ETV Bharat / bharat

କୋରୋନା ନୂଆ ଷ୍ଟ୍ରେନର ଭୟ, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁୁ

author img

By

Published : Dec 23, 2020, 4:14 PM IST

ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ନୂଆ ଷ୍ଟ୍ରେନର ଭୟ, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁୁ
କୋରୋନା ନୂଆ ଷ୍ଟ୍ରେନର ଭୟ, ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁୁ

ବେଙ୍ଗାଲୁରୁ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଭାରତରେ ବଢୁଛି ଚିନ୍ତା । ଏହାରି ମଧ୍ୟରେ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟ ସତର୍କତା ଅବଲମ୍ବନ କରିବାରେ ଲାଗିଛନ୍ତି । ମହାରାଷ୍ଟ୍ର ପରେ ଏବେ କର୍ଣ୍ଣାଟକରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଦିଆଯାଇଛି ।

କୋରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଜାନୁଆରୀ 2 ଯାଏଁ ଜାରି ରହିବ ଏହି କର୍ଫ୍ୟୁ । ଏହି ସମୟରେ ରାତି 10ଟାରୁ ସକାଳ 6ଟା ଯାଏଁ ସମସ୍ତ ଗତିବିଧି ଉପରେ ଲାଗିବ ରୋକ । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ଭାଇରସର ଭୟାବହ ରୂପକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି, କୋରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବୁଧବାର ଠାରୁ 2 ଜାନୁଆରୀ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏତେବେ ଏଥିରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ସୁଧାକର କହିଛନ୍ତି, ରାଜ୍ୟକୁ ଆସୁଥିବା ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଉପରେ ନଜର ରଖାଯାଉଛି । ତେବେ ରାଜ୍ୟର ପରିବହନ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁଧାକର । ସେପଟେ ଭାରତ ସମେତ 30ଟି ଦେଶ ବ୍ରିଟେନ ଯାତାୟତ କରୁଥିବା ସମସ୍ତ ବିମାନ ଉପରେ ଅସ୍ଥାୟୀ ରୋକ ଲଗାଇଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.