ETV Bharat / bharat

ଆତଙ୍କୀ ମାମଲାରେ ଜମ୍ମୁ କାଶ୍ମୀରର 15ଟି ସ୍ଥାନରେ NIAର ଚଢାଉ

ଆତଙ୍କବାଦ ସମ୍ବନ୍ଧୀୟ ଦୁଇଟି ମାମଲାରେ ଜମ୍ମୁ-କାଶ୍ମୀରରେ ରେଡ କରିଛି ଏନଆଇଏ । ଅଧିକ ପଢନ୍ତୁ

author img

By

Published : May 20, 2023, 9:10 AM IST

NIA
NIA

ଶ୍ରୀନଗର: ଆତଙ୍କୀ ଲିଙ୍କରେ ଲଗାତାର ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆଜି ଆତଙ୍କବାଦ ସମ୍ବନ୍ଧୀୟ ଦୁଇଟି ମାମଲାରେ ଶ୍ରୀନଗର, ପୁଲୱାମା, ଅବନ୍ତୀପୋରା, ଅନନ୍ତନାଗ, ସୋପିଆନ, ପୁଞ୍ଚ ଏବଂ କୁପୱାରା ଜିଲ୍ଲାରେ ରେଡ କରିଛି ଏନଆଇଏ । 7ଟି ଜିଲ୍ଲାର ମୋଟ 15ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଆତଙ୍କୀ ମାମଲାରେ କାହାକୁ ଗିରଫ କରାଯାଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହାପୂର୍ବରୁ ଗତ 15 ତାରିଖରେ ଆତଙ୍କବାଦୀ ପାଣ୍ଠି ମାମଲାରେ ସୋପିଆନା ଜିଲ୍ଲାରେ ରେଡ କରିଥିଲା ଏନଆଇଏ । ସୋପିଆନାର ବୋନଗାମ ଏବଂ ବୋନ ବଜାର ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ଅନୁସନ୍ଧାନ ଏଜେନ୍ସି । ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ମଧ୍ୟ ଏନଆଇଏକୁ ସହଯୋଗ କରିଥିଲା ।

ସେହିପରି ଗତ ମେ’ 11ରେ ଜମାତ-ଇ-ଇସଲାମି ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଜମ୍ମୁ କାଶ୍ମୀରର 11ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ । ବୁଡଗାମ ଓ ବାରମୁଲ୍ଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲେ ମଧ୍ୟ ଏନଆଇଏ କାହାକୁ ଗିରଫ କରିନଥିଲା । ଗତ 9 ତାରିଖରେ ଜମ୍ମୁ କାଶ୍ମୀରର 12ରୁ ଊର୍ଦ୍ଧ୍ବ ସ୍ଥାନରେ ଏନଆଇଏ ଚଢାଉ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । କୁଲଗାମ, ସୋପିଆନା, କୁପୱାରା, ଅନନ୍ତନାଗ, ଶ୍ରୀନଗର, ପୁଞ୍ଚ, କିସ୍ତିଓ୍ବାର ଏବଂ ରଜୌରୀ ଜିଲ୍ଲାରେ ଏନଆଇଏ ସର୍ଚ୍ଚ ଅପରେସନ କରିଥିଲା । ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ଘରେ ଓ ସୋପିଆନାରେ ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଥିଲା ଏନଆଇଏ ।

ମେ 4 ତାରିଖରେ ଜେଇଆଇ ସହିତ ଜଡିତ ଆତଙ୍କବାଦୀ ପାଣ୍ଠି ମାମଲାରେ ଜମ୍ମୁ କାଶ୍ମୀରର ମୋଟ 16ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ରେଡ କରିଥିଲା । କିସ୍ତିଓ୍ବାରର 6ଟି ଓ ବାରମୁଲ୍ଲାର 11ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ଗତ 2 ତାରିଖରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ କାଶ୍ମୀରର 12ଟି ସ୍ଥାନରେ ଚଢାଉ କରାଯାଇଥିଲା । ମାର୍ଚ୍ଚ 14 ତାରିଖରେ ପୁଲୱାମା, ଅନନ୍ତନାଗ, ସୋପିଆନ ଓ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଚଳିତ ମାସ ଆରମ୍ଭରୁ ଏନଆଇଏ ଲଗାତାର ଜମ୍ମୁ କାଶ୍ମୀରରେ ଚଢାଉ ଜାରି ରଖିଛି । 2 ତାରିଖରୁ ଆଜି ପର୍ଯ୍ୟନ୍ତ 6 ଥର ରେଡ କରିସାରିଲାଣି ଏନଆଇଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.