ETV Bharat / bharat

JNUରେ ଧାରଣା ଦେଲେ ଗଣିବାକୁ ପଡିବ 20 ହଜାର ତଣ୍ତ

author img

By

Published : Mar 2, 2023, 12:49 PM IST

ଏଣିକି ଜେଏନୟୁରେ ଧାରଣା ଦେଲେ ଗଣିବାକୁ ପଡିବ ଫାଇନ । ନୂଆ ନିୟମ ଅନୁସାରେ ଜେଏନୟୁରେ ଧାରଣା ଦେଲେ 20 ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଅଧିକ ପଢନ୍ତୁ

new jnu rules
JNUରେ ଧାରଣା ଦେଲେ ଗଣିବାକୁ ପଡିବ 20ହଜାର ତଣ୍ତ

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ନୂଆ ନିୟମ ଆଣିଛି । ବିକ୍ଷୋଭ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥିବା ଜେଏନୟୁରେ ଏବେ ଧରଣା ମନା । ଯଦି ଧାରଣା ଦିଆଯାଏ ତେବେ ଫାଇନ ଗଣିବାକୁ ପଡିବ । ଧାରଣା କିମ୍ବା ବିକ୍ଷୋଭ କଲେ 20 ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ସେହିପରି ହିଂସା ଘଟାଇଲେ 30 ହଜାର ଟଙ୍କା ଜରିମାନା ଦେବାକୁ ହେବ ।

ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଇଥାଏ । ଏହାକୁ ରୋକିବା ପାଇଁ ବିଶ୍ବ ବିଦ୍ୟାଳୟ ଏହି ନିୟମ ଆଣିଛନ୍ତି । ବିଶ୍ବ ବିଦ୍ୟାଳୟ ପ୍ରଶାନସ 10 ପୃଷ୍ଠା ବିଶିଷ୍ଟ ଆଡଭାଇଜରି ଜାରି କରିଛନ୍ତି । ଯେଉଁଥିରେ ଅନୁଶାସନ ଏବଂ ଆଚରଣ ନିୟମ ନାମ ଦିଆଯାଇଛି । ନିୟମ ଅନୁସାରେ ଏହି ମାମଲାରେ ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ...Nagaland Election Result 2023: ଦମଦାର ପ୍ରଦର୍ଶନ ସହ କ୍ଷମତା ବଜାୟ ରଖିବ ଏନଡିପିପି ମେଣ୍ଟ !

ମୁଖ୍ୟତଃ ବିଶୃଙ୍ଖଳା ଆଚରଣ ବିକ୍ଷୋଭ, ଜାଲିଆତି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହୋଇଯାଇଛି । ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ବବିଦ୍ୟାଳୟରେ ହଙ୍ଗାମା ହେବାପରେ ଏହି ନୂଆ ନିୟମ ଆସିଥିବା କୁହାଯାଉଛି । ବିଶ୍ବ ବିଦ୍ୟାଳୟର ଏହି ନିୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ବିଶ୍ବ ବିଦ୍ୟାଳୟ ସମସ୍ତ ଛାତ୍ରଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଅପମାନଜନିତ ଭାଷା ବ୍ୟବହାର ଏବଂ ଜାଲିଆତି ଭଳି 17ଟି ଅପରାଧ ପାଇଁ ଦଣ୍ଡ ତାଲିକାଭୁକ୍ତ କରାଯାଇଛି । ଅଭିଯୋଗର ଏକ ନକଲ ଅଭିଭାବକଙ୍କୁ ପଠାଯିବା ନେଇ ନିୟମରେ ଉଲ୍ଲେଖ ରହିଛି । ରାଗିଂ ଏବଂ ସାମ୍ପ୍ରଦାୟିକ ହିଂସା ଘଟାଇଲେ କଡ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଜେଏନୟୁର ଏହି ନିୟମକୁ ଛାତ୍ର ସଂଗଠନ ବିରୋଧ କରିଛି । ଦସ୍ତାବିଜ ଅନୁସାରେ ଫେବୃଆରୀ 3ରୁ ଏହି ନିୟମ ଲାଗୁ ହୋଇଛି । ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ନେଇ ହଙ୍ଗମା ହୋଇଥିଲା । ଏହି ନିୟମ ଆସିବା ପରେ ଛାତ୍ର ସଂଗଠନ ଏହାର ବିରୋଧ କରିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜେଏନୟୁ ସଚିବ ବିକାଶ ପଟେଲ ଏହାକୁ ପ୍ରତ୍ୟାବର୍ତ୍ତନ କରିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.