ETV Bharat / bharat

ଆସାମର 17 ସ୍ଥାନରେ NIA ଚଢାଉ, ଜଣେ ସନ୍ଦିଗ୍ଧ ମାଓବାଦୀ ଗିରଫ

author img

By

Published : Apr 4, 2022, 6:52 AM IST

ଆସାମର ଏକାଧିକ ସ୍ଥାନରେ NIA ଚଢାଉ । ନକ୍ସଲ ସଂଗଠନ ସହ ସମ୍ପୃକ୍ତି ମାମଲାରେ ଜଣେ ମହିଳା ଗିରଫ । ଅଧିକ ପଢନ୍ତୁ

ଆସାମର 17 ସ୍ଥାନରେ NIA ଚଢାଉ, ଜଣେ ସନ୍ଧୀଗ୍ଧ ମାଓବାଦୀ

ଗୌହାଟୀ: ଆଜି (ରବିବାର) ଉତ୍ତର-ପୂର୍ବ ରାଜ୍ୟ ଆସାମର 17ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ନକ୍ସଲ ସଂଗଠନ ସହ ଲିଙ୍କ ଅଭିଯୋଗରେ ଜଣେ ମହିଳାଙ୍କୁ ଚାଚାର ଜିଲ୍ଲାରେ ଗିରଫ ମଧ୍ୟ କରାଯାଇଛି । ଉଗ୍ରବାଦ ସଂଗଠନ ଓ ନକ୍ସଲ ସଂଗଠନ ଲିଙ୍କ ନେଇ ଇନପୁଟ ସୂଚନା ମିଳିବା ପରେ ଆସାମର ଚାଚର, କରିମଗଞ୍ଜ, ଦିବ୍ରୁଗଡ, ଧୁବ୍ରୀ ଜିଲ୍ଲାର ପ୍ରାୟ 17ଟି ସ୍ଥାନରେ ଏକକାଳୀନ ଚଢାଉ ଆରମ୍ଭ କରିଥିଲେ NIAର ଏକାଧିକ ଟିମ ।

ନକ୍ସଲ ଲିଙ୍କ ଅଭିଯୋଗରେ ରିମା ଓରାଙ୍ଗ ଓରଫ ସରସ୍ବତୀଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାଙ୍କ ନିକଟରୁ କିଛି ଡିଜିଟାଲ ଉପକରଣ ଓ CPI-Maoist party ର କିଛି ପୋଷ୍ଟର ଓ ଡକ୍ୟୁମେଣ୍ଟ ଜବତ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହି ଗିରଫଦାରୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)ର ସଦସ୍ୟ ନକ୍ସଲ ନେତା ଅରୁଣ କୁମାର ଭଟ୍ଟାଚାର୍ଜୀ ଓରଫ କାଞ୍ଚନ ଦା ଓ ତାଙ୍କ ସହଯୋଗୀ ଆକାଶ ଓରଙ୍ଗ ଓରଫ କାଜଲର ଗିରଫଦାରୀ ସହ ସମ୍ପୃକ୍ତ ଥିବା ମଧ୍ୟ ସଂସ୍ଥା ପକ୍ଷରୁ ପ୍ରାଥମିକ ଭାବେ କୁହାଯାଇଛି । ଗିରଫ ମହିଳାଙ୍କୁ ପଚରା ଉଚରା ଜାରି ରହିଛି । ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ସଂସ୍ଥା ପକ୍ଷରୁ ଉଦ୍ୟମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.