ETV Bharat / bharat

ISIS ଆତଙ୍କୀ ଷଡଯନ୍ତ୍ର ମାମଲାରେ ୪୩ ସ୍ଥାନରେ NIA ରେଡ୍, ୧୩ ଗିରଫ - ମହାରାଷ୍ଟ୍ରରେ ଏନଆଇଏ ରେଡ୍

ISIS Terror Conspiracy Case: ISIS ଆତଙ୍କୀ ଷଡଯନ୍ତ୍ର ମାମଲାରେ ଦେଶର ୪୩ ସ୍ଥାନରେ ରେଡ୍ କରୁଛି ଏନଆଇଏ । ଏବେ ସୁଦ୍ଧା ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

NIA
NIA
author img

By ETV Bharat Odisha Team

Published : Dec 9, 2023, 11:10 AM IST

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISISର ଷଡଯନ୍ତ୍ର ବିରୋଧରେ ଏନଆଇଏର ବଡ ଆକ୍ସନ । ଭାରତରେ ଆତଙ୍କୀ ଆକ୍ରମଣ ଘଟାଇବା ପାଇଁ ISIS ଷଡଯନ୍ତ୍ର ମାମଲାରେ ଆଜି ସକାଳୁ ଦେଶରେ ୪୩ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଚଢାଉରେ ଏନଆଇଏ ସହିତ ସ୍ଥାନୀୟ ପୋଲିସ ସାମିଲ ରହିଛି । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇ, ଥାନେ ରୁରାଲ ଅଞ୍ଚଳର ୩୧ ଏବଂ ଥାନା ସହରର ୯ଟି ଜାଗାରେ ଏହି ରେଡ୍ ଜାରି ରହିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏନଆଇଏ ୧୩ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି ।

ଭାରତରେ ଆତଙ୍କବାଦ ଓ ହିଂସା ବିସ୍ତାର ପାଇଁ ISIS ଆତଙ୍କୀ ସଂଗଠନ ରଚିଥିବା ଷଡଯନ୍ତ୍ର ବିଫଳ କରିବାକୁ ଏନଆଇଏ ଏହି ରେଡ୍ କରୁଛି । ଚଢାଉ ସମୟରେ ତଦନ୍ତକାରୀ ଏଜେନ୍ସି (NIA) ଆତଙ୍କବାଦୀଙ୍କ ଅନ୍ତରାଷ୍ଟ୍ରୀୟ କନେକ୍ସନ ଏବଂ ବିଦେଶରେ ସ୍ଥିତ ଆଇଏସଆଇଏସ ହ୍ୟାଣ୍ଡଲରଙ୍କ ସମ୍ପୃକ୍ତର ବଡ ଖୁଲାସା କରିଛି । ତଦନ୍ତରୁ ଭାରତ ଭିତରେ ଆଇଏସଆଇଏସର ଆତଙ୍କବାଦ ବିଚାରଧାରା ପ୍ରଚାର କରିବାକୁ ତିଆରି ହୋଇଥିବା ଗୋଟିଏ ବଡ ନେଟୱାର୍କର ମଧ୍ୟ ପର୍ଦ୍ଦାଫାସ ହୋଇଛି ।

ଗିରଫ ଅଭିଯୁକ୍ତମାନେ ଅଲକାଏଦ ଏବଂ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଆତଙ୍କବାଦ ବିଚାରଧାରାର ପ୍ରଚାର ପ୍ରସାର ସହିତ ଗୋଟିଏ ଆତଙ୍କୀ ଗ୍ୟାଙ୍ଗ ଗଠନ କରିବାକୁ ଷଡଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ ଧର୍ମ ଆଳରେ ଏଭଳି ସମାନ ମାନସିକତା ଥିବା ଯୁବଗୋଷ୍ଠୀକୁ ନିଜ ସହିତ ସାମିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆତଙ୍କୀ ମାମଲାରେ ଜମ୍ମୁ କାଶ୍ମୀରର 15ଟି ସ୍ଥାନରେ NIAର ଚଢାଉ

ଏହା ମଧ୍ୟ ପଢନ୍ତୁ: Bihar: ଦୁଇ PFI ସଦସ୍ୟଙ୍କୁ ଗିରଫ କଲା NIA, ମାରଣାସ୍ତ୍ର ଜବତ

ଭାରତ ମାଟିରେ ଆତଙ୍କୀ ଆକ୍ରମଣ ଘଟାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଆଇଏସଆଇଏସ ଏଭଳି ଯୋଜନା କରିଥିଲା । ଏ ସମ୍ପର୍କରେ ସୂଚନା ପାଇ ଏହି ଆତଙ୍କବାଦୀ ସଂଗଠନର ଷଡଯନ୍ତ୍ର ପଣ୍ଡ କରିବାକୁ ସକାଳୁ ସକାଳୁ ଏନଆଇଏ ଟିମ୍ ଏକାଥରେ ଦେଶର ୪୩ଟି ଜାଗାରେ ରେଡ୍ କରି ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରେଡ୍ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Terror Funding Case: ଜମ୍ମୁ କାଶ୍ମୀରରେ 16ଟି ସ୍ଥାନରେ NIAର ଚଢାଉ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.