ବେଙ୍ଗାଲୁରୁ: ବର୍ଷାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି ବେଙ୍ଗାଲୁରୁ । ଲଗାଣ ବର୍ଷା ଯୋଗୁଁ ଭାରତର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁ ଅବସ୍ଥା ବେହାଲ୍ ହୋଇଯାଇଛି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଆଣ୍ଠୁଏ ଉଚ୍ଚର ପାଣି । ରାଜରାସ୍ତା ଜଳାର୍ଣ୍ଣବ ରହିଥିବାରୁ ଯାନବାହନ ଯାତାୟତ ଏବଂ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଅଫିସ୍ ଯାଉଥିବା କର୍ମଚାରୀ ଘଣ୍ଟା ଘଣ୍ଟା କାଳ ଟ୍ରାଫିକ୍ ଜାମ୍ ସମସ୍ୟା ଭୋଗୁଛନ୍ତି । ଏପରି ସ୍ଥିତିରେ ଅଫିସ୍ରେ ପହଞ୍ଚିବାକୁ ବାଧ୍ୟ ହୋଇ କର୍ମଚାରୀମାନେ ଟ୍ରାକ୍ଟର ଯୋଗେ ଯାତ୍ରା କରୁଛନ୍ତି । ବେଙ୍ଗାଲୁରୁ ସହରରେ କିଛି ଆଇଟି କର୍ମଚାରୀ ଟ୍ରାକ୍ଟରରେ ଅଫିସ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି(IT professionals reach office by tractor)।
-
#WATCH | Karnataka: Water logging, following heavy rainfall, in different parts of Bengaluru continues to cause traffic snarls. Visuals from today. pic.twitter.com/3a2HB25eFs
— ANI (@ANI) September 6, 2022 " class="align-text-top noRightClick twitterSection" data="
">#WATCH | Karnataka: Water logging, following heavy rainfall, in different parts of Bengaluru continues to cause traffic snarls. Visuals from today. pic.twitter.com/3a2HB25eFs
— ANI (@ANI) September 6, 2022#WATCH | Karnataka: Water logging, following heavy rainfall, in different parts of Bengaluru continues to cause traffic snarls. Visuals from today. pic.twitter.com/3a2HB25eFs
— ANI (@ANI) September 6, 2022
ବିମାନ ବନ୍ଦର ନିକଟସ୍ଥ ୟେମାଲୁରୁ ଅଞ୍ଚଳରେ ଥିବା ଆଇଟି କମ୍ପାନୀଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଟ୍ରାକ୍ଟର ଯାତାୟତର ଏକମାତ୍ର ଭରସା ପାଲଟିଛି । ଏନେଇ ଆଇଟି ଫାର୍ମରେ କାର୍ଯ୍ୟରତ ଜଣେ ମହିଳା କହିଛନ୍ତି, ''ଆମେ ଅଫିସରୁ ଏକାଧିକ ଛୁଟି ନେଇପାରିବୁ ନାହିଁ । ଆମ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଯାତାୟତ ପାଇଁ ଟ୍ରାକ୍ଟରକୁ ବିକଳ୍ପ ଭାବେ ବାଛିଛୁ । ୫୦ ଟଙ୍କା ଦେଇ ଆମେ ଟ୍ରାକ୍ଟର ଯୋଗେ ଅଫିସରେ ପହଞ୍ଚୁଛୁ ।'' ଅନ୍ୟପଟେ ବର୍ଷା ଏବଂ ଜଳବନ୍ଦୀ ସମସ୍ୟା ଯୋଗୁଁ ଆଇଟି କମ୍ପାନୀଗୁଡିକ ପ୍ରାୟ ୨୨୫ କୋଟିର କ୍ଷତି ସହିଲେଣି । ଏହି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କମ୍ପାନୀଗୁଡିକୁ ଆଶ୍ବାସନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଗଣମାଧମ୍ୟକୁ କହିଛନ୍ତି, ଆମେ ଆଇଟି କମ୍ପାନୀଗୁଡିକୁ ଆଲୋଚନା ପାଇଁ ଡାକିବୁ । ଜଳବନ୍ଦୀ ଯୋଗୁଁ କମ୍ପାନୀଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡିକ ବାବଦରେ ସେମାନଙ୍କ ସହ ଆଲୋଚନା କରିବୁ । ଏଥିସହିତ ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତି ଏବଂ ଏହାର କ୍ଷତିପୂରଣ ଦିଗରେ ମଧ୍ୟ ଚର୍ଚ୍ଚା କରିବୁ ।
ଏହାମଧ୍ୟ ପଢନ୍ତୁ: ଆଜି ସୁପ୍ରିମକୋର୍ଟରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଶୁଣାଣି
ବେଙ୍ଗାଲୁରୁର ବିମାନ ବନ୍ଦର ନିକଟସ୍ଥ ୟେମାଲୁରୁ ଅଞ୍ଚଳ ସମେତ ସହରର ଅଧିକାଂଶ ସ୍ଥାନ ଜଳବନ୍ଦୀ ରହିଛି । ଯେଉଁ କାରଣରୁ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜୁଛି । ଜଣେ ସ୍ଥାନୀୟ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ରାସ୍ତାକଡ ଡିଭାଇଡର ସହ ସମାନ ରହିଛି । ପାଣି ଭିତରେ ଗାଡି ଚଳାଇବାରେ ଅସୁବିଧା ହେଉଛି । ଦୋକାନ ବଜାର ଭିତରେ ପାଣି ପଶିବା ସହ ଆପାର୍ଟମେଣ୍ଟରେ ମଧ୍ୟ ପାଣି ଚାଲୁଛି ।'' ତେବେ ଏହି ଜଳବନ୍ଦୀ ସମସ୍ୟା କେବଳ ଆଜିର ନୁହେଁ, ପ୍ରତିବର୍ଷ ବର୍ଷା ପରେ ରାସ୍ତାଘାଟ ଏପରି ଭାବେ ଜଳାର୍ଣ୍ଣବ ରହେ । ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା କାରଣରୁ ଏଭଳି ସ୍ଥିତି ଉପୁଜେ ବୋଲି ବୋଲି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ।