ETV Bharat / bharat

ଦେଶ ପାଳୁଛି ନବବର୍ଷ

author img

By

Published : Jan 1, 2021, 7:45 AM IST

ଦେଶ ପାଳୁଛି ଇଂରାଜୀ ନବବର୍ଷ । ନୂଆ ସମ୍ଭାବନା, ନୂଆ ଆଶା, ଓ ନୂଆ ଆକାଂକ୍ଷା ନେଇ କଟକଣା ମଧ୍ୟରେ ଇଂରାଜୀ ନବବର୍ଷକୁ ସ୍ବାଗତ କରିଛନ୍ତି ଦେଶବାସୀ । ନବବର୍ଷକୁ ସ୍ବାଗତ ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ମଧ୍ୟରାତ୍ରିରୁ ରଙ୍ଗୀନ ଆତସବାଜୀ ସହ ବାଣ ଫୁଟାଇ ପରସ୍ପରକୁ ଶୁଭେଚ୍ଛା ଦେଉଛନ୍ତି ଲୋକେ ।

ଦେଶ ପାଳୁଛି ନବବର୍ଷ
ଦେଶ ପାଳୁଛି ନବବର୍ଷ

ହାଇଦ୍ରାବାଦ: ଦେଶ ପାଳୁଛି ଇଂରାଜୀ ନବବର୍ଷ । ନୂଆ ସମ୍ଭାବନା, ନୂଆ ଆଶା, ଓ ନୂଆ ଆକାଂକ୍ଷା ନେଇ କଟକଣା ମଧ୍ୟରେ ଇଂରାଜୀ ନବବର୍ଷକୁ ସ୍ବାଗତ କରିଛନ୍ତି ଦେଶବାସୀ । 2020ର କଷ୍ଟକୁ ଭୁଲି କିପରି ନୂଆବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେବ ସେ ନେଇ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ପଞ୍ଜାବ, ଜାମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଗୋଆ ଆଦି ସ୍ଥାନରେ ଲୋକେ ବାଣ ଫୁଟାଇ, ସୁସଜ୍ଜିତ ଆଲୋକମାଳାରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।

ପଞ୍ଜାବରେ ସ୍ବର୍ଣ୍ଣ ମନ୍ଦିରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । 2020କୁ ବିଦାୟ ଦେଇ ହର୍ଷ ଉଲ୍ଲାସରେ 2021କୁ ସ୍ବାଗତ କରିଛନ୍ତି ଦେଶବାସୀ । ନବବର୍ଷରେ କୃଷକ ମାନଙ୍କର ସମସ୍ୟାର ସମାଧାନ ହେଉ ବୋଲି କହିଛନ୍ତି କିଛି ଶ୍ରଦ୍ଧାଳୁ ।

ମଧ୍ୟରାତ୍ରିରୁ ରଙ୍ଗିନ ଆତସବାଜୀ ସହ ବାଣ ଫୁଟାଇ ନବବର୍ଷକୁ ସ୍ବାଗତ

ସେହିପରି ଜମ୍ମୁକାଶ୍ମୀରରେ ମଧ୍ୟ ନବବର୍ଷ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗୁଲମାର୍ଗରେ ବରଫ ପାତ ସତ୍ତ୍ବେ ଲୋକେ କେକ୍‌ କାଟି ଗୀତ ଗାଈ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।

ଆଲୋକମାଳାରେ ସୁସଜ୍ଜିତ ନଗରୀ
ଆଲୋକମାଳାରେ ସୁସଜ୍ଜିତ ନଗରୀ

କୋଲକାତରେ ମଧ୍ୟ ସମାନ ଢଙ୍ଗରେ ନବବର୍ଷ ପାଳନ ହୋଇଛି । 2020 ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା । ଆମେ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରି ଏକ ନୂଆ ପରମ୍ପରାକୁ ଆପଣାଇଛୁ ବୋଲି କହିଛନ୍ତି ଜଣେ ପୋଲିସ କର୍ମୀ । ତେବେ ବିଳମ୍ବିତ ରାତିରେ ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଥିଲେ ସେମାନଙ୍କୁ କୋଲକାତା ପୋଲିସ ତରଫରୁ ମାସ୍କ ବଣ୍ଟନ କରାଯାଇଛି ।

କେକ୍‌ କାଟି ନବବର୍ଷ ପାଳିଲେ ଦେଶବାସୀ
କେକ୍‌ କାଟି ନବବର୍ଷ ପାଳିଲେ ଦେଶବାସୀ

ଗୋଆରେ ମଧ୍ୟ ଖୁବ ହର୍ଷ ଉଲ୍ଲାସରେ ନବବର୍ଷକୁ ସ୍ବାଗତ କରିଛନ୍ତି ଲୋକେ । ପାଣାଜୀରେ ବିଭିନ୍ନ ରେସ୍ତୋରାଁ, ପବ୍‌ କନସର୍ଟ ଆଦିରେ କେକ୍‌ କାଟି ଖୁସି ମନାଇଛନ୍ତି ।

ଜମ୍ମୁକାଶ୍ମୀର ପାଳୁଛି ନବବର୍ଷ
ଜମ୍ମୁକାଶ୍ମୀର ପାଳୁଛି ନବବର୍ଷ

କୋରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ରାଜ୍ୟରେ କଟକକଣା ମଧ୍ୟରେ ନବବର୍ଷ ପାଳନ କରାଯାଇଛି । ଓଡିଶା, ବେଙ୍ଗାଲୁରୁ, ନୂଆଦିଲ୍ଲୀ ଆଦି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନରେ ପ୍ରତିବନ୍ଧକ ଲାଗିଥିବାବେଳେ ଲୋକେ ଘରେ ରହି ନବବର୍ଷ ପାଳନ କରିଛନ୍ତି ।

ପଞ୍ଜାବରେ ନବବର୍ଷ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.