ETV Bharat / bharat

ରାଜସ୍ଥାନ ହାଇକୋର୍ଟରେ ଏକାଠି ବିଚାର କରିବେ ବିଚାରପତି ଦମ୍ପତି - ଜଷ୍ଟିସ ପୁଷ୍ପେନ୍ଦ୍ର ଭାଟି

ରାଜସ୍ଥାନ ହାଇକୋର୍ଟରେ ୯ ଜଣ ନୂଆ ବିଚାରପତି ଶପଥ ନେଇଛନ୍ତି । ଏହାସହିତ ହାଇକୋର୍ଟକୁ ପୁଣି ନୂଆ ବିଚାରପତି ଦମ୍ପତି ମିଳିଛି । ଅଧିକ ପଢନ୍ତୁ

ରାଜସ୍ଥାନ ହାଇକୋର୍ଟର ନୂଆ ବିଚାରପତି
ରାଜସ୍ଥାନ ହାଇକୋର୍ଟର ନୂଆ ବିଚାରପତି
author img

By

Published : Jan 18, 2023, 12:27 PM IST

ଜୟପୁର: ରାଜସ୍ଥାନ ହାଇକୋର୍ଟରେ ସୋମବାର ୯ ଜଣ ନୂଆ ବିଚାରପତି ଶପଥ ନେଇଛନ୍ତି । ତନ୍ମଧ୍ୟରୁ ଡଃ. ନୂପୁର ଭାଟି ଅନ୍ୟତମ । ମୁଖ୍ୟ ବିଚାରପତି ପଙ୍କଜ ମିଥଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାସହିତ ରାଜସ୍ଥାନ ହାଇକୋର୍ଟକୁ ନୂଆ ବିଚରପତି ଦମ୍ପତି ମିଳିଛି । ଡ. ନୂପୁର ଜଷ୍ଟିସ ପୁଷ୍ପେନ୍ଦ୍ର ଭାଟିଙ୍କ ପତ୍ନୀ ଅଟନ୍ତି, ଯିଏକି ୨୦୧୬ରୁ ଏହି ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ।

ରାଜସ୍ଥାନ ହାଇକୋର୍ଟ
ରାଜସ୍ଥାନ ହାଇକୋର୍ଟ

ଡ. ନୂପୁର ଭାଟି ହାଇକୋର୍ଟରେ ପ୍ରାକ୍ଟିସ ପରେ ଏହିଠାରେ ହିଁ ବିଚାରପତି ଭାବେ ଶପଥ ନେଇଥିବା ବେଳେ ସ୍ବାମୀ ପୁଷ୍ପେନ୍ଦ୍ର ସିଂହ ଭାଟି ୨୦୧୬ ନଭେମ୍ବର ୧୬ରେ ଶପଥ ପାଠ କରିଥିଲେ । ଏବେ ଏହି ବିଚାରପତି ଦମ୍ପତି ଯୋଧପୁର ଖଣ୍ଡପୀଠରେ ଏକାଠି ଶୁଣାଣି କରିବେ । ତେବେ ରାଜସ୍ଥାନ ହାଇକୋର୍ଟ ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ୨୦୨୨ ଜୁନରେ ଜଷ୍ଟିସ ଶୁଭା ମେହେତାଙ୍କ ବିଚାରପତି ଭାବେ ଶପଥ ପାଠ ପରେ ହାଇକୋର୍ଟରେ ଏହି ରେକର୍ଡ ରହିଥିଲା । ଜଷ୍ଟିସ ଶୁଭେ ମେହେତା ଜଷ୍ଟିସ ମହେନ୍ଦ୍ର କୁମାର ଗୋୟଲକୁ ବିହାର କରିଛନ୍ତି । ୨୦୧୯ ନଭେମ୍ବରରୁ ଜଷ୍ଟିସ ଗୋୟଲ ହାଇକୋର୍ଟ ବିଚାରପତି ପଦବୀରେ ଅଧିଷ୍ଠିତ ଅଛନ୍ତି ।

ଦେଶରେ ରାଜସ୍ଥାନ ହାଇକୋର୍ଟ ପ୍ରଥମ ଯେଉଁଠି ଦୁଇଟି ସ୍ବାମୀ-ସ୍ତ୍ରୀ ଯୋଡି ଏକାସାଙ୍ଗରେ ମାମଲାର ଶୁଣାଣି କରିବେ । ସେହିପରି ହାଇକୋର୍ଟରେ ଏବେ ମହିଳା ବିଚାରପତିଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏମାନେ ହେଲେ ଜଷ୍ଟିସ ରେଖା ବୋରାଣା, ଜଷ୍ଟିସ ଶୁଭା ମେହତା ଏବଂ ଜଷ୍ଟିସ ନୂପୁର ଭାଟି । ଏମାନଙ୍କ ଠାରୁ ମହିଳା ଆଇନଜୀବୀଙ୍କୁ ଆଗକୁ ବଢିବାକୁ ପ୍ରେରଣା ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.