ETV Bharat / bharat

ବିଳମ୍ବ ନକରି ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେଇଥାଏ ନ୍ୟୁ ଇଣ୍ଡିଆ: PM Modi - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜ

ନୂତନ ଭାରତ ସମସ୍ୟାରେ ସମୟ ଅତିବାହିତ ନ କରି, ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେଇଥାଏ । ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମକୁ (Bank Deposit Insurance Program) ସମ୍ବୋଧିତ କରି ଏପରି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବିଳମ୍ବ ନକରି ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେଇଥାଏ ନ୍ୟୁ ଇଣ୍ଡିଆ: PM Modi

author img

By

Published : Dec 12, 2021, 4:39 PM IST

ନୂଆଦିଲ୍ଲୀ: ଦେଶ ପରିବର୍ତ୍ତନ ହେବା ସହ ସମସ୍ୟା ସମାଧାନର ମଧ୍ୟ ବାଟ ବାହାର କରୁଛି । ବର୍ଷ ବର୍ଷ ଧରି ପ୍ରଚଳିତ ହେଉଥିବା ଧାରାକୁ ମଧ୍ୟ ପରିବର୍ତ୍ତନ କରୁଛି ନ୍ୟୁ ଇଣ୍ଡିଆ । ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମକୁ (Bank Deposit Insurance Program) ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | When I was CM, I repeatedly requested Centre to increase bank deposit insurance cover to Rs 5 lakhs from Rs 1 lakh but to no avail. So people sent me here to do it: PM Modi at an event on 'Depositors First: Guaranteed Time-bound Deposit Insurance Payment up to Rs 5 Lakh' pic.twitter.com/GoEE34Jy2r

    — ANI (@ANI) December 12, 2021 " class="align-text-top noRightClick twitterSection" data=" ">

ସେ କହିଛନ୍ତି ଯେ, ଯଦି ବ୍ୟାଙ୍କଗୁଡିକୁ ସୁରକ୍ଷିତ ରଖିବା ଚାହିଁବା, ତେବେ ପ୍ରଥମେ ଜମାକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପଡିବ । ଆମେ ଜମାକାରୀଙ୍କୁ ସୁବିଧା ଯୋଗାଇ ବ୍ୟାଙ୍କ ଗୁଡିକୁ ସୁରକ୍ଷିତ ରଖିପାରିବା ।

ଦିଲ୍ଲୀରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟାଙ୍କିଙ୍ଗ କ୍ଷେତ୍ର ଏବଂ ଆକାଉଣ୍ଟଧାରୀଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସରକାର ସର୍ବଦା ଜମାକାରୀଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଅନ୍ତି ବୋଲି ଆଜିର ଦିନ ପ୍ରମାଣ କରିବ । ଜମାକାରୀମାନେ ପ୍ରଥମେ, ଏହି କାର୍ଯ୍ୟକ୍ରମ ସେମାନଙ୍କ ପ୍ରତି ଆମର ପ୍ରାଥମିକତା ଏବଂ ଦାୟିତ୍ବକୁ ପ୍ରତିଫଳିତ କରିଥାଏ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ:- Bank Deposit Insurance Programme: ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟର କଥାକୁ ମନେ ପକାଇ କହିଛନ୍ତି, ସେ ବୀମା ଜମାକୁ 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ବର୍ତ୍ତମାନ ଲୋକେ ତାଙ୍କୁ ଏହାକୁ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ ପଠାଇଛନ୍ତି ବୋଲି ସେ କହିଛନ୍ତି ।

ଏହି ଯୋଜନା ଉପରେ ଅଧିକ ବିବରଣୀ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, 90 ଦିନ ମଧ୍ୟରେ ଗ୍ୟାରେଣ୍ଟି ହୋଇଥିବା ସମୟସୀମା ଜମା ବୀମା ଦେୟ ବ୍ୟାଙ୍କଗୁଡିକରେ 76 ଲକ୍ଷ କୋଟି ଜମା ଅନ୍ତର୍ଭୁକ୍ତ କରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.