ETV Bharat / bharat

ଗଙ୍ଗାରେ ମୃତଦେହ ଭାସିବା ଘଟଣା: ୟୁପି-ବିହାର, କେନ୍ଦ୍ରକୁ NHRCଙ୍କ ନୋଟିସ - ଗଙ୍ଗା ମୃତ ଦେହ ଭାସିବା ଘଟଣା

ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମାନବାଧିକାର ଆୟୋଗ । 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବାଧିକାର ଆୟୋଗ । ଅଧିକ ପଢନ୍ତୁ...

ଗଙ୍ଗାରେ ମୃତ ଦେହ ଭାସିବା ଘଟଣା: ୟୁପି-ବିହାର, କେନ୍ଦ୍ରକୁ ନୋଟିସ ପଠାଇଲା NHRC

author img

By

Published : May 13, 2021, 10:21 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରର ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଏନଏଚଆରସି ଗୁରୁବାର ବିହାର ଓ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ରକୁ ପଠାଇଛି ନୋଟିସ । 4 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବାଧିକାର ଆୟୋଗ ।

ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ରହୁଥିବା ଲୋକଙ୍କ କହିବାନୁସାରେ, ନରହି ଅଞ୍ଚଳର ଉଜିୟାର, କୁହ୍ଲଡିୟା ଏବଂ ଭରୌଲି ଘାଟରେ ଅତି କମରେ 52 ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି ବିହାରରୁ ଗଙ୍ଗାରେ ମୃତଦେହ ଭାସୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ବିବୃତ୍ତିରେ ଏନଏଚଆରସି କହିଛି ଯେ ଗଙ୍ଗା ନଦୀରେ ଦରପୋଡା କିମ୍ବା ବିନା ଜଳା ମୃତ ଦେହ ଭସାଇବାରୁ ରୋକିବା ନେଇ ପ୍ରଶାସନିକ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ଅବଗତ କରାଇବାରେ ବିଫଳ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.