ETV Bharat / bharat

MCD Elections Exit Poll: MCD ଦଖଲ କରିବ AAP, ଦିଲ୍ଲୀରେ ମଉଳି ଯିବ ପଦ୍ମ ! - ଦିଲ୍ଲୀ ମହାନଗର ନିଗମ ନିର୍ବାଚନ

ଦିଲ୍ଲୀ ମହାନଗର ନିଗମ (MCD Election) ର ଏକଜିଟ ପୋଲ ବି ଆସିଯାଇଛି । ଏକଜିଟ ପୋଲରେ ଆମ ଆଦମୀ ପାର୍ଟି MCD ଦଖଲ କରୁଥିବା ଏକାଧିକ ସଂସ୍ଥା ପୂର୍ବାନୁମାନ କରିଛନ୍ତି । 15 ବର୍ଷ ଧରି ଏମସିଡିକୁ ବିଜେପି କବଜା କରିଥିଲେ ମଧ୍ୟ ଆପର ଝାଡୁ ଆଗରେ ଧରାଶାୟୀ ହୋଇପଡିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 5, 2022, 11:01 PM IST

ଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (MCD Election) ର ଏକଜିଟ ପୋଲ ବି ଆସିଯାଇଛି । ଏକଜିଟ ପୋଲରେ ଆମ ଆଦମୀ ପାର୍ଟି MCD ଦଖଲ କରୁଥିବା ଏକାଧିକ ସଂସ୍ଥା ପୂର୍ବାନୁମାନ କରିଛନ୍ତି । 15 ବର୍ଷ ଧରି ଏମସିଡିକୁ ବିଜେପି କବଜା କରିଥିଲେ ମଧ୍ୟ ଆପର ଝାଡୁ ଆଗରେ ଧରାଶାୟୀ ହୋଇପଡିଛି । ଆମ ଆଦମୀ ପାର୍ଟି ଶକ୍ତିଶାଳୀ ବିଜେପିକୁ କଡା ମୁକାବିଲା କରି MCD ଛଡାଇ ଆଣିବାକୁ ଯାଉଛି । ଯଦି ଏକଜିଟ ପୋଲ ଏକଜାଟ ପୋଲ ହୁଏ ଏହା ବିଜେପି ପାଇଁ ବଡ ଧକ୍କା ହୋଇପାରେ ।

ଏମସିଡି ( MCD Elections) ନିର୍ବାଚନ ପାଇଁ ବିଜେପି- ଆମ ଆଦମୀ ପାର୍ଟି ମଧ୍ୟରେ ସିଧା ସଳଖ ଲଢେଇ ହୋଇଛି । ଆପ (AAP) ଦିଲ୍ଲୀରେ ଶିକ୍ଷା, ସ୍ବାସ୍ଥ୍ୟ ସେବାକୁ ନେଇ ନିର୍ବାଚନ ଲଢିଥିବା ବେଳେ ବିଜେପି ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାର କେନ୍ଦ୍ର ସରକାରଙ୍କ ସୁଶାସନକୁ ମୁଦ୍ଦା କରିଥିଲା । ତେବେ ସମସ୍ତ ସର୍ଭେ ସଂସ୍ଥା ଏମସିଡି ଆମ ଆଦମୀ ପାର୍ଟି ଦଖଲ କରିବାକୁ ଯାଉଥିବା ଆକଳନ କରିଛନ୍ତି ।

ଏହାବି ପଢନ୍ତୁ- Exit Poll Result 2022: ଗୁଜରାଟରେ ପୁଣି ଗୈରିକ ସରକାର, କାମ ଦେଲା ନାହିଁ AAP ଯାଦୁ

ସର୍ଭେ ଅନୁସାରେ ଆମ ଆଦମୀ ପାର୍ଟି ମୋଟ 250 ଆସନରୁ 149 ରୁ 150 ୱାର୍ଡ ଦଖଲ କରି MCD ଦଖଲ କରିବ । 15 ବର୍ଷ ଧରି MCD ଦଖଲ କରିଥିବା ବିଜେପି ଚଳିତ ନିର୍ବାଚନରେ କ୍ଷମତାଚ୍ୟୁତ ହେଉଥିବା ସମସ୍ତ ସର୍ଭେ ସଂସ୍ଥା ଆକଳନ କରିଛନ୍ତି । ବିଜେପି 92 ରୁ 96 ଟି ୱାର୍ଡ ଦଖଲ କରିବ ବୋଲି ଏକାଧିକ ଏକଜିଟ ପୋଲ ଆକଳନ କରିଛନ୍ତି । କଂଗ୍ରେସକୁ 6 ରୁ 10 ଆସନ ମିଳିପାରେ ।

ଦୀର୍ଘ 15 ଧରି ବିଜେପି ଦିଲ୍ଲୀ ମହାନଗର ନିଗମକୁ ଦଖଲ କରିଥିଲା । ଦିଲ୍ଲୀର 3 ଟି ମହାନଗର ନିଗମକୁ ମିଶାଇ ବୃହତ ମହାନଗର ନିଗମ (MCD )କେନ୍ଦ୍ର ସରକାର କରିବା ପରେ ଏହା ପ୍ରଥମ ନିର୍ବାଚନ । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ବ ବହନ କରୁଥିଲା । ଯେଉଁଥିପାଇଁ ଦଳ 19 ଜଣ କେନ୍ଦ୍ରମନ୍ତ୍ରୀ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ MCD ନିର୍ବାଚନ ପ୍ରଚାରରେ ଲଗାଇଥିଲା । ଏହାସତ୍ବେ ବିଜେପିକୁ ବଡ ଝଟକା ଲାଗିବାକୁ ଯାଉଛି । 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଠାରୁ ବିଜେପି ବୃହତ ପରାଜୟ ପାଇଥିଲା । ମୋଟ 70 ଆସନରୁ 62 ଟି ଆସନରେ ବିଜୟୀ ହୋଇଥିଲା ଆପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.