ETV Bharat / bharat

OMICRON: ଚିନ୍ତା ବଢାଉଛି ଓମିକ୍ରନ, ଦିଲ୍ଲୀରେ ପୁଣି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ - ଦିଲ୍ଲୀରେ ପୁଣି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଦିଲ୍ଲୀରେ ପୁଣି ୧୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ

OMICRON: ଚିନ୍ତା ବଢାଉଛି ଓମିକ୍ରନ, ଦିଲ୍ଲୀରେ ପୁଣି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Dec 17, 2021, 1:35 PM IST

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ ବଢି ଚାଲଛି କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣି ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ୨୦ ଜଣ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ତେବେ ସୂଚନା ଥାଉ କି କୋରୋନା ମହାମାରୀ ଆରମ୍ଭ ହେବା ପରେ ଦକ୍ଷିଣ ଆଫ୍ରିକାରେ ଭାଇରସ SARC-COV-2ର ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିଛି ଏକ ଟିମ । ଭାଇରସର ଏହି ନୂଆ ରୂପକୁ ବି.୧.୧.୫୨୯ ଭାବେ ଚିହ୍ନଟ କରାଯାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(World Health Organization) ଏହାକୁ ଓମିକ୍ରନ ନାମ ଦେଇଛି । ଏହା ଅଧିକ ଚିନ୍ତାଜନକ ହୋଇପାରେ ବୋଲି କହିଛି ସଂଗଠନ ।

ଏହା ବି ପଢନ୍ତୁ: Omicron Scare: ଦେଶରେ ୮୭କୁ ବଢିଲା ଓମିକ୍ରନ ମାମଲା

ଓମିକ୍ରନର ଜେନେଟିକରେ ପରିବର୍ତ୍ତନ(Genetic Variation in Omicron)କୁ ଲକ୍ଷ୍ୟରେ ରଖାଯାଇ ଏହା ଡେଲଟା ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ସଂକ୍ରମଣ କରୁଥିବା କୁହାଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଉପରେ ରହିଛି ।

ଦେଶରେ ଅନ୍ୟ ରାଜ୍ୟଗୁଡିକ ଯଥା ମହାରାଷ୍ଟ୍ରରୁ ଏବେ ସୁଦ୍ଧା ସର୍ବାଧିକ ୩୨ ଓମିକ୍ରନ ମାମଲା ପ୍ରକାଶ ପାଇଛି । ତା' ପଛକୁ ରାଜସ୍ଥାନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ ୮, କେରଳରୁ ୫, ଗୁଜୁରାଟ ୫, ତେଲେଙ୍ଗାନା ୪, ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧, ଦିଲ୍ଲୀରୁ ୧୦ ଏବଂ ଚଣ୍ଡିଗଡରୁ ଗୋଟିଏ ସଂକ୍ରମିତ ହୋଇଛନ୍ତି । ଦେଶର ପ୍ରଥମ ଓମିକ୍ରନ ମାମଲା ଗତ ୨ ତାରିଖ ଦିନ କର୍ଣ୍ଣାଟକରେ ଠାବ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.