ETV Bharat / bharat

ହୀରାକୁଦ ନିର୍ମାଣ ପାଇଁ ସ୍ଥାନାନ୍ତର ମାମଲା: ଓଡିଶା-ଛତିଶଗଡକୁ ରିପୋର୍ଟ ମାଗିଲା NHRC - ଜାତୀୟ ମାନବ ଅଧିକାର କମିଶନ

ହୀରାକୁଦ ନିର୍ମାଣ ପାଇଁ ଓଡିଶା ଓ ଛତିଶଗଡରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିସ୍ଥାପିତଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇନଥିବାରୁ 2 ରାଜ୍ୟକୁ ରିପୋର୍ଟ ମାଗିଛି NHRC । ଅଧିକ ପଢନ୍ତୁ...

ହୀରାକୁଦ ନିର୍ମାଣ ପାଇଁ ସ୍ଥାନାନ୍ତର ମାମଲା: ଓଡିଶା-ଛତିଶଗଡକୁ ରିପୋର୍ଟ ମାଗିଲା NHRC

author img

By

Published : May 24, 2021, 11:29 AM IST

ନୂଆଦିଲ୍ଲୀ: ହୀରାକୁଦ ସ୍ଥାନାନ୍ତର ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ(NHRC) ଓଡିଶା ଓ ଛତିଶଗଡର ମୁଖ୍ୟ ସଚିବଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଉଭୟ ରାଜ୍ୟ ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁଁ 26 ହଜାରରୁ ଅଧିକ ପରିବାରର ପୁନର୍ବାସ ଏବଂ ପୁନଃ ଥଇଥାନ କରିବାରେ ବିଫଳ ହେବା ପରେ ଏହି ରିପୋର୍ଟ ମାଗିଛି ଏନଏଚଆରସି ।

ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ପାଇବା ପାଇଁ କମିଶନ ନିଜର ଜଣେ ସ୍ବତନ୍ତ୍ର ରିପୋର୍ଟର ବି.ବି ମିଶ୍ରଙ୍କୁ ନିୟୋଜିତ କରିଛନ୍ତି । ତୃଣମୂଳ ସ୍ତର ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟର ରିପୋର୍ଟ 8 ସପ୍ତାହ ମଧ୍ୟରେ ଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ହୀରାକୁଦର ନିର୍ମାଣ ଯୋଗୁଁ ଛତିଶଗଡ଼ର ରାୟଗଡ ଓ ସାରଗୁଜା ଜିଲ୍ଲାରେ ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି । ସ୍ଥାନାନ୍ତର ହେବା ପାଇଁ ପରିବାରକୁ ବାଧ୍ୟ କରାଯାଉଥିବା ବେଳେ ରାଜ୍ୟ ସରକାର ଓ ମୁଖ୍ୟ ସଚିବ ସେମାନଙ୍କ ସମସ୍ୟା ବୁଝୁନଥିବା ଅଭିଯୋଗ ହୋଇଛି ।

ବିସ୍ଥାପିତ ପୀଡିତଙ୍କ ସମସ୍ୟା ବିଷୟରେ ଏହି ମାମଲା ରୁଜୁ କରିଥିବା ସୁପ୍ରିମକୋର୍ଟ ବିଚାରପତି ତଥା ମାନବ ଅଧିକାରର କାର୍ଯ୍ୟକର୍ତ୍ତା ରାଧାକାନ୍ତ ତ୍ରିପାଠୀ କହିଛନ୍ତି ଯେ ଲୋକଙ୍କୁ ଉପଯୁକ୍ତ ଥଇଥାନ ଏବଂ କ୍ଷତିପୂରଣ ବିନା ହୀରାକୁଦ ଡ୍ୟାମ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏଥିଲାଗି ପ୍ରାୟ 26 ହଜାରରୁ ଅଧିକ ପରିବାର ବିସ୍ଥାପିତ ହୋଇଛନ୍ତି । ହୀରାକୁଦ ଡ୍ୟାମ ପ୍ରକଳ୍ପର କାର୍ଯ୍ୟକାରିତା 1 ଲକ୍ଷ 23 ହଜାର ଏକରରୁ ଅଧିକ ଜମିରେ 360ରୁ ଅଧିକ ଗାଁକୁ ଜଳମଗ୍ନ କରି ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିବା ସେ କହିଛନ୍ତି ।

ତେବେ ଏହି ଘଟଣାକୁ 70 ବର୍ଷ ବିତିଯାଇଥିଲେ ମଧ୍ୟ ପୀଡିତଙ୍କ 3ୟ ପିଢିକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ହୀରାକୁଦ ଡ୍ୟାମର ଏହି ପ୍ରକଳ୍ପ 1952-54 ମସିହା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁରର ଲୋକମାନେ ପ୍ରଭାବିତ ହୋଇଥିଲେ । ଏପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ଜମି, ମୌଳିକ ସୁବିଧା ଓ ଥଇଥାନ ପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.