ETV Bharat / bharat

ମହାରାଷ୍ଟ୍ର ମହାଡ୍ରାମା; ମିଳିତ ବିରୋଧୀ କ୍ୟାମ୍ପରେ କମ୍ପନ, ବେଙ୍ଗାଲୁରୁ ଏକତା ବୈଠକ ସ୍ଥଗିତ - ବିରୋଧୀ ଏକତା ବୈଠକ

ଆସନ୍ତା ଜୁଲାଇ 13 ଓ 14ରେ ବେଙ୍ଗାଲୁରୁରେ ପ୍ରସ୍ତାବିତ ବିରୋଧୀ ଏକତା ବୈଠକ ସ୍ଥଗିତ ହୋଇଛି । ଅଧିକ ପଢନ୍ତୁ

next opposition party meeting postponed
ବିରୋଧୀ କ୍ୟାମ୍ପରେ କମ୍ପନ, ବେଙ୍ଗାଲୁରୁ ବୈଠକ ସ୍ଥଗିତ
author img

By

Published : Jul 3, 2023, 2:54 PM IST

Updated : Jul 3, 2023, 8:31 PM IST

ନୂଆଦିଲ୍ଲୀ: ମୌସୁମୀରେ ଗ୍ରୀଷ୍ମ ତାତି ପରି ପରିସ୍ଥିତି ସୃଷ୍ଚି କରିଛି ମହାରାଷ୍ଟ୍ର ରାଜନୀତି ମହାଡ୍ରାମା । ମହାରାଷ୍ଟ୍ର ମହାନାଟକରେ ବିରୋଧୀ କ୍ୟାମ୍ପରେ କମ୍ପନ ହୋଇଛି । ବେଙ୍ଗାଲୁରୁରେ ହେବାକୁ ଥିବା ପରବର୍ତ୍ତୀ ବିରୋଧୀ ଦଳ ବୈଠକ ସ୍ଥଗିତ ରହିଛି । ସଂସଦ ଓ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବିରୋଧୀ ମେଣ୍ଟ ବୈଠକ ସ୍ଥଗିତ ହୋଇଥିବା ସୂଚନା ମିଳିଛି । ମାତ୍ର ମହାରାଷ୍ଟ୍ର ମହାଡ୍ରାମା ନେଇ ବୈଠକ ସ୍ଥଗତି ଥିବା ନେଇ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...Next Opposition meeting: ଆସନ୍ତା 14-15ରେ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ

ଆସନ୍ତା ଜୁଲାଇ 13 ଓ 14ରେ ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ବସିବା ନେଇ ପ୍ରସ୍ତାବିତ ହୋଇଥିଲା । ସଂସଦ ଓ ବିଧାନସଭା ଅଧିବେଶନ ଦୃଷ୍ଟିରୁ ବୈଠକକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଜୁନ 20ରୁ ଅଗଷ୍ଟ 20 ଯାଏଁ ମୌସୁମୀ ଅଧିବେଶନ ଚାଲିବ । ପାଟନାରେ ଜୁନ 23 ତାରିଖରେ ବିରୋଧୀ ଦଳର ମିଳିତ ପ୍ରଥମ ବୈଠକ ବସିଥିଲା । ବିରୋଧୀ ମେଳିର ଦ୍ବିତୀୟ ବୈଠକ ବେଙ୍ଗାଲୁରରେ ହେବା ନେଇ ଏନସିପି ପ୍ରତିଷ୍ଠାତା ମୁଖ୍ଯ ଶରଦ ପାଓ୍ବାର ସୂଚନା ଦେଇଥିଲେ । ଦୁଇ ଦିନ ଧରି ବିରୋଧୀ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ଥିଲା । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଥିଲା । ପାଟନାରେ ଜୁନ 23 ତାରିଖରେ ବିରୋଧୀ ଦଳର ମିଳିତ ପ୍ରଥମ ବୈଠକ ବସିଥିଲା । ପରବର୍ତ୍ତୀ ବିରୋଧୀ ଦଳ ବୈଠକ ନେଇ ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ବେଣୁଗୋପାଳ ।

ଏହା ବି ପଢନ୍ତୁ...ସଞ୍ଜୟ ରାଉତଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର

ପୂର୍ବରୁ ଏହି ବୈଠକ ଶିମଲାରେ ହେବା ନେଇ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଥିଲେ । ପରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ଶିମଲା ନୁହେଁ, ବରଂ ବେଙ୍ଗାଲୁରୁରେ ଦୁଇ ଦିନ ଧରି ବିରୋଧୀ ଏକାଠି ହେବା ନେଇ ସୂଚନା ମିଳିଥିଲା ମାତ୍ର ବର୍ତ୍ତମାନ ଏହି ବୈଠକକୁ ସ୍ଥଗିତ କରାଯାଇଛି । ମହାରାଷ୍ଟ୍ର ମହାନାଟକ ଓ ଏନ୍‌ସିପିରେ ଫାଟ ଯୋଗୁଁ ବୈଠକକୁ ସ୍ଥଗତି କରାଯାଇଥିବା ଚର୍ଚ୍ଚା ହେଉଛି ।

ପ୍ରକାଶଥାଉ ଜୁନ 23 ତାରିଖରେ ପାଟନାରେ ଏକାଠୀ ହୋଇଥିଲେ ବିରୋଧୀ ଦଳ । କେନ୍ଦ୍ରରୁ ବିଜେପିକୁ ହଟାଇବାକୁ ପ୍ରଥମ ମିଳିତ ବୈଠକରେ ରଣନୀତି ପ୍ରସ୍ତୁତ କରିଥିଲେ । ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ 17ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ ଏକାଠି ହୋଇଥିଲେ । 2024ରେ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ବିରୋଧରେ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିବା ନେଇ ଆଲୋଚନା କରିଥିଲେ ।

Last Updated : Jul 3, 2023, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.