ETV Bharat / bharat

Terror Funding Case: ଚଣ୍ଡିଗଡ଼ ଓ ଜମ୍ମୁ କାଶ୍ମୀରରେ ଛାପା ମାରିଲା NIA

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଚଣ୍ଡିଗଡ଼ ଓ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏର ରେଡ । ଅଧିକ ପଢନ୍ତୁ

author img

By

Published : Dec 24, 2022, 11:46 AM IST

Nia raid
Nia raid

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଚଣ୍ଡିଗଡ଼ ଓ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରେଡ କରିଛି ଏନଆଇଏ (NIA raids in Chandigarh and Jammu Kashmir in terror funding case)। ଆତଙ୍କବାଦୀ କାର୍ଯ୍ୟକଳାପ ଓ ପାଣ୍ଠି ସଂଗ୍ରହରେ ଯେଉଁ ମାନେ ଜଡିତ ଅଛନ୍ତି ସେମାନଙ୍କୁ ଖୋଜୁଛି ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି ।

ଗତ ଶୁକ୍ରବାର ଆତଙ୍କବାଦୀ ସଂଗଠନ ଓ ପାଣ୍ଠି ଯୋଗାଇବା କାର୍ଯ୍ୟକଳାପରେ କିଛି ସଂଗଠନର ସମ୍ପୃକ୍ତି ଥିବା ଇନପୁଟ ସୂଚନା ମିଳିବା ପରେ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଏନଆଇଏ ରେଡ କରିଥିଲା । ମୋଟ ୧୩ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଏଥି ମଧ୍ୟରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଦୁଇଟି ସ୍ଥାନ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ରାହୁଲ

ମିଳିଥିବା ସୂଚନା ଅନୁଯାୟୀ, ପୁଲୱାମାର ଦାରବଙ୍ଗା ଅଞ୍ଚଳରେ ଅବସରପ୍ରାପ୍ତ ପୋଲିସ ସବ୍-ଇନ୍ସପେକ୍ଟର ମହମ୍ମଦ ଅହସାନ ମୀରଙ୍କ ଘରେ ଏନଆଇଏ ଟିମ୍ ଚଢାଉ କରିଥିଲା । ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଥିଲା । ଯେଉଁଠାରେ ଅବଦୁଲ ଘାନିଙ୍କ ପୁଅ ମହମ୍ମଦ ଇମ୍ରାନ ୱାନି ଏବଂ ଚାରସୋ ଅବନ୍ତିପୋରାର ଗୁଲଜାର ଅହମ୍ମଦଙ୍କ ପୁଅ ସିଜାନ ବାଇଗଙ୍କ ଘର ଖୋଜାଖୋଜି କରାଯାଇଥିଲା । ଚଢାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନଆଇଏ କାହାକୁ ଗିରଫ କରିନଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.