ETV Bharat / bharat

ଦେଶ ଇତିହାସରେ ପ୍ରଥମ, ସ୍ମରଣୀୟ ହେବ ଡିଜିଟାଲ ଜନଗଣନା - ପ୍ରଧାନମନ୍ତ୍ରୀ ମୋଦି

ଆଗାମୀ ଜନଗଣନା ଦେଶର ପ୍ରଥମ ତଥା ଉଲ୍ଲେଖନୀୟ ଡିଜିଟାଲାଇଜଡ୍ ଜନଗଣନା ହେବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। 2021 ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲଇଜ୍ ହେବ । ଅଧିକ ପଢନ୍ତୁ...

ଇତିହାସ ରଚିବ ଆଗମୀ ଡିଜିଟାଲାଇଜଡ୍ ଜନଗଣନା; ପ୍ରଧାନମନ୍ତ୍ରୀ ମୋଦି

author img

By

Published : Feb 21, 2021, 9:07 AM IST

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଦେଶର ପ୍ରଥମ ଡିଜିଟାଲାଇଜଡ୍ ଜନଗଣନା ହେବ । ଏନେଇ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି। "ଆଗାମୀ ଜନଗଣନା ଦେଶର ପ୍ରଥମ ତଥା ଉଲ୍ଲେଖନୀୟ ଡିଜିଟାଲାଇଜଡ୍ ଜନଗଣନା ହେବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଏହିଠାରେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। 2021 ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଇଜ୍ ହେବ ଏବଂ ଏକ ଡିଜିଟାଲ୍ ବ୍ୟବସ୍ଥା ସୃଷ୍ଟି ହେବ ଏକ ସାମ୍ବାଦିକ ସମ୍ମିଳନୀରେ ରାଜୀବ କହିଛନ୍ତି।

ଭାରତର ସର୍ବପ୍ରଥମ ଡିଜିଟାଲ ଜନଗଣନା ଘୋଷଣା କରି ସଂସଦରେ କେନ୍ଦ୍ର ବଜେଟ୍ 2021-22 ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣ କହିଛନ୍ତି ଯେ ଆଗାମୀ ଜନଗଣନା - ଦେଶର ଜନସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଇତିହାସରେ ପ୍ରଥମ ଡିଜିଟାଲ ଜନଗଣନା ହେବ। ପେପରଲେସ୍ ବଜେଟ୍ ଉପସ୍ଥାପନ କରିବାବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ, 2021 ଆର୍ଥିକ ବର୍ଷ ପାଇଁ ସେ 3,768 କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହାସହ ଗତକାଲି ଆୟୋଜିତ ହୋଇଥିବା ନୀତି ଆୟୋଗ ବୈଠକରେ ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବନରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ଅନେକ ମିଳିତ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

"2014 ପରଠାରୁ ଉଭୟ ସହର ଏବଂ ଗ୍ରାମରେ 2.40 କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି। ସେହିପରି ଜଲ୍ ଜୀବନ ମିଶନ ଆରମ୍ଭ ହେବାର 18 ମାସ ମଧ୍ୟରେ 3.5 ଲକ୍ଷରୁ ଅଧିକ ଗ୍ରାମୀଣ ଘରକୁ ପାଇପ ପାନୀୟ ଜଳ ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଗ୍ରାମଗୁଡିକରେ ଇଣ୍ଟରନେଟ୍ ସଂଯୋଗ ପାଇଁ ଭାରତ ନେଟ୍ ଯୋଜନା ପରିବର୍ତ୍ତନ ଆଣିଛି। ଆମ ନାଗରିକଙ୍କ ପାଇଁ ଜୀବନଯାପନର ସୁଧାର ଆଣିବା ପାଇଁ ଏଭଳି ଯୋଜନା ଉପରେ କେନ୍ଦ୍ର ଏବଂ ରାଜ୍ୟମାନେ ଅଧିକ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।

ନବସୃଜନକୁ ଉତ୍ସାହିତ କରାଯିବା ଆବଶ୍ୟକ ଏବଂ ଶିକ୍ଷା ତଥା ଦକ୍ଷତା ବିକାଶ ପାଇଁ ଉତ୍ତମ ସୁଯୋଗ ପ୍ରଦାନ କରିବା ପାଇଁ ଅଧିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବା ଉଚିତ। ଏମଏସଏମଇ ଏବଂ ଷ୍ଟାର୍ଟ ଅପକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା, ଏହାର ଅନନ୍ୟ ଶକ୍ତି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ସହଜ-ବ୍ୟବସାୟ ତଥା ଆମର ନିଜ ଲୋକଙ୍କ ପାଇଁ ସହଜ ଜୀବନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ର ପାଇଁ ଉତ୍ପାଦନ-ଲିଙ୍କ୍ ଇନସେଣ୍ଟିଭ୍ (ପିଏଲଆଇ) ଯୋଜନା ପ୍ରଣୟନ କରିଛନ୍ତି, ଯାହାଦ୍ବାରା ଦେଶରେ ଉତ୍ପାଦନ ବୃଦ୍ଧି ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରାଯାଇଛି। ଏହି ଯୋଜନାର ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ଏବଂ ସର୍ବଭାରତୀୟ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାକୁ ଏବଂ କର୍ପୋରେଟ୍ ଟିକସ ହାର ହ୍ରାସ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.