ETV Bharat / bharat

Next Opposition meeting: ଆସନ୍ତା 14-15ରେ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଜୁଲାଇ 14ରେ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ । ଦୁଇ ଦିନ ଧରି ଚାଲିବ ମାନସମନ୍ଥନ । ପୂର୍ବରୁ ପରବର୍ତ୍ତୀ ମିଟିଂ ଶିମଲାରେ ହେବା ନେଇ ହୋଇଥିଲା ଘୋଷଣା । ଅଧିକ ପଢନ୍ତୁ

Next Opposition meeting: ଆସନ୍ତା 14 ରେ ବେଙ୍ଗାଲୁରୁରେ ଏକାଠି ହେବେ ବିରୋଧୀ

author img

By

Published : Jun 29, 2023, 6:46 PM IST

ହାଇଦ୍ରାବାଦ: ଚଳିତ ମାସ 23 ତାରିଖରେ ପାଟନାରେ ପ୍ରଥମ ଥର ପାଇଁ ଏକାଠି ହୋଇଥିବା ବିରୋଧୀ ପୁଣି ଥରେ ବେଙ୍ଗାଲୁରୁରେ ଏକାଠି ହେବାକୁ ଯାଉଛନ୍ତି । ବିରୋଧୀ ମେଳିର ଦ୍ବିତୀୟ ବୈଠକ ବେଙ୍ଗାଲୁରରେ ଆସନ୍ତା ମାସ 13-14 ରେ ହେବା ନେଇ ଏନସିପି ପ୍ରତିଷ୍ଠାତା ମୁଖ୍ଯ ଶରଦ ପାଓ୍ବାର ସୂଚନା ଦେଇଛନ୍ତି । ଦୁଇ ଦିନ ଧରି ବିରୋଧୀ ମାନସ ମନ୍ଥନ କରିବେ । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି । ପୂର୍ବରୁ ଏହି ବୈଠକ ଶିମଲାରେ ହେବା ନେଇ କଂଗ୍ରେସ ହଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଥିଲେ । ପରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥାଇପାରେ ବୋଲି ସୂଚନା ମିଳିଛି । ଶିମଲା ନୁହେଁ, ବରଂ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଏକାଠି ହେବେ ବିରୋଧୀ ।

23 ତାରିଖରେ ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ 17ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ ଏକାଠି ହୋଇଥିଲେ । 2024 ରେ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ବିରୋଧରେ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିବା ନେଇ ଆଲୋଚନା କରିଥିଲେ । ହେଲେ ସେପରି କିଛି ଆଖିଦୃଶିଆ ନିଷ୍ପତ୍ତିରେ ଏମାନେ ପହଞ୍ଚି ପାରିନଥିଲେ । ପରବର୍ତ୍ତୀ ସମୟରେ ଆଉ ଏକ ବୈଠକ ଶିମଲାରେ ହେବା ନେଇ ସୂଚନା ମିଳିଥିଲା । ଏବେ ବିରୋଧୀଙ୍କ ପରିବର୍ତ୍ତୀ ଦୁଇ ଦିନିଆ ବୈଠକ ଆସନ୍ତା ମାସ (ଜୁଲାଇ) 13 ଓ14 ତାରିଖରେ ବେଙ୍ଗାଲୁରୁରେ ହେବା ନେଇ ସୂଚନା ମିଳିଛି ।

23 ତାରିଖ (ଶୁକ୍ରବାର) 17ଟି ବିରୋଧୀ ଦଳର ନେତା ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସବଭନରେ ଏକାଠି ହୋଇ ଆଲୋଚନା କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆୟୋଜିତ ଏହି ବୈଠକ ପରେ ଏହି ମେଣ୍ଟର ନାମକରଣ ସମ୍ପର୍କରେ ପ୍ରଥମେ ଉଲ୍ଲେଖ କରିଥିଲେ ସିପିଆଇ ମହାସଚିବ ଡି.ରାଜା । ବୈଠକ ପରେ ସେ ଜାରି କରିଥିବା ପ୍ରେସ ରିଲିଜରେ ସେ ହିଁ ପ୍ରଥମେ PDA ଭାବେ ଏହି ମହାମେଣ୍ଟକୁ ଉଲ୍ଲେଖ କରିଥିଲେ । ହେଲେ ଔପଚାରିକ ଭାବେ ଏହାର ନାମକରଣ ନେଇ ମେଣ୍ଟ କିଛି ଘୋଷଣା କରିନାହିଁ । ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଶିମଲା ବୈଠକରେ ଏହି ମେଣ୍ଟର ନାମ ସାର୍ବଜନୀନ କରାଯାଇପାରେ । ପୂର୍ବରୁ ମିଳୁଥିବା ଆଭାସ ଅନୁସାରେ, ଏହି ମେଣ୍ଟର ନାମ ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ (PDA) ରହିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :-Opposition gathbandhan: PDA ରହିବ ବିରୋଧୀ ମେଣ୍ଟର ନାମ !

ବିରୋଧୀ ମହାମେଳିର ପ୍ରଥମ ଔପଚାରିକ ବୈଠକରେ 17 ଟି ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସିପିଆଇ ନେତା ଡି.ରାଜା, ସିପିଆଇ-ଏମ ମହାସଚିବ ସୀତାରାମ ୟେଚୁରୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନେତାମାନେ ପୁଣି ଥରେ ବେଙ୍ଗାଲୁରୁରେ ଦୁଇ ଦିନିଆ ବୈଠକରେ ଏକାଠି ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.