ଜୟପୁର: ଆଗକୁ ରାଜସ୍ଥାନରେ ୨୦୨୨ ବିଧାନସଭା ନିର୍ବାଚନ । ଏନେଇ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ । ଏହାରି ମଧ୍ୟରେ ୨୦୨୨ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବରେ ଏକ ନୂତନ ଚେହେରା ନିର୍ବାଚିତ ହେବା ଉଚିତ ବୋଲି ଗତକାଲି (ସୋମବାର) କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ତଥା ପୂର୍ବତନ ବିଧାୟକ ଜ୍ଞାନ ଦେବ ଆହୁଜା ।
ଗତକାଲି (ସୋମବାର) ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ସେ କହିଥିଲେ ଯେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବରେ ଏକ ନୂଆ ଚେହେରା ନିର୍ବାଚିତ ହେବା ଉଚିତ । ଏବେ ଅଶୋକ ଗେହେଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବେଳେ ବସୁନ୍ଧରା ରାଜେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗଣତନ୍ତ୍ରରେ ସମସ୍ତଙ୍କୁ ସୁଯୋଗ ମିଳିବା ଉଚିତ । ରାଜ୍ୟରେ ଜଣେ ଯୁବ ଚେହେରାକୁ ଏହି ପଦବୀ ଦିଆଯାଉ । ଏନେଇ ବସୁନ୍ଧରା ରାଜେଙ୍କୁ ମଧ୍ୟ ଜଣାଇଛି ବୋଲି କହିଛନ୍ତି ଜ୍ଞାନ ଦେବ ଆହୁଜା ।
@ANI