ନୂଆଦିଲ୍ଲୀ: ଲାଖମେ ଫ୍ୟାଶନ୍ ୱିକ୍ରେ (Lakme Fashion Week 2022) ଆପ୍ ନେତାଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । ଆମ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାମ୍ପରେ ୱାକ୍ କରିଛନ୍ତି। ଆପ ନେତା ରାଘବ ଚଢା ଡିଜାଇନର ପୱନ ସଚଦେବଙ୍କ ଶୋ’ରେ ଭାଗ ନେଇ ତାଙ୍କ କଷ୍ଟ୍ୟୁମ ପିନ୍ଧିଥିଲେ। ସେ ସୋ’ ଟପର ଭାବେ ରାମ୍ପ ୱାକ୍ କରିଥିଲେ।
-
Youngest Rajya Sabha MP, The Youth Icon, A Cool Dude @raghav_chadha walking the ramp at Lakme Fashion Week ❣️ #LakmeFashionWeek2022 pic.twitter.com/vRM43T3Hhf
— Aarti (@aartic02) March 27, 2022 " class="align-text-top noRightClick twitterSection" data="
">Youngest Rajya Sabha MP, The Youth Icon, A Cool Dude @raghav_chadha walking the ramp at Lakme Fashion Week ❣️ #LakmeFashionWeek2022 pic.twitter.com/vRM43T3Hhf
— Aarti (@aartic02) March 27, 2022Youngest Rajya Sabha MP, The Youth Icon, A Cool Dude @raghav_chadha walking the ramp at Lakme Fashion Week ❣️ #LakmeFashionWeek2022 pic.twitter.com/vRM43T3Hhf
— Aarti (@aartic02) March 27, 2022
ମାଟିଆ ରଙ୍ଗର ବେଲ୍ଟ ସାଙ୍ଗକୁ କଳା ସୁଟରେ ଷ୍ଟାଇଲିସ ଲାଗୁଛନ୍ତି ନବନିର୍ବାଚିତ ସାଂସଦ ରାଘବ । ଅଭିନେତା ଅପାରଶକ୍ତି ଖୁରାନାଙ୍କ ସହ ସେ ରାମ୍ପରେ ଚାଲିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର ବି ବେଶ ପସନ୍ଦ କରୁଛନ୍ତି ।
33 ବର୍ଷୀୟ ରାଘବ ପଞ୍ଜାବର ସର୍ବକନିଷ୍ଠ ସଦସ୍ୟ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । ରାଜ୍ୟସଭାକୁ ମନୋନୀତ ପରେ ଦିଲ୍ଲୀ ବିଧାନସଭାରୁ ଇସ୍ତଫା ଦେଇଛନ୍ତି ରାଘବ । ତେବେ ନିକଟରେ ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ଦାୟିତ୍ବ ଏହି ଆପ୍ ନେତାଙ୍କୁ ମିଳିଥିଲା । ଆପ୍ର ବିପୁଳ ବିଜୟ ପାଇଁ ରାଘବଙ୍କୁ ଶ୍ରେୟ ମଧ୍ୟ ମିଳିଛି ।
ମାର୍ଚ୍ଚ 31 ରେ ପଞ୍ଜାବର 5 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ହୋଇଥିବା ବିଶାଳ ବିଜୟ ପରେ AAP ସମସ୍ତ 5 ଟି ସିଟ୍ ଜିତିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ରାଘବ ଚଢାଙ୍କ ସମେତ ସମସ୍ତ 5 ପ୍ରାର୍ଥୀ ରାଜ୍ୟସଭାରେ ପହଞ୍ଚିବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। 117 ସିଟ୍ ବିଶିଷ୍ଟ ରାଜ୍ୟରେ AAP 92 ଟି ସିଟ୍ ଜିତିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ