ETV Bharat / bharat

Udaipur Murder Case: NIA, SIT ସ୍କାନରରେ 40 ସନ୍ଦିଗ୍ଧ ଆତଙ୍କୀ

author img

By

Published : Jul 14, 2022, 7:45 AM IST

ଉଦୟପୁର ହତ୍ୟାକାଣ୍ଡରେ NIA, SIT ତଦନ୍ତ ଜାରି । ଆତଙ୍କୀ ସଙ୍ଗଠନ ଦାଓ୍ବତ-ଇ- ଇସଲାମି ଆଉଟଫିଟର 40 ସନ୍ଦିଗ୍ଧଙ୍କୁ ଖୋଜୁଛି ଏନଆଇଏ । ପାକିସ୍ତାନରେ ପ୍ରଶିକ୍ଷଣ ପରେ ଏମାନ ନୂପୁରଙ୍କ ମୁଣ୍ଡକାଟ ପାଇଁ ଦେଇଥିଲେ ଟାର୍ଗେଟ । ଅଧିକ ପଢନ୍ତୁ

Udaipur murder case: NIA, SIT ସ୍କାନରରେ 40 ସନ୍ଦିଗ୍ଧ

ଜୟପୁର: ବହୁଚର୍ଚ୍ଚିତ ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ନିର୍ମମ ହତ୍ୟା ମାମଲାରେ ତଦନ୍ତ ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଓ ରାଜସ୍ଥାନ ପୋଲିସ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ମିଳିତ ଭାବେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି । ମୁଖ୍ୟ ଦୁଇ ଅଭିଯୁକ୍ତଙ୍କ ସମେତ ଅନ୍ୟ କିଛି ସହଯୋଗୀ ଅଭିଯୁକ୍ତ ମଧ୍ୟ ଗିରଫ ହୋଇସାରିଲେଣି । ତେବେ ଏହି ଘଟଣାରେ ଆତଙ୍କବାଦୀ ସଙ୍ଗଠନର ଲିଙ୍କ ଦୃଷ୍ଟିକୋଣରୁ ଏନଆଇଏ ତଦନ୍ତକୁ ବ୍ୟାପକ କରିବାରେ ଲାଗିଛି ।

ପ୍ରାଥମିକ ତଦନ୍ତରୁ ଅନେକ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସଙ୍ଗଠନ ଦାଓ୍ବତ-ଇ-ଇସଲାମି ଆଉଟଫିଟ ( Dawat-e-Islami outfit) ଏହି ହତ୍ୟାକାଣ୍ଡରେ ହାତ ଥିବା ସୂଚନା ମିଳିବା ପରେ ସଂଗଠନ ସହିତ ଜଡିତ ପ୍ରାୟ 40 ସନ୍ଦିଗ୍ଧଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ତଦନ୍ତକାରୀ ସଂସ୍ଥା । ଏହି ସଦସ୍ୟମାନେ ପାକିସ୍ତାନରେ ପ୍ରଶିକ୍ଷିତ ହୋଇଥିବା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମୁଣ୍ଡକାଟ ପାଇଁ ଟାର୍ଗେଟ ମଧ୍ୟ ଦେଇଥିଲେ । ଏମାନେ ହ୍ବାଟ୍ସଆପ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ନୂପୁରଙ୍କ ମୁଣ୍ଡକାଟ ପାଇଁ ଉତ୍ସାହିତ କରିବା ସହ ଟାର୍ଗେଟ ମଧ୍ୟ ଦେଇଥିବା ତଥ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା ପାଖରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.