ETV Bharat / bharat

ସବୁ କୋଭିଡ଼ ଷ୍ଟ୍ରେନ ଠୁ ଅଧିକ ଘାତକ NeoCov ଭାରିଏଣ୍ଟ, ସତର୍କ କରାଇଲା ଚୀନ - ସବୁଠୁ ଘାତକ କୋଭିଡ଼ ଷ୍ଟ୍ରେନ

ଚୀନରେ ଆଉ ଏକ ନୂଆ ଭାରିଏଣ୍ଟ ଠାବ ହୋଇଛି । ଯାହାକି ସମସ୍ତ ଭାରିଏଣ୍ଟ ଠାରୁ ଅଧିକ ଘାତକ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ସବୁ କୋଭିଡ଼ ଷ୍ଟ୍ରେନଠାରୁ ଅଧିକ ଘାତକ NeoCov ଭାରିଏଣ୍ଟ, ସତର୍କ କରାଇଲା ଚୀନ

author img

By

Published : Jan 28, 2022, 4:40 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ଆଉ ଏକ ଘାତକ ଭାରିଏଣ୍ଟ ସମ୍ପର୍କରେ ସତର୍କ କରାଇଛନ୍ତି ଚୀନ ବୈଜ୍ଞାନିକ । ଏହି ଭାଇରସ ଏଯାବତ ବାହାରିଥିବା ସମସ୍ତ କୋଭିଡ଼ ଷ୍ଟ୍ରେନ ଠାରୁ ଅଧିକ ଘାତକ ବୋଲି ଜଣାପଡ଼ିଛି । ଏହାର ନାମ ରଖାଯାଇଛି NeoCov । ରିପୋର୍ଟ ଅନୁସାରେ ଏଥିରେ ଆକ୍ରାନ୍ତ ହେଉଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହା ଦ୍ରୁତ ଗତିରେ ସଂକ୍ରମଣ କରାଉଥିବା ବେଳେ ଶ୍ବାସନଳୀକୁ ସଂକ୍ରମିତ କରୁଥିବା ଜଣାପଡ଼ିଛି ।

ବର୍ତ୍ତମାନ ବିଶ୍ବରେ କୋଭିଡ଼ ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଟୀକାକରଣ କରାଯାଉଛି । ଅଧ୍ୟୟନରୁ ଜଣାପଡିଛି ଯେ ଏହି ଟୀକାକରଣ NeoCov ଭାରିଏଣ୍ଟ ସଂକ୍ରମଣରୁ କୌଣସି ମତେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ପ୍ରାଥମିକ ପର୍ଯ୍ୟାୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଓମିକ୍ରନ ଭାରିଏଣ୍ଟର ଅଧିକ ମାତ୍ରାରେ ରୂପାନ୍ତରିତ ହେବା ପରେ ଏହି ଭାଇରସର ସୃଷ୍ଟି ହୋଇଛି । ସାଉଥ ଆଫ୍ରିକାର ବାଦୁଡିଙ୍କ ମଧ୍ୟରେ ଏହି ଭାଇରସକୁ ଚିହ୍ନଟ କରାଯାଇଥିବା ବେଳେ ଏହା ବାଦୁ଼ଡିକୁ ସଂକ୍ରମିତ କରୁବାରେ ଲାଗିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: Bharat Biotech ନାଜାଲ ବୁଷ୍ଟର ଡୋଜକୁ ଅନୁମତି

ଏହା ଏବେ ଭାରତରେ ଚିହ୍ନଟ ହୋଇନାହିଁ । ଦେଶରେ ଏବେ ଓମିକ୍ରନ ଭାରିଏଣ୍ଟ ଦ୍ରୁତ ଗତିରେ ଦେଶବାସୀଙ୍କୁ ସଂକ୍ରମିତ କରୁଛି । କିନ୍ତୁ ଏହା ପୂର୍ବ ଡେଲଟା ଭାରିଏଣ୍ଟ ଠାରୁ ଏତେ ଘାତକ ନୁହେଁ । ସେପଟେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଓମିକ୍ରନ ଭାରିଏଣ୍ଟର ସବ-ଭାରିଏଣ୍ଟ ଚିହ୍ନଟ ହୋଇଛି । ଯେଉଁଥିରେ ବୟସ୍କଙ୍କ ସହିତ ଶିଶୁ ସଂକ୍ରମିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.