ETV Bharat / bharat

ମହାକାଶକୁ ଯିବ ଭଗବତ ଗୀତା

ମହାକାଶକୁ ଯିବ ଭଗବତ ଗୀତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ 25,000 ବ୍ୟକ୍ତିବିଶେଷଙ୍କ ନାମ । ଚଳିତ ମାସ ଶେଷ ସୁଦ୍ଧା ସତୀଶ ଧୱନ ସାଟେଲାଇଟ୍ କେନ୍ଦ୍ରରୁ PSLV ଦ୍ବାରା ଏହି ନାନୋ ସାଟେଲାଇଟ ଉତକ୍ଷେପଣ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ପେସ୍‌କିଡସ୍‌ ଇଣ୍ଡିଆର ପ୍ରତିଷ୍ଠାତା ଓ ସିଇଓ ଡଃ ଶ୍ରୀମଥି କେସନ ।

ମହାକାଶକୁ ଯିବ ଭଗବତ ଗୀତା
ମହାକାଶକୁ ଯିବ ଭଗବତ ଗୀତା
author img

By

Published : Feb 15, 2021, 11:20 AM IST

ନୂଆଦିଲ୍ଲୀ:ମହାକାଶକୁ ଯିବ ଭଗବତ ଗୀତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ 25,000 ବ୍ୟକ୍ତିବିଶେଷଙ୍କ ନାମ ସତୀଶ ଧୱନ ସାଟେଲାଇଟ୍ କେନ୍ଦ୍ରରୁ PSLV ଦ୍ବାରା ଚଳିତ ମାସ ଶେଷ ସୁଦ୍ଧା ପଠାଯିବ ନାନୋ ସାଟେଲାଇଟ୍‌ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନାନୋ ସାଟେଲାଇଟ୍‌ ବିକଶିତ କରାଯାଇଛି । ଯାହା ସାଧାରଣତଃ ସ୍ପେସ୍‌କିଡସ୍‌ ଦ୍ବାରା ବିକଶିତ କରାଯାଇଛି । ଏହି ନାନୋ ସାଟେଲାଇଟ୍‌ ଦ୍ବାରା ବିଶେଷ କରି ସ୍ପେସ୍ ବିକିରଣ ଅଧ୍ୟୟନ କରିବା, ଚୁମ୍ବକୀୟ କ୍ଷେତ୍ର ଅଧ୍ୟୟନ କରିବା ଏବଂ ଏକ ସ୍ବଳ୍ପ ଶକ୍ତି ବିଶିଷ୍ଟ ପ୍ରଶସ୍ତ କ୍ଷେତ୍ର ଯୋଗାଯୋଗ ନେଟୱାର୍କ ପ୍ରଦର୍ଶନ କରିବା ଉପରେ ଗୁରୁତ୍ତ୍ବ ଦିଆଯାଇଛି ।

ତେବେ ଏନେଇ ସ୍ପେସ୍‌କିଡସ୍‌ ଇଣ୍ଡିଆର ପ୍ରତିଷ୍ଠାତା ଓ ସିଇଓ ଡଃ ଶ୍ରୀମଥି କେସନ କହିଛନ୍ତି ଯେ ଏହି ପ୍ରୋଜେକ୍ଟକୁ ନେଇ ଟିମ ସଦସ୍ୟଙ୍କ ମଧ୍ୟରେ ଅନେକ ଉତ୍ସାହ ଭରି ରହିଛି । ଏହା ଆମର ପ୍ରଥମ ସାଟେଲାଇଟ୍‌ ଯାହା ମହାକାଶକୁ ଯିବ । ତେବେ ଏହି ମିଶନର ସମସ୍ତ ପ୍ରକ୍ରିୟା ସରିବା ପରେ ଘୋଷଣା କରାଯାଇଥିଲା । ଏବଂ ଗୋଟିଏ ସପ୍ତାହରେ 25 ହଜାର ଲୋକ ତାଙ୍କ ନାଁ ରେଜିଷ୍ଟ୍ରେସନ କରିଛନ୍ତି । ଯାହା ମହାକାଶକୁ ପଠାଯିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ 25 ହଜାର ନା ମଧ୍ୟରୁ 1000 ନା ଆସିଛି ଯାହା ଭାରତ ବାହାରର ବୋଲି କହିଛନ୍ତି ସ୍ପେସ୍‌କିଡସ୍‌ ଇଣ୍ଡିଆର ପ୍ରତିଷ୍ଠାତା ।

କେସନ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଭଗବଦ ଗୀତାର ଏକ ନକଲକୁ ମଧ୍ୟ ମହାକାଶକୁ ପଠାଇବାକୁ ନିଷ୍ପତ୍ତି ହୋଇଛି । କେବଳ ଭଗବତ ଗୀତା ନୁହେଁ ଅନ୍ୟ ପବିତ୍ର ପୁସ୍ତକ ଯେପରି ବାଇବେଲ ଭଳି ପବିତ୍ର ପୁସ୍ତକ ଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ମୋଦିଙ୍କ ଫଟୋ ଓ ନା ସହ ଟପ ପ୍ୟାନେଲରେ ଆତ୍ମନିର୍ଭର ମିଶନ ମଧ୍ୟ ରହିବ । ତେବେ ଏହି ସାଟେଲାଇଟ ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତ ବୋଲି କହିଛନ୍ତି ସ୍ପେସ୍‌କିଡସ୍‌ ଇଣ୍ଡିଆର ପ୍ରତିଷ୍ଠାତା । ସମସ୍ତ ପ୍ରକ୍ରିୟା ପରେ ଚଳିତ ମାସ ଫେବୃଆରୀ 28ରେ ଏହି ସାଟେଲାଇଟ ଉତକ୍ଷେପଣ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.