ETV Bharat / bharat

Manipur Violence: ଭିନୀତ ଯୋଶୀ ହେଲେ ନୂଆ ମୁଖ୍ୟ ଶାସନ ସଚିବ

author img

By

Published : May 8, 2023, 12:39 PM IST

ମଣିପୁରରେ ହିଂସା ଘଟଣା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ଡକ୍ଟର ଭିନୀତ ଯୋଶୀ। ଅଧିକ ପଢନ୍ତୁ

violence hit Manipur gets new chief secretary

ଇମ୍ଫାଲ: ମଣିପୁରରେ ବ୍ୟାପକ ହିଂସା ପରେ ବଦଳିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ଡ. ଭିନୀତ ଯୋଶୀ । ସେ ମଣିପୁରର କ୍ୟାଡର 1992 ବ୍ୟାଚର ଆଇଏଏସ ଅଧିକାରୀ । ପୂର୍ବରୁ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଡକ୍ଟର ରାଜେଶ କୁମାରଙ୍କ ସ୍ଥାନରେ ଭିନୀତ ଯୋଶୀଙ୍କୁ ନିଯୁକ୍ତ କରାଯାଇଛି ।

ଏହାଲ ମଧ୍ୟ ପଢନ୍ତୁ-Manipur Violence: ଅଣାୟତ ମଣିପୁର, ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ମାରିବାକୁ ସେନାକୁ ନିର୍ଦ୍ଦେଶ

ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ଭିନୀତ ଯୋଶୀ। ସେଠାରେ ସେ କେନ୍ଦ୍ରୀୟ ଡେପୁଟେସନରେ ନିଜ କାର୍ଯ୍ୟ ତୁଲାଉଥିଲେ । ତେବେ ମଣିପୁର ସରକାରୀଙ୍କ ଅନୁରୋଧ କ୍ରମେ ତାଙ୍କୁ ତାଙ୍କ ଘରୋଇ କ୍ୟାଡରରେ ପୁନଃ ନିଯୁକ୍ତ କରିଛନ୍ତି ସରକାର । କ୍ୟାବିନେଟ କମିଟିର ଅନୁମୋଦନ ପରେ ଏହି ପଦରେ ନିଯୁକ୍ତ ହୋଇଛନ୍ତି ଯୋଶୀ । ମେ'6ରେ ଏହି ନିଯୁକ୍ତି ଅନୁମୋଦିତ ହୋଇଥିଲା । ରାଜ୍ୟ କାର୍ମିକ ଏବଂ ପ୍ରଶାସନିକ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ମଣିପୁର ରାଜ୍ୟପାଳ ଭିନୀତ ଯୋଶୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ହିଂସା ପ୍ରବଣ ମଣିପୁର; ପ୍ରତିଟି ମୁହୂର୍ତ୍ତର ଅନୁଭୂତି ବଖାଣିଲେ ଓଡ଼ିଆ ଛାତ୍ରଛାତ୍ରୀ

ଗତ ମେ' ୩ ତାରିଖରେ ମଣିପୁରରେ ଚୋରାଚାନ୍ଦପୁର ଜିଲ୍ଲାରେ ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସାମ୍ପ୍ରଦାୟିକ ହିଂସା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ, ଜଳାପୋଡାର ଘଟଣା ଦେଖିବାକୁ ମିଳିଥିଲା । ହିଂସା ଅଣାୟତ ହେବା ପରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ସେନାକୁ ଗୁଳି ଚଳାଇବାକୁ ରାଜଭବନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟରେ ସେନା, ପାରାମିଲିଟାରୀ ଫୋର୍ସ, ରାପିଡ ଆକ୍ସନ ଫୋର୍ସ ମୁତୟନ ରହିଥିଲେ । ଆକ୍ରମଣରେ ବ୍ୟାପକ ଘର ଓ ଗାଡ଼ି ଭାଙ୍ଗାରୁଜା, ଜଳାପୋଡା ହୋଇଥିଲା । ହିଂସା ପୀଡିତମାନେ ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା। ଏହି ହିଂସା ଘଟଣାରେ ପାଖାପାଖି 54 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Manipur Violence: ପ୍ରାଣ ହରାଇଛନ୍ତି 50ରୁ ଅଧିକ, 13 ହଜାର ସ୍ଥାନନ୍ତର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.