟ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ