ETV Bharat / bharat

ତାମିଲନାଡୁ ନକଲି ପାସପୋର୍ଟ ମାମଲା, ତଦନ୍ତଭାର ନେଲା NIA

author img

By

Published : Jan 27, 2022, 8:09 PM IST

ତାମିଲନାଡୁରୁ ନକଲି ପାସପୋର୍ଟ ସହ ଶ୍ରୀଲଙ୍କା ନାଗରକି ଗିରଫ ଘଟଣା । ତଦନ୍ତଭାର ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଅଧିକ ପଢନ୍ତୁ

ତାମିଲନାଡୁ ନକଲି ପାସପୋର୍ଟ ମାମଲା, ତଦନ୍ତଭାର ନେଲା NIA
ତାମିଲନାଡୁ ନକଲି ପାସପୋର୍ଟ ମାମଲା, ତଦନ୍ତଭାର ନେଲା NIA

ଚେନ୍ନାଇ: ଶ୍ରୀଲଙ୍କାର ତିନିଜଣ ନାଗରିକଙ୍କୁ ନକଲି ଭାରତୀୟ ଓ ସ୍ପେନ ପାସପୋର୍ଟ ସହିତ ତାମିଲନାଡୁରୁ ଗିରଫ କରାଯିବା ପରେ ଏହାର ତଦନ୍ତଭାର ନେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଏକ ମାମଲା ରୁଜୁ କରି ଏନଆଇଏ ଏହାର ତଦନ୍ତ ଆରମ୍ଭ କରିଛି । ନକଲି ଭାରତୀୟ ପାସପୋର୍ଟ ସହିତ ଦୁଇଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଜଣଙ୍କୁ ନକଲି ସ୍ପେନ ପାସପୋର୍ଟ ସହିତ ଗିରଫ କରାଯାଇଥିଲା ।

ଗତବର୍ଷ 2021 ମସିହା ଅକ୍ଟୋବରରେ ତାମିଲନାଡୁ ପୋଲିସ ଦ୍ୱାରା ଏହି ଗିରଫଦାରୀ କରାଯାଇଥିଲା । ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA), ପାସପୋର୍ଟ ଆକ୍ଟ, ବିଦେଶୀ ସଂଶୋଧନ ଅଧିନିୟମ ଅଧୀନରେ ମାମଲା ରୁଜୁ କରିବା ପରେ ଚଳିତମାସ ଜାନୁଆରୀ 2022 ରେ ଏହାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କରାଯାଇଛି ।

ଅକ୍ଟୋବର 2021 ରେ ଚେନ୍ନାଇରୁ ଲେଚୁମାନନ୍ ମେରି ଫ୍ରାନ୍ସିସ୍କା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ସେହିପରି ଶ୍ରୀଲଙ୍କାକୁ ଯାତ୍ରା କରୁଥିବା ବିମାନରୁ ମଦୁରାଇ ବିମାନବନ୍ଦରରେ ଅନ୍ୟ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ଦୁଇ ନକଲି ଭାରତୀୟ ପାସପୋର୍ଟ ଜବତ କରାଯାଇଥିଲା ।

ସେହିପରି ଅନ୍ୟ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ମଧ୍ୟ ଏକ ଜାଲ୍ ସ୍ପେନ ପାସପୋର୍ଟ ସହିତ ତିରୁଚି ବିମାନ ବନ୍ଦରରୁ ଗିରଫ କରିଥିଲା ତାମିଲନାଡୁ ପୋଲିସ । ଏହି ଗିରଫଦାରୀ ପରେ ଏହା ଏକ ଆନ୍ତର୍ଜାତୀୟ ମାମଲା ହୋଇଥିବାରୁ ଏହାର ତଦନ୍ତଭାର ଏବେ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.