ETV Bharat / bharat

ଆସାମ ଏଏସପି ହତ୍ୟା ମାମଲା, 7 ବର୍ଷ ପରେ 3 ବୋଡୋ ଆତଙ୍କୀଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ

2014 ରେ ଆସାମ ପୋଲିସର ଜଣେ ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ହତ୍ୟା ମାମଲାରେ 3 ଜଣ ବୋଡୋ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ଅଧିକ ପଢନ୍ତୁ...

author img

By

Published : Mar 6, 2021, 7:54 PM IST

ଆସାମ ଏଏସପି ହତ୍ୟା ମାମଲା, 7 ବର୍ଷ ପରେ 3 ବୋଡୋ ଆତଙ୍କୀଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ
ଆସାମ ଏଏସପି ହତ୍ୟା ମାମଲା, 7 ବର୍ଷ ପରେ 3 ବୋଡୋ ଆତଙ୍କୀଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ

ଗୌହାଟୀ: 2014 ରେ ଆସାମ ପୋଲିସର ଜଣେ ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ହତ୍ୟା ମାମଲାରେ 3 ଜଣ ବୋଡୋ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA)। 2014 ରେ ଆସାମ ପୋଲିସ ଅଧିକାରୀ ଏଏସପି ଗୁଲଜର ହାସନଙ୍କୁ ହତ୍ୟା କରିଥିଲେ ବୋଡୋ ଉଗ୍ରବାଦୀ । ଚାର୍ଜସିଟ ଦାଖଲ ହୋଇଥିବା 3 ବୋଡୋ ଆତଙ୍କୀ ହେଉଛନ୍ତି ବିଷ୍ଣୁ ନାଜାରେ ଆଲିଆସ ବର୍ମା, ନିତୁଲ ଡାଇମାରି ଆଲିଆସ ନଇଆବ, ରୁନିଲୁଇସ ଡାଇମାରି ଆଲିଆସ ମୋନ୍ଥାଇ ବୋଲି ଏନଆଇଏ ସୂଚନା ଦେଇଛି । ଏମାନଙ୍କ ବିରୋଧରେ ଆଇପିସିର ଧାରା 16, 18,20 ଓ ଆଇନ ବିରୁଦ୍ଧ କାର୍ଯ୍ୟକଳାପ ପାଇଁ ଧାରା 34,120B,302,307 ଓ 326 ସମେତ ବେଆଇନ ମାରାଣାସ୍ତ୍ର (ଆର୍ମ ଆକ୍ଟ) ପରି ସଙ୍ଗୀନ ଦଫା ସହ ଚାର୍ଜସିଟ ସହ ଦାଖଲ କରାଯାଇଥିବା ଜଣାପଡିଛି ।

ଏହି ହତ୍ୟକାଣ୍ଡ 2014 ଜାନୁଆରୀ 18 ତାରିଖରେ ଆସାମର ସୋନିତପୁର ଜିଲ୍ଲାରେ ଘଟିଥିଲା । ଉଗ୍ରବାଦୀଙ୍କ ଗୁଳିରେ ଏଏସପି ଗୁଲଜର ହାସନ ଘଟଣାସ୍ଥଳରେ ନିହତ ହୋଇଥିବାବେଳେ ଅନ୍ୟ କେତେକ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋ ଲ୍ୟାଣ୍ଡର ଉଗ୍ରବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ଭାବେ ଜଣାପଡିଥିଲା ।

ପରେ ଏହି ଘଟଣାରେ ତଦନ୍ତ ଓ ଗିରଫଦାରି ଆରମ୍ଭ ହୋଇଥିଲା । ଧରା ପଡିଥିବା ଆତଙ୍କୀଙ୍କ ମଧ୍ୟରେ ଥିବା ଦୁଇଜଣ ଅନ୍ୟ ଏକ ଜଘନ୍ୟ ଅପରାଧରେ ମଧ୍ୟ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ସୂଚନା ରହିଛି । ଏକ ମାମଲାରେ ପୂର୍ବରୁ ବିଷ୍ଣୁକୁ ଫାଶୀଦଣ୍ଡ ଓ ଅନ୍ୟ ଜଣେ ଅପରାଧୀ ନିତୁଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ସେହିପରି ଅନ୍ୟ କିଛି ଉଗ୍ରବାଦୀ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଏନଆଇଏ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.