ETV Bharat / bharat

ଅମ୍ବାନୀଙ୍କ ଘର ବାହାର ସିସିଟିଭିରେ କଏଦ ବ୍ୟକ୍ତି ସଚିନ ୱାଜେ: NIA - ଜାତୀୟ ତଦନ୍ତକାରୀ ସଂସ୍ଥା

ଶିଳ୍ପପତି ଅମ୍ବାନୀଙ୍କ ଘର ବାହାର ସିସିଟିଭିରେ ଥିବା ବ୍ୟକ୍ତି ହେଉଛନ୍ତି ସଚିନ ୱାଜେ । ଏ ନେଇ ବୁଧବାର ସ୍ପଷ୍ଟ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ । ଅଧିକ ପଢନ୍ତୁ...

NIA Confirms man in CCTV grab outside Ambani house was sachin waze
ଆମ୍ବାନୀଙ୍କ ଘର ବାହାର ସିସିଟିଭିରେ ଥିବା ବ୍ୟକ୍ତି ହେଉଛନ୍ତି ସଚିନ ୱାଜେ: NIA
author img

By

Published : Mar 17, 2021, 4:52 PM IST

ମୁମ୍ବାଇ: ଅମ୍ବାନୀଙ୍କ ଘର ବାହାର ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତି ହେଉଛନ୍ତି ସଚିନ ୱାଜେ । ଏ ନେଇ ବୁଧବାର ସ୍ପଷ୍ଟ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ।

ମୁମ୍ବାଇରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଘର ସମ୍ମୁଖରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ଘଟଣାରେ ସିସିଟିଭି ଯାଞ୍ଚ କରିଥିଲା ଏନଆଇଏ । ସିସିଟିଭି ଫୁ଼ଟେଜରେ ସଚିନ ୱାଜେ ମୁଣ୍ଡରେ ବଡ ଗାମୁଛା ବାନ୍ଧିବା ସହ ଏକ ବଡ ଢିଲା କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲେ । ସେ କୌଣସି ପିପିଇ କିଟ ପିନ୍ଧି ନଥିଲେ ବୋଲି ଏନଆଇଏ ସ୍ପଷ୍ଟ କରିଛି । ଏହା ପୂର୍ବରୁ ସଚିନ ୱାଜଙ୍କ ଘରୁ ଲାପଟପ ଜବତ କରିଥିଲା ଏନଆଇଏ । ସେହି ଲାପଟପରୁ ସମସ୍ତ ତଥ୍ୟ ପୂର୍ବରୁ ଡିଲିଟ କରିଦେଇଥିଲେ । ତାଙ୍କ ଫୋନ ମଧ୍ୟ ମଗାଯାଇଥିଲା କିନ୍ତୁ ତାହା ହଜିଯାଇଥିବା ସେ କହିଛନ୍ତି । କିନ୍ତୁ ସେ ଏହା ଜାଣିଶୁଣି କରିଛନ୍ତି ବୋଲି ଏନଆଇଏ କହିଛି ।

ସୂଚନାଥାଉକି ଗତ ଫେବୃୟାରୀ 25 ତାରିଖ ଦିନ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଘର ସମ୍ମୁଖରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ଜବତ କରାଯାଇଥିଲା । ଏହା ପରେ ବିସ୍ଫୋରକ ଭର୍ତ୍ତି ଗାଡି ବ୍ୟବହାରକାରୀ ମନସୁଖ ହିରେନଙ୍କ ମୃ୍ତ୍ୟୁ ଘଟଣାରେ ଆଇପିଏସ ଅଫିସର ତଥା ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେସିଆଲିଷ୍ଟ ସଚିନ ୱାଜେଙ୍କ ସମ୍ପୃକ୍ତି ଆସିଥିଲା। ଏହା ପରେ ଜାତୀୟ ତଦନ୍ତକରୀ ସଂସ୍ଥା ଏଏନଆଇ ଆଇପିଏସ ସଚିନ ୱାଜେଙ୍କୁ ନେଇ ପଚରାଉଚୁରା ଆରମ୍ଭ କରିଥିଲା । ବିସ୍ଫୋରକ ଭର୍ତ୍ତି ଗାଡିର ମାଲିକ ସହ ତାଙ୍କର ସମ୍ପର୍କ ନେଇ ଖୋଳତାଡ ଆରମ୍ଭ କରିଥିଲା ତଦନ୍ତକାରୀ ସଂସ୍ଥା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.