ETV Bharat / bharat

ବ୍ରିଟେନ-ଆମେରିକାରେ ଭାରତୀୟ ଦୂତାବାସରେ ଆକ୍ରମଣ ଘଟଣା, 15 ଖଲିସ୍ତାନୀ ସମର୍ଥକଙ୍କୁ ଚିହ୍ନଟ କଲା NIA

ବ୍ରିଟେନ-ଆମେରିକାରେ ଭାରତୀୟ ଦୂତାବାସ ଆକ୍ରମଣ ଘଟଣାରେ 15 ଖଲିସ୍ତାନୀ ସମର୍ଥକଙ୍କୁ ଚିହ୍ନଟ କଲା NIA । ଗ୍ରହଣ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 4:33 PM IST

ବ୍ରିଟେନ-ଆମେରିକାରେ ଭାରତୀୟ ଦୂତାବାସ ଆକ୍ରମଣ ଘଟଣା, 15 ଖଲିସ୍ତାନୀ ସମର୍ଥକଙ୍କୁ ଚିହ୍ନଟ କଲା NIA

ଚଣ୍ଡିଗଡ: ବିଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । କାନାଡାରେ ଖଲିସ୍ତାନୀ ସମର୍ଥବାଦୀ ନେତା ହରଦ୍ବୀପ ସିଂ ନିଜହରଙ୍କ ହତ୍ୟା ପରେ ଭାରତକୁ ଦାୟୀ କରିଥିଲେ ଖଲିସ୍ତାନୀ ସପକ୍ଷବାଦୀ । ଏକାଧିକ ଦେଶରେ ଥିବା ଭାରତୀୟ ଦୂତାବାସକୁ ଟାର୍ଗେଟ କରିଥିଲା ଏହି ଗୋଷ୍ଠୀ । ବ୍ରିଟେନ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସରେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଆଜି ଉଭୟ ଦେଶରେ ହୋଇଥିବା ଆକ୍ରମଣରେ ଅଭିଯୁକ୍ତଙ୍କ ମଧ୍ୟରୁ 15ଜଣଙ୍କୁ ଚିହ୍ନଟ କରାଯାଇଛି ।

କାନାଡାରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀ ନେତା ହରଦ୍ବୀପ ସିଂ ନିଜହରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପ୍ରତିବାଦରେ ବିଭିନ୍ନ ଦେଶରେ ଥିବା ଖଲିସ୍ତାନୀ ସମର୍ଥକ ଭାରତ ବିରୋଧରେ ନାରାବାଜୀ କରିଥିଲେ । ଜୁଲାଇ 2 ତାରିଖରେ ଆମେରିକା ସ୍ଥିତ ସାନଫ୍ରାନସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ । ଅଟ୍ଟାଳିକାରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଅବଶ୍ୟ ଏଥିରେ କେହି ମୃତାହତ ହୋଇନଥିଲେ । ସେହିପରି ମାର୍ଚ୍ଚ 19 ତାରିଖରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀଙ୍କ ଦ୍ବାରା ସମାନ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ପ୍ରାୟ 45 ଖଲିସ୍ତାନୀ ସମର୍ଥକ ସମ୍ପୃକ୍ତ ଥିବା ପ୍ରାଥମିକ ଭାବେ ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ :- ୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି

ଏହି ଘଟଣା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏନଆଇଏ ଟିମ ମଧ୍ୟ ଆମେରିକା ଓ ଇଂଲଣ୍ଡ ଗସ୍ତ କରି ସେଠାରେ ତଦନ୍ତ କରିସାରିଛି । ଏବେ ଆଉ ଏକ ଟିମ ଏବେ କାନାଡା ଯିବା ପାଇଁ ପ୍ରସ୍ତୁତ ହେଉଛି । ଆମେରିକା ଓ ଇଂଲଣ୍ଡରେ ହୋଇଥିବା ଆକ୍ରମଣରେ ସାମିଲ ଥିବା ପ୍ରାୟ 15ଜଣ ଖଲିସ୍ତାନୀ ସମର୍ଥକଙ୍କୁ ଚିହ୍ନଟ କରାଯାଇଥିବା ତଦନ୍ତକାରୀ ସଂସ୍ଥା ସୂତ୍ରରୁ ସୂଚନା ମିଳିଛି । ଏହି 15 ଖଲିସ୍ତାନୀ ନାଗରିକଙ୍କ ବିରୋଧରେ ସେଠାକାର ପ୍ରଶାସନ ସହାୟତାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ମଧ୍ୟରୁ ଭାରତୀୟ ପାସପୋର୍ଟରେ ବିଦେଶ ଗସ୍ତ କରିଥିବା କିଛି ଖଲିସ୍ତାନୀ ମସର୍ଥକଙ୍କ ବିରୋଧରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.