ETV Bharat / bharat

New guideline For Foreign Arrivals: ବିଦେଶାଗତଙ୍କ ପାଇଁ ଆବଶ୍ୟକ ନାହିଁ RTPCR ଓ ସଙ୍ଗରୋଧ

author img

By

Published : Feb 10, 2022, 8:14 PM IST

ବଦଳିଲା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ । ବିମାନବନ୍ଦରରେ ବାଧ୍ୟତାମୂଳକ ନୁହେଁ RT-PCR ପରୀକ୍ଷା ଓ ଏକ ସପ୍ତାହ ଗୃହ ସଙ୍ଗରୋଧ । ଯାତ୍ରା ପୂର୍ବରୁ ଅପଲୋଡ କରିବାକୁ ହେବ ଟୀକାକରଣ ପ୍ରମାଣପତ୍ର । ଅଧିକ ପଢନ୍ତୁ

New Rules For Foreign Arrivals: ବିଦେଶାଗତଙ୍କ ପାଇଁ ଆବଶ୍ୟକ ନାହିଁ RTPCR ଓ ସଙ୍ଗରୋଧ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଅନ୍ତର୍ଜାତୀୟ କଟକଣାରେ ସଂଶୋଧନ ଆଣିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ବିଦେଶାଗତ ଯାତ୍ରୀ ବିଦେଶରୁ ଆସିଲେ ଏଣିକି ଆଉ RT-PCR ଟେଷ୍ଟିଂ କିମ୍ବା ଏକ ସପ୍ତାହ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ଆବଶ୍ୟକ ନୁହେଁ । ଆଜି (ଗୁରୁବାର) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସଂଶୋଧିତ କୋଭିଡ ନିର୍ଦ୍ଦେଶାବଳୀ ଜାରି କରିଛି । ସେହିପରି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ସଂକ୍ରମଣ ନେଇ ବିପଦପୂର୍ଣ୍ଣ ଦେଶମାନଙ୍କ ତାଲିକାକୁ ମଧ୍ୟ ହଟାଇ ଦିଆଯାଇଛି ।

ପୂର୍ବରୁ ବିଦେଶାଗତ ଯାତ୍ରୀଙ୍କୁ ବିମାନବନ୍ଦରରେ ଅବତରଣ ପରେ କୋଭିଡ ପରୀକ୍ଷା ପାଇଁ ନିଜ ସ୍ବାବ ନମୁନା ପଠାଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ସେହିପରି ରିପୋର୍ଟ ପଜିଟିଭ଼ ଆସିଲେ ୭ଦିନ ସରକାରୀ ନିରୀକ୍ଷଣ ସହ ଗୃହ ସଙ୍ଗରୋଧରେ ମଧ୍ୟ ରହିବା ବାଧ୍ୟତାମୂଳକ ଥିଲା । ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ବର୍ତ୍ତମାନ ଯାତ୍ରୀମାନେ ଯାତ୍ରା ପୂର୍ବରୁ ସେମାନେ ଆସିଥିବା ଦେଶରୁ ଗ୍ରହଣ କରିଥିବା ପ୍ରାଥମିକ ଟୀକାକରଣ ପ୍ରମାଣପତ୍ର ଅପଲୋଡ କରିବେ । ସେହିପରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, ଆନୁପାତିକ ସଂକ୍ରମଣ ସମ୍ପର୍କରେ ଜାଣିବା ପାଇଁ ସମସ୍ତ ଦେଶରୁ ଆସିଥିବା ମୋଟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ମଧ୍ୟରୁ ମାତ୍ର 2 ପ୍ରତିଶତ ଯାତ୍ରୀଙ୍କର ନମୁନା ସଂଗ୍ରହ କରି ପରୀକ୍ଷା କରିବେ ବିମାନବନ୍ଦର କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.