ETV Bharat / bharat

ଗୁଣି ଗାରେଡିକୁ ରୋକିବାକୁ NHRC ତତ୍ପର; ଓଡିଶା ଡିଜି ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ - ଗୁଣି ଗାରେଡି

ଓଡିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବ ଅଧିକାର ଆୟୋଗ (NHRC) । ରାଜ୍ୟର 30ଟି ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଗୁଣି ଗାରେଡି ସମ୍ବନ୍ଧୀୟ ସମସ୍ତ ସୂଚନା ଗ୍ରହଣ କରିବେ ଡିଜିପି ଓ ଶାସନ ସଚିବ । ଅଧିକ ପଢନ୍ତୁ...

NHRC
NHRC
author img

By

Published : Jun 10, 2021, 12:17 PM IST

Updated : Jun 10, 2021, 12:26 PM IST

ନୂଆଦିଲ୍ଲୀ: ଓଡିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବ ଅଧିକାର ଆୟୋଗ (NHRC) । ରାଜ୍ୟର 30ଟି ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଗୁଣି ଗାରେଡି ସମ୍ବନ୍ଧୀୟ ସମସ୍ତ ସୂଚନା ଗ୍ରହଣ କରିବେ ଡିଜିପି ଓ ଶାସନ ସଚିବ । ରାଜ୍ୟରେ ଚାଲିଥିବା ଗୁଣି ଗାରେଡି ସହିତ ଏଥିରେ ପ୍ରାଣ ହରାଉଥିବା ଲୋକେ ଓ ଜନସାଧାରଣ ଭୋଗୁଥିବା ସମସ୍ୟା ବିଷୟରେ ଅବଗତ ହେବେ ଡିଜିପି । ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଉଛି, ସେ ନେଇ ମଧ୍ୟ ରିପୋର୍ଟ ଦେବେ ଜିଲ୍ଲାପାଳ । ଏପରି ସାମାଜିକ କୁସଂସ୍କାରରେ କ୍ଷତିପୂରଣ ନେଇ ମଧ୍ୟ ରିପୋର୍ଟ ଦିଆଯିବ ।

ନାଗରିକ ଅଧିକାର ଆଇନଜୀବୀ, ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଓକିଲ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ଏକ ଆବେଦନ ଉପରେ NHRC ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ଓଡିଶାରେ ମୃତ୍ୟୁର ବର୍ଷକ ତଥ୍ୟ ରହିଛି। NHRC, NCW ଏବଂ ଅନ୍ୟାନ୍ୟ ଫୋରମର ହସ୍ତକ୍ଷେପ ପରେ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରାର୍ଥନା କରିଛନ୍ତି ।

ଏହାପୂର୍ବରୁ NHRC ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପ୍ରଶ୍ନ କରିଥିଲା । ଗ୍ରାମ ପଞ୍ଚାୟତର ନିର୍ବାଚିତ ୱାର୍ଡମେମ୍ବରଙ୍କ ଯୋଗଦାନ ମାଧ୍ୟମରେ ଗ୍ରାମୀୟ ସ୍ତରରେ ଗୁଣି ଗାରେଡି ଆକ୍ଟ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲା ବିଭାଗ ।

ମାଲକାନଗିରିର ପୋଲିସ ଅଧୀକ୍ଷକ ସ୍ବୀକାର କରିଛନ୍ତି ଯେ ଗୁଣି ଗାରେଡି ଉପରେ ଆଦିବାସୀ ଲୋକଙ୍କର ଗଭୀର ବିଶ୍ବାସ ରହିଛି। ସେହିଭଳି ସୁନ୍ଦରଗଡର ପୋଲିସ ଅଧୀକ୍ଷକ ମଧ୍ୟ ଏଭଳି କାର୍ଯ୍ୟର ବ୍ୟାପକତାକୁ ସ୍ବୀକାର କରିଛନ୍ତି ବୋଲି ତ୍ରିପାଠୀ କହିଛନ୍ତି। ତ୍ରିପାଠୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ମାମଲା ପରେ NHRC ଗୁଣି ଗାରେଡି ମାମଲାକୁ ଗୁରୁତ୍ବର ସହ ନେଇ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା।

NHRC ଓଡିଶାର ଗୃହ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବଶାଳୀ ଯୋଜନା ତଥା ଠିକ୍ ସମୟରେ କାର୍ଯ୍ୟକାରୀ ହେବା ସମ୍ବନ୍ଧରେ ଆୟୋଗ ନିକଟରେ ଉପଯୁକ୍ତ ଅର୍ଦ୍ଧ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । NHRC ର ଲ' ରେଜିଷ୍ଟ୍ରାର୍ ଉକ୍ତ ରିପୋର୍ଟ ଗୁଡିକର ମୂଲ୍ୟାଙ୍କନ କରିବେ ।

@ANI

Last Updated : Jun 10, 2021, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.